ଅନଶନରୁ ହଟିଲେ ଲଦ୍ଦାଖରେ ଧାରଣ ଦେଇଥିବା ସୋନମ ୱାଙ୍ଗଚୁକ୍, ଜାଣନ୍ତୁ କହିଛନ୍ତି କ’ଣ?

ଲେହ ୨୬।୩: ଲଦ୍ଦାଖକୁ ରାଜ୍ୟର ମାନ୍ୟତା ଓ ଏହାକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବି ନେଇ ଗତ ୨୧ ଦିନ ହେଲା ଧାରଣାରେ ବସିଥିବା ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍ ମଙ୍ଗଳବାର ତାଙ୍କର ଅନଶନ ସମାପ୍ତ କରିଛନ୍ତି। ତେବେ ଦୀର୍ଘ ୨୧ ଦିନ ହେଲା କେବଳ ଲୁଣ ଓ ପାଣିରେ ଜୀବିତ ଥିବା ପ୍ରଶିଦ୍ଧ ଜଳବାୟୁ କାର୍ଯ୍ୟକର୍ତ୍ତା ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ ତାଙ୍କ ଲେଢେଇ ଜାରି ରହିବ। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ ବୋଲି ନିବେଦନ କରିଛନ୍ତି।  ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଥିବା ଏକ ଭିଡିଓରେ ଦୁର୍ବଳ ଦେଖାଯାଉଥିବା ୱାଙ୍ଗଚୁକ୍ ଏଥର ନିର୍ବାଚନରେ ଲୋକଙ୍କୁ ରାଷ୍ଟ୍ର ହୀତରେ ଭାବିଚିନ୍ତି ସାବଧାନ ପୂର୍ବକ ନିଜ ମତାଧିକାର  ସାବ୍ୟସ୍ତ କରିବାକୁ  ଆହ୍ୱାନ ଦେଇଛନ୍ତି। ସୋନମ ୱାଙ୍ଗଚୁକ୍ ଲେହସ୍ଥିତ ଆପେକ୍ସ ବଡି ଓ କାର୍ଗିଲ ଡେମୋକ୍ରାଟିକ ଏଲାଏଁସ୍ (କେଡିଏ) ଯୁଗ୍ମ ପ୍ରତିନିଧିଙ୍କ ସହ ଆଲୋଚନାର ଦିନକ ପରେ ୬ ମାର୍ଚ୍ଚରୁ ଶୁନରୁ କମ୍‌ ତାପମାତ୍ରାରେ ଜଳବାୟୁ ଅନସନ ଆରମ୍ଭ କରିଥିଲେ। ସୋନମ ୱାଙ୍ଗଚୁକ୍‌ କହିଛନ୍ତି ଯେ ଭାରତ ଗଣତନ୍ତ୍ରର ଜନନୀ ଓ ଆମ ନାଗରିକଙ୍କ ଏକ ବହୁତ ବିଶେଷ ଶକ୍ତି ରହିଛି। ଆମେ ନିର୍ଣ୍ଣାୟକ ଭୂମିକାରେ ଅଛେ। ଆମେ କୌଣସି ସରକାରଙ୍କୁ ତାଙ୍କର ଆଚରଣ ବଦଳାଇବା ପାଇଁ ବିବଶ କର

ଅନଶନରୁ ହଟିଲେ ଲଦ୍ଦାଖରେ ଧାରଣ ଦେଇଥିବା ସୋନମ ୱାଙ୍ଗଚୁକ୍, ଜାଣନ୍ତୁ କହିଛନ୍ତି କ’ଣ?

ଲେହ ୨୬।୩: ଲଦ୍ଦାଖକୁ ରାଜ୍ୟର ମାନ୍ୟତା ଓ ଏହାକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବି ନେଇ ଗତ ୨୧ ଦିନ ହେଲା ଧାରଣାରେ ବସିଥିବା ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍ ମଙ୍ଗଳବାର ତାଙ୍କର ଅନଶନ ସମାପ୍ତ କରିଛନ୍ତି। ତେବେ ଦୀର୍ଘ ୨୧ ଦିନ ହେଲା କେବଳ ଲୁଣ ଓ ପାଣିରେ ଜୀବିତ ଥିବା ପ୍ରଶିଦ୍ଧ ଜଳବାୟୁ କାର୍ଯ୍ୟକର୍ତ୍ତା ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ ତାଙ୍କ ଲେଢେଇ ଜାରି ରହିବ। 

ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ ବୋଲି ନିବେଦନ କରିଛନ୍ତି।  ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଥିବା ଏକ ଭିଡିଓରେ ଦୁର୍ବଳ ଦେଖାଯାଉଥିବା ୱାଙ୍ଗଚୁକ୍ ଏଥର ନିର୍ବାଚନରେ ଲୋକଙ୍କୁ ରାଷ୍ଟ୍ର ହୀତରେ ଭାବିଚିନ୍ତି ସାବଧାନ ପୂର୍ବକ ନିଜ ମତାଧିକାର  ସାବ୍ୟସ୍ତ କରିବାକୁ  ଆହ୍ୱାନ ଦେଇଛନ୍ତି। ସୋନମ ୱାଙ୍ଗଚୁକ୍ ଲେହସ୍ଥିତ ଆପେକ୍ସ ବଡି ଓ କାର୍ଗିଲ ଡେମୋକ୍ରାଟିକ ଏଲାଏଁସ୍ (କେଡିଏ) ଯୁଗ୍ମ ପ୍ରତିନିଧିଙ୍କ ସହ ଆଲୋଚନାର ଦିନକ ପରେ ୬ ମାର୍ଚ୍ଚରୁ ଶୁନରୁ କମ୍‌ ତାପମାତ୍ରାରେ ଜଳବାୟୁ ଅନସନ ଆରମ୍ଭ କରିଥିଲେ। 

ସୋନମ ୱାଙ୍ଗଚୁକ୍‌ କହିଛନ୍ତି ଯେ ଭାରତ ଗଣତନ୍ତ୍ରର ଜନନୀ ଓ ଆମ ନାଗରିକଙ୍କ ଏକ ବହୁତ ବିଶେଷ ଶକ୍ତି ରହିଛି। ଆମେ ନିର୍ଣ୍ଣାୟକ ଭୂମିକାରେ ଅଛେ। ଆମେ କୌଣସି ସରକାରଙ୍କୁ ତାଙ୍କର ଆଚରଣ ବଦଳାଇବା ପାଇଁ ବିବଶ କରିପାରିବା, ଆମ କାମ ନ ହେଲେ ସରକାର ବଦଳାଇ ଦେଇପାରିବା। ଉଲ୍ଲେଖଯୋଗ୍ୟ ଯେ ତାଙ୍କର ୨୧ ଦିନର ଅନଶନରେ ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲଦ୍ଦାଖର ୬୦ ହଜାର ଲୋକ ସାମିଲ ହୋଇଥିଲେ।