କାଳିଆ ହତ୍ୟା ଘଟଣାରେ ୪ ଗିରଫ

ନୂଆପଡ଼ା,୨୪ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ଥାନା କିକିରିବେଡା ଗାଁର ବୃଦ୍ଧ କାଳିଆ ମାଝି (୭୦) ହତ୍ୟା ଘଟଣାରେ ପୋଲିସ ସୋମବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଛୁରି, ବାଇକ୍‌ ଓ ରକ୍ତଦାଗ ଲାଗିଥିବା ପୋଷାକ ଜବତ କରାଯାଇଛି। ସେମାନେ ହେଲେ ସିନାପାଲି ଥାନା ଭଟାପାଣିର ଭଗବାନ ମାଝି (୨୨) ଓ ସୁବାସ ମାଝି (୨୫) ଏବଂ କିକିରିବେଡାର ଗିରିଧାରି ମାଝି (୩୦) ଓ ରତ୍ନେ ମାଝି (୪୫)। […] The post କାଳିଆ ହତ୍ୟା ଘଟଣାରେ ୪ ଗିରଫ appeared first on Dharitri Odia News.

କାଳିଆ ହତ୍ୟା ଘଟଣାରେ ୪ ଗିରଫ

ନୂଆପଡ଼ା,୨୪ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ଥାନା କିକିରିବେଡା ଗାଁର ବୃଦ୍ଧ କାଳିଆ ମାଝି (୭୦) ହତ୍ୟା ଘଟଣାରେ ପୋଲିସ ସୋମବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଛୁରି, ବାଇକ୍‌ ଓ ରକ୍ତଦାଗ ଲାଗିଥିବା ପୋଷାକ ଜବତ କରାଯାଇଛି। ସେମାନେ ହେଲେ ସିନାପାଲି ଥାନା ଭଟାପାଣିର ଭଗବାନ ମାଝି (୨୨) ଓ ସୁବାସ ମାଝି (୨୫) ଏବଂ କିକିରିବେଡାର ଗିରିଧାରି ମାଝି (୩୦) ଓ ରତ୍ନେ ମାଝି (୪୫)। ଏମାନଙ୍କ ସହ ଅନ୍ୟଜଣେ ନାବାଳକ ସାମିଲ ଥିବା ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି ା ପ୍ରାପ୍ତ ସୂଚନା ଅନୁସାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କାଳିଆ ନିଜ ଘରେ ନାତି ସହ ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲେ। ପରିବାର ଲୋକେ ଉଠିପଡିବାରୁ ସେମାନେ ଫେରାର ହୋଇଯାଇଥିଲେ। କାଳିଆଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଡିଆଳ ଉପଖଣ୍ଡ ଡାକ୍ତରଖାନା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଖଡିଆଳ ଥାନାରେ ଏକ ମାମଲା (ନଂ. ୮୯/୨୫) ରୁଜୁ ହୋଇଥିଲା। ଖଡିଆଳ ଉପଖଣ୍ଡ ପୋଲିସ ଅଧିକାରୀ ମର୍ସିରାଣୀ ପୂର୍ତ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ ଜାରି ରଖିଥିଲା। ଶେଷରେ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ରାଘବେନ୍ଦ୍ର କହିଛନ୍ତି ା ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାଏକ, ଖଡିଆଳ ଥାନା ଅଧିକାରୀ ଦିଲିପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା

The post କାଳିଆ ହତ୍ୟା ଘଟଣାରେ ୪ ଗିରଫ appeared first on Dharitri Odia News.