ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ କହିଲେ ୧୪୨୪ କୋଟି…

ଭୁବନେଶ୍ୱର,୧୩।୯: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି। କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା। ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା ଯୋଜନା ହୋଇଛି। ସେହିପରି ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା। ପଶୁ ସମ୍ପଦ ଉତ୍ପାଦନ କୃଷକଙ୍କ ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ […] The post ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ କହିଲେ ୧୪୨୪ କୋଟି… appeared first on Dharitri Odia News.

ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ କହିଲେ ୧୪୨୪ କୋଟି…
ଭୁବନେଶ୍ୱର,୧୩।୯: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି। କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା। ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା ଯୋଜନା ହୋଇଛି।
ସେହିପରି ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା।

ପଶୁ ସମ୍ପଦ ଉତ୍ପାଦନ କୃଷକଙ୍କ ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରିଥାଏ। ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ନୂତନ ଅମ୍ବ୍ରେଲା ସ୍କିମ୍‌ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରାଯିବ। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ଏସବୁକୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ମୋଟ ଆବଣ୍ଟନ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ବଜେଟ ଅଭିଭାଷଣ ବେଳେ ସୂଚନା ଦେଇଥିଲେ।

ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ଷମତାସୀନ ହୋଇଥିବା ଭାଜପା ସରକାର ଏହାକୁ ହୃଦୟଙ୍ଗମ କରି ନିଜ ପ୍ରଥମ ବଜେଟରେ ‘ସମୃଦ୍ଧ କୃଷକ ଯୋଜନା’ର ପରିକଳ୍ପନା କରିଛନ୍ତି। ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଗୁରୁବାର ବିଧାନସଭାରେ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଥିଲେ।

The post ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ କହିଲେ ୧୪୨୪ କୋଟି… appeared first on Dharitri Odia News.