ଦାରିଙ୍ଗବାଡିରେ ଭାରତ ବନ୍ଦ ପ୍ରଭାବ : ଚାରିଛକରେ ବିକ୍ଷୋଭ

ଦାରିଙ୍ଗବାଡି,୨୧।୮(ଅରୁଣ ସାହୁ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡି ପ୍ରଭାବିତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡିମୋଟର ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଭାରତ ବନ୍ଦ ଡାକରାରେ ସ୍ଥାନୀୟ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ଆଦିବାସୀ ମହାସଙ୍ଘ,ଆଦିବାସୀ ଦଳିତ ମହାସଙ୍ଘ ଏବଂ କୁଇ କୁଳ ସମିତି (ଦାରିଙ୍ଗବାଡି )ପକ୍ଷରୁ ସମର୍ଥନ ଜଣାଇ ଦାରିଙ୍ଗବାଡିର ଚାରିଛକରେ ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ କରାଯାଇଛି। ସୁପ୍ରିମକୋର୍ଟ ଦେଇଥିବା ରାୟକୁ […] The post ଦାରିଙ୍ଗବାଡିରେ ଭାରତ ବନ୍ଦ ପ୍ରଭାବ : ଚାରିଛକରେ ବିକ୍ଷୋଭ appeared first on Dharitri Odia News.

ଦାରିଙ୍ଗବାଡିରେ ଭାରତ ବନ୍ଦ ପ୍ରଭାବ : ଚାରିଛକରେ ବିକ୍ଷୋଭ

ଦାରିଙ୍ଗବାଡି,୨୧।୮(ଅରୁଣ ସାହୁ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡି ପ୍ରଭାବିତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡିମୋଟର ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଭାରତ ବନ୍ଦ ଡାକରାରେ ସ୍ଥାନୀୟ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ଆଦିବାସୀ ମହାସଙ୍ଘ,ଆଦିବାସୀ ଦଳିତ ମହାସଙ୍ଘ ଏବଂ କୁଇ କୁଳ ସମିତି (ଦାରିଙ୍ଗବାଡି )ପକ୍ଷରୁ ସମର୍ଥନ ଜଣାଇ ଦାରିଙ୍ଗବାଡିର ଚାରିଛକରେ ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ କରାଯାଇଛି। ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପ୍ରତ୍ୟାହାର କରାଯିବାକୁ ବିକ୍ଷୋଭ କରିବା ସହ ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ । ସେହିପରି ବିକ୍ଷୋଭକାରୀମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଗାଡି ଚଳାଚଳ ବନ୍ଦ ଯୋଗୁ ଲୋକମାନେ ବ୍ୟାଙ୍କ, ସ୍ବାାସ୍ଥ୍ୟକେନ୍ଦ୍ର, ସରକାରୀ କାର୍ଯ୍ୟରେ ପହଞ୍ଚିବା ମୁସ୍କିଲ ହୋଇଛି। ତେବେ ଜରୁରୀକାଳୀନ ସେବା ତଥା ଆମ୍ବୁଲାନ୍ସ ସମେତ ବିଭିନ୍ନ ଜରୁରୀ କାର୍ଯ୍ୟକୁ ଏହି ବନ୍ଦରୁ ବାଦ୍‌ ଦିଆଯାଇଛି। ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ଖୋଲା ରହିଛି। ଏହି ଆନ୍ଦୋଳନରେ କୁଇକୁଳ ସମିତିର ସମ୍ପାଦକ ଶୁକଦେବ ପ୍ରଧାନଙ୍କ ସମେତ ରାଷ୍ଟ୍ରୀୟ ଆଦିବାସି ଏକଦା ପରିଷଦର ବ୍ଲକ ପ୍ରଭାରୀ ପ୍ରଶାନ୍ତ ପ୍ରଧାନ, ଆଦିବାସୀ ମହାସଙ୍ଘର ସମ୍ପାଦକ ସନ୍ତୋଷ ପ୍ରଧାନ, ନାଏବ ସରପଞ୍ଚ ଦୀପକ ପ୍ରଧାନଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ।

The post ଦାରିଙ୍ଗବାଡିରେ ଭାରତ ବନ୍ଦ ପ୍ରଭାବ : ଚାରିଛକରେ ବିକ୍ଷୋଭ appeared first on Dharitri Odia News.