ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ
ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ ଜଳାଶୟ ଗୁଡିକ ଶୁଖିବାରେ ଲାଗିଛି । ଏପରି ସ୍ଥଳେ ଚାଷୀ ଦିନ ଓ ରାତି କ୍ଷେତକୁ ପାଣି ଯୋଗାଇବାକୁ ପାଣି ଉତ୍ସ ଥିବା ସ୍ଥାନରୁ ପାଣି ବୋହି […] The post ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ appeared first on Dharitri Odia News.
ପାରଳାଖେମୁଣ୍ଡି,୧୫ା୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ ଜଳାଶୟ ଗୁଡିକ ଶୁଖିବାରେ ଲାଗିଛି । ଏପରି ସ୍ଥଳେ ଚାଷୀ ଦିନ ଓ ରାତି କ୍ଷେତକୁ ପାଣି ଯୋଗାଇବାକୁ ପାଣି ଉତ୍ସ ଥିବା ସ୍ଥାନରୁ ପାଣି ବୋହି ଆଣି କ୍ଷେତରେ ମଡାଉଛନ୍ତି। ଏଥିପାଇଁ ସେମାନେ ଜଳ ଉତ୍ସ ଥିବା ସ୍ଥାନରେ ମୋଟର ଲଗାଇବା ସହ ପାଇପ ବିଛାଇ ଚାଷ ଜମିକୁ ଜଳ ନେଉଥିବାର ଦେଖିବାକୁ ମିଳୁଛି ।
ଜଳସଙ୍କଟ ଥିବା ଯୋଗୁ ଚଳିତ ବର୍ଷର ଧାନ ଅମଳ ହେବ କି ନାହିଁ ଆଶଙ୍କାରେ ରହିଛନ୍ତି ଚାଷୀକୂଳ। ଜିଲାରେ ଥିବା ୭ଟି ବ୍ଲକରୁ ଗୋଷାଣି ଓ କାଶୀନଗର ବ୍ଲକ ଧାନ ଚାଷ ପାଇଁ ବେଶ୍ ପରିଚିତ। ତେବେ ଏହି ଦୁଇ ବ୍ଲକରେ ଥିବା ଜଳାଶୟଗୁଡିକ ଶୁଖିଲା ଅବସ୍ଥାରେ ପଡିଛି। ଚଳିତବର୍ଷ ବର୍ଷା ଅଭାବ ସହ କେନାଲଗୁଡିକର ମରାମତି ହୋଇ ନ ଥିବାରୁ ଠିକ ରୂପେ ଜଳ ଚାଷ ଜମିକୁ ମାଡି ନାହିଁ। ଗୋଷାଣି ବ୍ଲକରେ ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ କରିଥିବା କୃଷ୍ଣ ସାଗର ଏବଂ ଏହାର କେନାଲଗୁଡିକ ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନର ଅବହେଳା ହେତୁ ଚାାଷୀ ଜମିକୁ ଜଳସେଚନ ପାଇଁ ସମସ୍ୟାର ସମ୍ମୁଖୀନ ହୋଇଛି।
କେନାଲଗୁଡିକୁ ସଫା କରିବା ପାଇଁ ଚାଷୀ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଦାବି କରିଥିଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଗୁରୁତ୍ୱ ଦେଇନାହାନ୍ତ ଯଦି ଚଳିତବର୍ଷ ଧାନ ପୋଡିଯାଏ ଅବା ଅଗାଡି ହୋଇଯାଏ ତେବେ ଚାଷୀ ଓ ଭାଗଚାଷୀ କ୍ଷତିଗ୍ରସ୍ତ ହେବେ। ଏହା ହେଲେ ଆଗାମୀ ଦିନରେ ଜମି ପଡିଆ ପକାଇ ପେଟପାଟଣା ପାଇଁ ଆମେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେବୁ ବୋଲି କେତେଜଣ ଚାଷୀ ଓ ଭାଗଚାଷୀ କହିଛନ୍ତି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତୁରନ୍ତ କେନାଲଗୁଡିକ ସଫା ଓ ମରାମତି କରି ଚାଷଜମିକୁ ପାଣି ଛାଡିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
The post ଗଜପତିରେ ଅଭାବୀ ବର୍ଷା: ଧାନ ଅମଳ ହେବ କି ନାହିଁ ଆଶଙ୍କାରେ appeared first on Dharitri Odia News.