ଟିମ୍ ଇଣ୍ଡିଆକୁ ଝଟକା, ଅର୍ଶଦୀପ ଓ ନୀତିଶ ରେଡ୍ଡୀ ଆଉଟ୍: ବିସିସିଆଇ ଜାରି କଲା ଅପଡେଟ୍

ନୂଆଦିଲ୍ଲୀ ୨୧/୦୭: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳକୁ ଘାରିଛି ଆହତ ସମସ୍ୟା । ଜଣଙ୍କ ପରେ ଜଣେ ଦଳର ଷ୍ଟାର ଖେଳାଳି ଆହତ ହେଉଛନ୍ତି । ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏ ସମ୍ପର୍କରେ ଜାରି କରିଛି ଅପଡେଟ୍ । ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ବାମ ଆଣ୍ଠୁ ଆଘାତ ଯୋଗୁଁ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ବାକି ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ବର୍ତ୍ତମାନ ନୀତିଶ ରେଡ୍ଡୀ ଘରକୁ ଫେରିଆସିବେ । ଦଳ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ???? Squad Update: Nitish Kumar Reddy ruled out of the series. Arshdeep Singh ruled out of fourth Test ????The Men’s Selection Committee has added Anshul Kamboj to the squad.More details here - https://t.co/qx1cRCdGs0 #TeamIndia #ENGvIND— BCCI (@BCCI) July 21, 2025ସେହିଭଳି ବିସିସିଆଇ ବିଜ୍ଞପ୍ତିରେ କହିଛି ଯେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି । ବେକେନହାମରେ ଏକ ତାଲିମ ଅଧିବେଶନ ସମୟରେ ନେଟ୍ସରେ ବୋଲିଂ ବେଳେ ପେସର ଅର୍ଶଦୀପ ସିଂହଙ୍କ ବାମ ଆଙ୍ଗୁଠିରେ ଲାଗିଥିଲା ଆଘାତ । ବିସିସିଆଇ ଡାକ୍ତରୀ ଦଳ ଅର୍ଶଦୀପ ସିଂହଙ୍କ ଅଗ୍ରଗତି ଉପରେ ନଜର ରଖିଛି । ବିସିସିଆଇର ବିଜ୍ଞପ୍ତିରେ କୁହାଯାଇଛି ଯ

ଟିମ୍ ଇଣ୍ଡିଆକୁ ଝଟକା, ଅର୍ଶଦୀପ ଓ ନୀତିଶ ରେଡ୍ଡୀ ଆଉଟ୍: ବିସିସିଆଇ ଜାରି କଲା ଅପଡେଟ୍

ନୂଆଦିଲ୍ଲୀ ୨୧/୦୭: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳକୁ ଘାରିଛି ଆହତ ସମସ୍ୟା । ଜଣଙ୍କ ପରେ ଜଣେ ଦଳର ଷ୍ଟାର ଖେଳାଳି ଆହତ ହେଉଛନ୍ତି । ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏ ସମ୍ପର୍କରେ ଜାରି କରିଛି ଅପଡେଟ୍ । ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ବାମ ଆଣ୍ଠୁ ଆଘାତ ଯୋଗୁଁ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ବାକି ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ବର୍ତ୍ତମାନ ନୀତିଶ ରେଡ୍ଡୀ ଘରକୁ ଫେରିଆସିବେ । ଦଳ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । 



ସେହିଭଳି ବିସିସିଆଇ ବିଜ୍ଞପ୍ତିରେ କହିଛି ଯେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି । ବେକେନହାମରେ ଏକ ତାଲିମ ଅଧିବେଶନ ସମୟରେ ନେଟ୍ସରେ ବୋଲିଂ ବେଳେ ପେସର ଅର୍ଶଦୀପ ସିଂହଙ୍କ ବାମ ଆଙ୍ଗୁଠିରେ ଲାଗିଥିଲା ଆଘାତ । ବିସିସିଆଇ ଡାକ୍ତରୀ ଦଳ ଅର୍ଶଦୀପ ସିଂହଙ୍କ ଅଗ୍ରଗତି ଉପରେ ନଜର ରଖିଛି । 

