ଜିଓ ପରେ Airtel ବଢ଼ାଇଲା ରିଚାର୍ଜ ପ୍ଲାନ୍‌, ଜୁଲାଇରୁ ଲାଗୁ ହେବ ନୂଆ ଟାରିଫ୍ ପ୍ଲାନ୍‌

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମହଙ୍ଗା ମାଡ଼। ଜିଓ ପରେ ଦେଶର ଦ୍ବିତୀୟ ସବୁଠୁ ବଡ଼ ଟେଲିକମ୍‌ କମ୍ପାନି ଏୟାରଟେଲ ମଧ୍ୟ ଏହାର ରିଚାର୍ଜ ପ୍ଲାନ୍‌ରେ ବୃଦ୍ଧି କରିଛି। କମ୍ପାନିର ସୂଚନା ଅନୁଯାୟୀ, ମୋବାଇଲ ଟାରିଫ୍‌ରେ ୧୦-୨୧ ପ୍ରତିଶତ ବୃଦ୍ଧି କରାଯାଇଛି। ନୂଆ ରିଚାର୍ଜ ପ୍ଲାନ୍‌ ୨୦୨୪ ଜୁଲାଇ ୩ରୁ ଲାଗୁ ହେବ।ତେବେ ଏନେଇ କମ୍ପାନି ତରଫରୁ କୁହାଯାଇଛି ଯେ, କମ୍ପାନି ଏହାର ଏଆରପିୟୁ ଅର୍ଥାତ୍ ପ୍ରତି ୟୁଜରଙ୍କ ଠାରୁ ହେଉଥିବା ଲାଭକୁ ବଢ଼ାଇବା ପାଇଁ ରିଚାର୍ଜ ଟାରିଫ୍‌ରେ ବୃଦ୍ଧି କରିଛି। ଆଉ ଏଆରପିୟୁରୁ ହେବାକୁ ଥିବା ଲାଭକୁ କମ୍ପାନି ନେଟଓ୍ବର୍କ, ଟେକ୍ନୋଲୋଜି ଏବଂ ସ୍ପେକ୍ଟ୍ରମରେ ନିବେଶ କରିବ। ସେପଟେ ରିଚାର୍ଜ ପ୍ଲାନରେ ବୃଦ୍ଧି ପରେ ଏୟାରଟେଲର ଶେୟାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି।ଏୟାରଟେଲର ନୂଆ ପ୍ରିପେଡ ପ୍ଲାନ୍‌ ବର୍ତ୍ତମାନ ୧୭୯ ଟଙ୍କା ଥିବା ପ୍ଲାନ୍‌ର ମୂଲ୍ୟ ୧୯୯ ଟଙ୍କା ହୋଇଛି। ୪୫୫ ଟଙ୍କା ପ୍ଲାନ୍‌ର ମୂଲ୍ୟ ୫୦୯ ଟଙ୍କା ଟଙ୍କା ହୋଇଛି। ୪୫୫ ଟଙ୍କା ପ୍ଲାନ୍‌ ୫୦୯ ଟଙ୍କା, ୧୭୯୯ ଟଙ୍କା ପ୍ଲାନ୍ ୧୯୯୯ ଟଙ୍କା, ୨୬୫ ଟଙ୍କା ପ୍ଲାନ୍‌ ୨୯୯ ଟଙ୍କା, ୨୯୯ ଟଙ୍କା ପ୍ଲାନ୍‌ ୩୪୯ ଟଙ୍କା, ୩୯୯ ଟଙ୍କା ପ୍ଲାନ୍‌ ୪୪୯ ଟଙ୍କା, ୪୭୯ ଟଙ୍କା ପ୍ଲାନ ୫୭୯ ଟଙ୍କା, ୫୪୯ ଟଙ୍କା ପ୍ଲାନ ୬୪୯ ଟଙ୍କା ହୋଇଛି।ଏୟାରଟେଲର ବର୍ଦ୍ଧିତ ପୋଷ୍ଟପେଡ୍‌ ପ୍ଲାନ୍‌ ପ୍ରିପେଡ୍‌ ସହ କମ୍ପାନି ଏହାର ପୋଷ୍ଟପେଡ୍‌ ପ୍ଲାନ୍‌ରେ ମଧ୍ୟ ବୃଦ

