ମମତା କହିଲେ ମୋତେ ଏମିତି ଅପମାନ ନ କରାଯାଉ, ଡାକ୍ତରଙ୍କ ସହ ପୁଣି ଫେଲ ମାରିଲା ବୈଠକ

କୋଲକାତା,୧୪।୯: ପଶ୍ଚିମବଙ୍ଗର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହୋଇଥିବା ବୈଠକ ବିଫଳ ହୋଇଛି। ଏହାପୂର୍ବରୁ ଗୁରୁବାର ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ବୈଠକ ଡାକିଥିଲେ। ମମତା ବାନାର୍ଜୀ ପ୍ରାୟ ୨ ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ ସୁଦ୍ଧା ଡାକ୍ତରମାନେ ପହଞ୍ଚି ନଥିଲେ। ଆନ୍ଦୋଳନକାରୀ ଡାକ୍ତରମାନେ ଶନିବାର ପଶ୍ଚିମବଙ୍ଗ ସରକାରଙ୍କୁ ଏକ ବୈଠକ ଦାବି କରି ଏକ ଇମେଲ […] The post ମମତା କହିଲେ ମୋତେ ଏମିତି ଅପମାନ ନ କରାଯାଉ, ଡାକ୍ତରଙ୍କ ସହ ପୁଣି ଫେଲ ମାରିଲା ବୈଠକ appeared first on Dharitri Odia News.

ମମତା କହିଲେ ମୋତେ ଏମିତି ଅପମାନ ନ କରାଯାଉ, ଡାକ୍ତରଙ୍କ ସହ ପୁଣି ଫେଲ ମାରିଲା ବୈଠକ

କୋଲକାତା,୧୪।୯: ପଶ୍ଚିମବଙ୍ଗର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହୋଇଥିବା ବୈଠକ ବିଫଳ ହୋଇଛି। ଏହାପୂର୍ବରୁ ଗୁରୁବାର ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ବୈଠକ ଡାକିଥିଲେ। ମମତା ବାନାର୍ଜୀ ପ୍ରାୟ ୨ ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ ସୁଦ୍ଧା ଡାକ୍ତରମାନେ ପହଞ୍ଚି ନଥିଲେ।
ଆନ୍ଦୋଳନକାରୀ ଡାକ୍ତରମାନେ ଶନିବାର ପଶ୍ଚିମବଙ୍ଗ ସରକାରଙ୍କୁ ଏକ ବୈଠକ ଦାବି କରି ଏକ ଇମେଲ ପଠାଇଥିଲେ। ଏହା ପରେ ମମତା ସରକାର ସନ୍ଧ୍ୟା ୬ଟାରେ ବୈଠକ କରିବାକୁ ସମୟ ଦେଇଥିଲେ। ଏହା ପରେ ଜୁନିଅର ଡାକ୍ତରଙ୍କ ଏକ ଟିମ୍‌ ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। କିନ୍ତୁ ବୈଠକର ଲାଇଭ ଷ୍ଟ୍ରିମିଂକୁ ନେଇ ଏହା ଆରମ୍ଭ ହୋଇପାରିଲା ନାହିଁ। ବୈଠକର ଲାଇଭ ଷ୍ଟ୍ରିମିଂ କରାଯିବାକୁ ଡାକ୍ତରମାନେ ଦାବି କରିଥିଲେ। ହେଲେ ମମତା ବାନାର୍ଜୀ କହିଥିଲେ ଯେ ମାମଲା କୋର୍ଟରେ ଅଛି, ତେଣୁ ବୈଠକର ଲାଇଭ ଷ୍ଟ୍ରିମିଂ କରାଯାଇପାରିବ ନାହିଁ।
ମମତା ବାନାର୍ଜୀ ଡାକ୍ତରମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ। ମମତା କହିଛନ୍ତି, ଆମେ ଅନେକ ଦିନ ଧରି ଏହି ବିରୋଧ ପ୍ରଦର୍ଶନକୁ ଶେଷ କରିବାକୁ ଚେଷ୍ଟା କରୁଛୁ, ଦୟାକରି କଥା ହୁଅନ୍ତୁ । ଯେତେବେଳେ ଡାକ୍ତର ତାଙ୍କ ଦାବିକୁ ନେଇ ଜିଦ ଧରିଥିଲେ, ମମତା ବାନାର୍ଜୀ କହିଥିଲେ, ଆପଣ ମୋତେ ଏହିପରି ଭାବେ ଅପମାନ କରିପାରିବେ ନାହିଁ।

The post ମମତା କହିଲେ ମୋତେ ଏମିତି ଅପମାନ ନ କରାଯାଉ, ଡାକ୍ତରଙ୍କ ସହ ପୁଣି ଫେଲ ମାରିଲା ବୈଠକ appeared first on Dharitri Odia News.