ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍
ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏପ୍ରିଲ ୨୬ ଅର୍ଥାତ୍ ଶୁକ୍ରବାର ହେବାକୁ ଯାଉଥିବା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଅଭିନେତା ଅରୁଣ ଗୋଭିଲ ତଥା ଭାଜପା ନେତା ହେମାମାଳିନି, ଓମ ବିର୍ଲା ଇତ୍ୟାଦି ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ତେବେ ଚଳିତ ନିର୍ବାଚନରେ […] The post ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏପ୍ରିଲ ୨୬ ଅର୍ଥାତ୍ ଶୁକ୍ରବାର ହେବାକୁ ଯାଉଥିବା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଅଭିନେତା ଅରୁଣ ଗୋଭିଲ ତଥା ଭାଜପା ନେତା ହେମାମାଳିନି, ଓମ ବିର୍ଲା ଇତ୍ୟାଦି ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।
ତେବେ ଚଳିତ ନିର୍ବାଚନରେ ହେମା ମାଳିନୀ, ଓମ ବିର୍ଲାଙ୍କ ସମେତ ଅନେକ ଭାଜପା ନେତା ନିଜ ନିଜ ନିର୍ବାାଚନମଣ୍ଡଳୀରେ ହ୍ୟାଟ୍ରିକ ଲଗାଇବାକୁ ୁଦ୍ୟମ କରିଛନ୍ତି। ଶୁକ୍ରବାର ୧୩ଟି ରାଜ୍ୟର ୮୮ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ଟି ଆସନ, କର୍ନାଟକର ୨୮ଟି ସିଟ ମଧ୍ୟରୁ ୧୪ଟି, ରାଜସ୍ଥାନର ୧୩ଟି, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୭ଟି, ଆସାମ, ବିହାର ପଶ୍ଚିମବଙ୍ଗ, ଛତିଶଗଡ ଇତ୍ୟାଦିରେ ଭୋଟିଂ ଅନୁଷ୍ଠିତ ହେବ। ଏଥିସହ ମଣିପୁର, ତ୍ରିପୁରା ଏବଂ ଜମ୍ମୁ କଶ୍ମିରର ଗୋଟିଏ ଆସନରେ ଭୋଟ ପଡିବ।
The post ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍ appeared first on Dharitri Odia News.