ସ୍ବାତି ମାଲିଓ୍ବାଲ ମାରପିଟ୍ କେସ୍; ଯାଞ୍ଚ ପାଇଁ 'ଏସଆଇଟି' ଗଠନ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ସ୍ବାତି ମାଲିଓ୍ବାଲ ମାମଲାରେ ଆମ୍ ଆଦମୀ ପାର୍ଟି ପାଇଁ ବଢ଼ୁଛି ଅଡ଼ୁଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲଙ୍କୁ ମାରପିଟ୍ ଘଟଣାରେ ଅଧିକ ତଦନ୍ତ ପାଇଁ ବିଶେଷ ଯାଞ୍ଚ କମିଟି ଗଠନ କରିଛି ଦିଲ୍ଲୀ ପୋଲିସ । ଏହି ମାମଲାର ଯାଞ୍ଚ ନର୍ଥ ଦିଲ୍ଲୀ ଅତିରିକ୍ତ ଡିସିପି କରୁଛନ୍ତି । ସେ ଏସଆଇଟିକୁ ପରିଚାଳନା କରିବେ ।ଏସଆଇଟିରେ ଡିସିପି ଅଞ୍ଜିଥା ଚିପିୟଲାଙ୍କ ବ୍ୟତୀତ, ୩ଜଣ ଇନସପେକ୍ଟର ରାଙ୍କର ଅଧିକାରୀ ରହିଛନ୍ତି । ସିବିଲ୍ ଲାଇନ ଥାନର ଏସଏଚଓ ମଧ୍ୟ ଏସଆଇଟିରେ ସାମିଲ୍ ରହିଛନ୍ତି । ମାରପିଟ୍ ମାମଲାରେ ବିଶେଷ ଯାଞ୍ଚ କମିଟି ସମୟ ସମୟରେ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ । ସୂଚନା ଅନୁଯାୟୀ, ଏସଆଇଟି ଏହି ମାମଲାରେ ସମସ୍ତ ଦିଗକୁ ନେଇ ଯାଞ୍ଚ କରିବାକୁ ଚେଷ୍ଟା ଚଳାଇଛି । ପୋଲିସ ବିଶ୍ବାସର ରହିଛି ତାଙ୍କୁ ଏହି କେସରେ ଲିଡ୍ ମିଳିବ । ମାରାପିଟ୍ ଘଟଣାରେ ଦିଲ୍ଲୀ ପୋଲିସ ରବିବାର ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ସିସିଟିଭିର ଡିଭିଆର୍ ଜବତ୍ କରିଥିଲା । ଏହାକୁ ଯାଞ୍ଚ କରି ଘଟଣା ସମୟରେ ବ୍ଲକ୍ ପାର୍ଟକୁ ବାହାର କରାଯିବ । ଏହା ପୂର୍ବରୁ ପୋଲିସ ରାଜ୍ୟସଭା ସାଂସଦ ସ୍ବାତି ମଲିଓ୍ବାଲଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରିଛି । ପରେ ସିନ୍ ରିକ୍ରିଏଟ୍ ପାଇଁ ତାଙ୍କୁ ସିଏମ୍ଙ୍କ ବାସଭବନକୁ ନେଇ
ନୂଆଦିଲ୍ଲୀ: ସ୍ବାତି ମାଲିଓ୍ବାଲ ମାମଲାରେ ଆମ୍ ଆଦମୀ ପାର୍ଟି ପାଇଁ ବଢ଼ୁଛି ଅଡ଼ୁଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲଙ୍କୁ ମାରପିଟ୍ ଘଟଣାରେ ଅଧିକ ତଦନ୍ତ ପାଇଁ ବିଶେଷ ଯାଞ୍ଚ କମିଟି ଗଠନ କରିଛି ଦିଲ୍ଲୀ ପୋଲିସ । ଏହି ମାମଲାର ଯାଞ୍ଚ ନର୍ଥ ଦିଲ୍ଲୀ ଅତିରିକ୍ତ ଡିସିପି କରୁଛନ୍ତି । ସେ ଏସଆଇଟିକୁ ପରିଚାଳନା କରିବେ ।
ଏସଆଇଟିରେ ଡିସିପି ଅଞ୍ଜିଥା ଚିପିୟଲାଙ୍କ ବ୍ୟତୀତ, ୩ଜଣ ଇନସପେକ୍ଟର ରାଙ୍କର ଅଧିକାରୀ ରହିଛନ୍ତି । ସିବିଲ୍ ଲାଇନ ଥାନର ଏସଏଚଓ ମଧ୍ୟ ଏସଆଇଟିରେ ସାମିଲ୍ ରହିଛନ୍ତି । ମାରପିଟ୍ ମାମଲାରେ ବିଶେଷ ଯାଞ୍ଚ କମିଟି ସମୟ ସମୟରେ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ । ସୂଚନା ଅନୁଯାୟୀ, ଏସଆଇଟି ଏହି ମାମଲାରେ ସମସ୍ତ ଦିଗକୁ ନେଇ ଯାଞ୍ଚ କରିବାକୁ ଚେଷ୍ଟା ଚଳାଇଛି । ପୋଲିସ ବିଶ୍ବାସର ରହିଛି ତାଙ୍କୁ ଏହି କେସରେ ଲିଡ୍ ମିଳିବ ।
ମାରାପିଟ୍ ଘଟଣାରେ ଦିଲ୍ଲୀ ପୋଲିସ ରବିବାର ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ସିସିଟିଭିର ଡିଭିଆର୍ ଜବତ୍ କରିଥିଲା । ଏହାକୁ ଯାଞ୍ଚ କରି ଘଟଣା ସମୟରେ ବ୍ଲକ୍ ପାର୍ଟକୁ ବାହାର କରାଯିବ । ଏହା ପୂର୍ବରୁ ପୋଲିସ ରାଜ୍ୟସଭା ସାଂସଦ ସ୍ବାତି ମଲିଓ୍ବାଲଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରିଛି । ପରେ ସିନ୍ ରିକ୍ରିଏଟ୍ ପାଇଁ ତାଙ୍କୁ ସିଏମ୍ଙ୍କ ବାସଭବନକୁ ନେଇ ଯାଇଥିଲା ପୋଲିସ୍ । ସେଠାରେ ଘଟଣାର ସିନ ରିକ୍ରିଏଟ୍ କରିବା ସହିତ ଅଧିକ ତଦନ୍ତ କରିଛି ।