ବିସିସିଆଇର ବିଜ୍ଞପ୍ତିରେ କୁହାଯାଇଛି ଯେ ପୁରୁଷ ଚୟନ ପ୍ୟାନେଲ ଡାହାଣହାତୀ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରିଛି । କମ୍ବୋଜ ମାଞ୍ଚେଷ୍ଟରରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି । ତେବେ ଯଦି ଚୂଡ଼ାନ୍ତ ଏକାଦଶରେ ଅଂଶୁଲ କମ୍ୱୋଜଙ୍କୁ ସ୍ଥାନ ମିଳେ ତେବେ ସେ ଏହି ମ୍ୟାଚରେ ଟେଷ୍ଟ ଡେବ୍ୟୁ କରିବେ । ତେବେ ଆସନ୍ତୁ ଜାଣିବା କିଏ ଏହି ଦ୍ରୁତ ବୋଲର । 

ଅଂଶୁଲ କାମ୍ବୋଜ, ଘରୋଇ କ୍ରିକେଟରେ ହରିୟାଣା ପାଇଁ ଖେଳନ୍ତି । ଭାରତୀୟ କ୍ରିକେଟର ସେ ଜଣେ ଦ୍ରୁତ ବୋଲର ଓ ଅଲରାଉଣ୍ଡର ଭାବେ ଜଣାଶୁଣା । ନିକଟରେ ସେ ରଣଜୀ ଟ୍ରଫିରେ ଗୋଟିଏ ଇନିଂସରେ ୧୦ଟି ୱିକେଟ୍ ନେଇ ରଚିଥିଲେ ଇତିହାସ । 

କେରଳ ବିପକ୍ଷରେ ରଣଜୀ ମ୍ୟାଚରେ ହରିୟାଣା ପାଇଁ ଖେଳି ଅଂଶୁଲ ଗୋଟିଏ ଇନିଂସରେ ନେଇଥିଲେ ସମସ୍ତ ୧୦ ୱିକେଟ୍ । ଏହି ପ୍ରଦର୍ଶନ ପରେ ତାଙ୍କୁ ଓଡ଼ିଶାର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ସହ ତୁଳନା କରାଯାଇଥିଲା, ଯିଏକି ପୂର୍ବରୁ ଏହିପରି ସଫଳତା ପାଇଥିଲେ । 

ଆଇପିଏଲ୍ ଫ୍ରାଞ୍ଚାଇଜମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଅଂଶୁଲ କାମ୍ବୋଜଙ୍କ ପ୍ରଦର୍ଶନ । ଆଇପିଏଲ୍ ୨୦୨୫ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ୩.୪ କୋଟି ଟଙ୍କାରେ କିଣିଥିଲା । ଯାହା ତାଙ୍କ ବେସ୍ ପ୍ରାଇସଠାରୁ ୧୧ ଗୁଣା ଅଧିକ ଥିଲା । ଏହା ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଖେଳିଥିଲେ । 

କେବଳ ରଣଜୀ ଟ୍ରଫି ନୁହେଁ, ଅଂଶୁଲ ଭାରତ-ଏ ଦଳ ପାଇଁ ମଧ୍ୟ ଖେଳିଛନ୍ତି । ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଏକ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ବ୍ୟତୀତ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିବା ସମୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ବୁଧବାର, ଜୁଲାଇ ୨୩, ୨୦୨୫ ରେ ଆରମ୍ଭ ହେବ ମାଞ୍ଚେଷ୍ଟର ଟେଷ୍ଟ । ଏଥିରେ ଦମ୍ ଦେଖାଇବାକୁ ତୟାର କମ୍ୱୋଜ ।