ଜିଓ ପରେ Airtel ବଢ଼ାଇଲା ରିଚାର୍ଜ ପ୍ଲାନ୍‌, ଜୁଲାଇରୁ ଲାଗୁ ହେବ ନୂଆ ଟାରିଫ୍ ପ୍ଲାନ୍‌

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମହଙ୍ଗା ମାଡ଼। ଜିଓ ପରେ ଦେଶର ଦ୍ବିତୀୟ ସବୁଠୁ ବଡ଼ ଟେଲିକମ୍‌ କମ୍ପାନି ଏୟାରଟେଲ ମଧ୍ୟ ଏହାର ରିଚାର୍ଜ ପ୍ଲାନ୍‌ରେ ବୃଦ୍ଧି କରିଛି। କମ୍ପାନିର ସୂଚନା ଅନୁଯାୟୀ, ମୋବାଇଲ ଟାରିଫ୍‌ରେ ୧୦-୨୧ ପ୍ରତିଶତ ବୃଦ୍ଧି କରାଯାଇଛି। ନୂଆ ରିଚାର୍ଜ ପ୍ଲାନ୍‌ ୨୦୨୪ ଜୁଲାଇ ୩ରୁ ଲାଗୁ ହେବ।

ତେବେ ଏନେଇ କମ୍ପାନି ତରଫରୁ କୁହାଯାଇଛି ଯେ, କମ୍ପାନି ଏହାର ଏଆରପିୟୁ ଅର୍ଥାତ୍ ପ୍ରତି ୟୁଜରଙ୍କ ଠାରୁ ହେଉଥିବା ଲାଭକୁ ବଢ଼ାଇବା ପାଇଁ ରିଚାର୍ଜ ଟାରିଫ୍‌ରେ ବୃଦ୍ଧି କରିଛି। ଆଉ ଏଆରପିୟୁରୁ ହେବାକୁ ଥିବା ଲାଭକୁ କମ୍ପାନି ନେଟଓ୍ବର୍କ, ଟେକ୍ନୋଲୋଜି ଏବଂ ସ୍ପେକ୍ଟ୍ରମରେ ନିବେଶ କରିବ। ସେପଟେ ରିଚାର୍ଜ ପ୍ଲାନରେ ବୃଦ୍ଧି ପରେ ଏୟାରଟେଲର ଶେୟାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି।

ଏୟାରଟେଲର ନୂଆ ପ୍ରିପେଡ ପ୍ଲାନ୍‌ 

ବର୍ତ୍ତମାନ ୧୭୯ ଟଙ୍କା ଥିବା ପ୍ଲାନ୍‌ର ମୂଲ୍ୟ ୧୯୯ ଟଙ୍କା ହୋଇଛି। ୪୫୫ ଟଙ୍କା ପ୍ଲାନ୍‌ର ମୂଲ୍ୟ ୫୦୯ ଟଙ୍କା ଟଙ୍କା ହୋଇଛି। ୪୫୫ ଟଙ୍କା ପ୍ଲାନ୍‌ ୫୦୯ ଟଙ୍କା, ୧୭୯୯ ଟଙ୍କା ପ୍ଲାନ୍ ୧୯୯୯ ଟଙ୍କା, ୨୬୫ ଟଙ୍କା ପ୍ଲାନ୍‌ ୨୯୯ ଟଙ୍କା, ୨୯୯ ଟଙ୍କା ପ୍ଲାନ୍‌ ୩୪୯ ଟଙ୍କା, ୩୯୯ ଟଙ୍କା ପ୍ଲାନ୍‌ ୪୪୯ ଟଙ୍କା, ୪୭୯ ଟଙ୍କା ପ୍ଲାନ ୫୭୯ ଟଙ୍କା, ୫୪୯ ଟଙ୍କା ପ୍ଲାନ ୬୪୯ ଟଙ୍କା ହୋଇଛି।

ଏୟାରଟେଲର ବର୍ଦ୍ଧିତ ପୋଷ୍ଟପେଡ୍‌ ପ୍ଲାନ୍‌ 

ପ୍ରିପେଡ୍‌ ସହ କମ୍ପାନି ଏହାର ପୋଷ୍ଟପେଡ୍‌ ପ୍ଲାନ୍‌ରେ ମଧ୍ୟ ବୃଦ୍ଧି କରିଛି। କମ୍ପାନିର ପୋଷ୍ଟପେଡ୍‌ ପ୍ଲାନ୍‌ରେ ଥିବା ବେସ୍‌ ପ୍ୟାକ୍‌ର ମୂଲ୍ୟରେ ପ୍ରାୟ ୫୦ ଟଙ୍କା ବୃଦ୍ଧି ହୋଇଛି। ଏୟାରଟେଲ ପୋଷ୍ଟପେଡ୍‌ରେ ୩୯୯ ଟଙ୍କା ଥିବା ବେସ୍‌ ପ୍ୟାକ୍‌ର ମୂଲ୍ୟ ଏବେ ୪୪୯ ଟଙ୍କା ହୋଇଛି। ସେହିଭଳି ୪୯୯ ଟଙ୍କା ପ୍ଲାନ୍‌ ଏବଂ ୫୪୯ ଟଙ୍କା ହୋଇଛି।