ଅଲମ୍ପିକରୁ ଦୁଃଖଦ ବିଦାୟ ପରେ ଅବସର ଘୋଷଣା କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ମାତ୍ର ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଅବସର ଘୋଷଣା କରିଛନ୍ତି। ସେ ଫାଇନାଲ ଖେଳି ପାରିବେ ନାହିଁ। ତାଙ୍କୁ କୌଣସି ପଦକ ବି ମିଳିବ ନାହିଁ  ଜାଣିବା ପରେ ପୁରା ଦେଶ ସ୍ତବ୍ଧ ହୋଇ ଯାଇଥିଲା। ଏହାରି ମଧ୍ଯରେ ଭିନେଶ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି, ଆଉ ଗୁରୁବାର କୁସ୍ତିକୁ ଅଲବିଦା କହିଛନ୍ତି। ସେ ତାଙ୍କ ପୋଷ୍ଟ ରେ ଲେଖିଛନ୍ତି, […] The post ଅଲମ୍ପିକରୁ ଦୁଃଖଦ ବିଦାୟ ପରେ ଅବସର ଘୋଷଣା କଲେ ଭିନେଶ ଫୋଗଟ appeared first on Dharitri Odia News.

ଅଲମ୍ପିକରୁ ଦୁଃଖଦ ବିଦାୟ ପରେ ଅବସର ଘୋଷଣା କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ମାତ୍ର ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଅବସର ଘୋଷଣା କରିଛନ୍ତି। ସେ ଫାଇନାଲ ଖେଳି ପାରିବେ ନାହିଁ। ତାଙ୍କୁ କୌଣସି ପଦକ ବି ମିଳିବ ନାହିଁ  ଜାଣିବା ପରେ ପୁରା ଦେଶ ସ୍ତବ୍ଧ ହୋଇ ଯାଇଥିଲା। ଏହାରି ମଧ୍ଯରେ ଭିନେଶ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି, ଆଉ ଗୁରୁବାର କୁସ୍ତିକୁ ଅଲବିଦା କହିଛନ୍ତି।

ସେ ତାଙ୍କ ପୋଷ୍ଟ ରେ ଲେଖିଛନ୍ତି, “ମା, କୁସ୍ତି ମୋଠାରୁ ଜିତିଗଲା, ମୁଁ ହାରିଗଲି, ମୋତେ କ୍ଷମା କରିବ, ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ |
ବିଦାୟ କୁସ୍ତି ୨୦୦୧-୨୦୨୪????
କ୍ଷମା କରିବେ, ମୁଁ ତୁମ ସମସ୍ତଙ୍କ ପାଖରେ ସର୍ବଦା ଋଣୀ ରହିବି |”

ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା ଯେ, ଭିନେଶ ଓଜନରେ ବିଫଳ ହୋଇଛନ୍ତି । ସେ ଫାଇନାଲ ଖେଳି ପାରିବେ ନାହିଁ । ଭିନେଶ ମହିଳା ୫୦ କିଲୋ ଫ୍ରାଷ୍ଟାଇଲର ଫାଇନାଲରେ ପ୍ରବେଶ କରିଥିଲେ । ମଙ୍ଗଳବାର ସେ ଓଜନ ଏବଂ ମେଡିକାଲ୍ ଟେଷ୍ଟ ଦେଇଥିଲେ। ୫୦ କିଲୋରୁ ସେ ମାତ୍ର ୫୦ ଗ୍ରାମ୍ କମ୍ ରହିଥିଲେ। ଦିନ ସାରା ୩ଟି ମ୍ୟାଚ୍ ଖେଳି ଶେଷରେ ଫାଇନାଲରେ ପ୍ରବେଶ କରିଥିଲେ।

ପ୍ରଥମ ଭାରତୀୟ ମହିଳା ଭାବେ ଭିନେଶ କୁସ୍ତି ଫାଇନାଲକୁ ଉନ୍ନୀତ ହୋଇ ଇତିହାସ ରଚିଥିଲେ। ସେମି ଫାଇନାଲ ପରେ ତାଙ୍କର ଓଜନ ୨ କିଲୋ ୭୦୦ ଗ୍ରାମ୍ ବୃଦ୍ଧି ପାଇଥିଲା। ଓଜନ କମାଇବା ନେଇ ସାରା ରାତି ଭିନେଶ ଏବଂ ତାଙ୍କ ଟିମ୍ ବହୁ ପ୍ରୟାସ କରିଥିଲେ। କିନ୍ତୁ ପୂରା ସଫଳ ହୋଇନଥିଲେ।

 

The post ଅଲମ୍ପିକରୁ ଦୁଃଖଦ ବିଦାୟ ପରେ ଅବସର ଘୋଷଣା କଲେ ଭିନେଶ ଫୋଗଟ appeared first on Dharitri Odia News.