ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୯ା୧: ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ପୂର୍ବରୁ ଏହି ଗସ୍ତ ନିର୍ଦ୍ଧାରିତ ହୋଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି। ଏହି ଖବର ଉପରେ ବୈଦେଶିକ ମନ୍ତ୍ରାଳାୟ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ। ଗତ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁଇଜୁ ସି. ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଚାଇନା ଗସ୍ତରେ ଅଛନ୍ତି। ମୁଇଜୁଙ୍କ ଚାଇନା ଗସ୍ତ ଏପରି […] The post ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି appeared first on Dharitri Odia News.

ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୯ା୧: ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ପୂର୍ବରୁ ଏହି ଗସ୍ତ ନିର୍ଦ୍ଧାରିତ ହୋଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି। ଏହି ଖବର ଉପରେ ବୈଦେଶିକ ମନ୍ତ୍ରାଳାୟ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

ଗତ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁଇଜୁ ସି. ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଚାଇନା ଗସ୍ତରେ ଅଛନ୍ତି। ମୁଇଜୁଙ୍କ ଚାଇନା ଗସ୍ତ ଏପରି ସମୟରେ ହୋଇଛି, ଯେତେବେଳେ ସେ ପଡୋଶୀ ଭାରତ ସହିତ କୂଟନୈତିକ ବିବାଦରେ ଫସିଛନ୍ତି। ଏଭଳି ସମାୟାରେ ସେ ଏବେ ଭାରତ ଗସ୍ତରେ ଆସିବେ ବୋଲି ଖବର ମିଳୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ଵୀପ ଯାଇଥିବାର ଭିଡିଓ ଏବଂ ଫଟୋ ପୋଷ୍ଟ କରିଥିଲେ। ପେର ଏଗୁଡିକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ମାଳଦୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ବିବାଦ ଆରମ୍ଭ ହୋଇ ବଏକଟ ମାଳଦୀପ ଟ୍ରେଣ୍ଡ ସୋସିଆଲ ମିଡିଆରେ ଚାଲିଥିଲା।

 

The post ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି appeared first on Dharitri Odia News.