ଜବାବ ଦେଉଛି INDIA! ପାକିସ୍ତାନ ପାଇଁ ବନ୍ଦ କଲା ଏୟାରସ୍ପେସ୍, ଟିକିଏ ଭୁଲ୍ କଲେ ଫସିବ…
ନୂଆଦିଲ୍ଲୀ,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ସପ୍ତାହ ପରେ ଭାରତ ଏକ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ) ଜାରି କରିଛି। ଏଥିରେ ପାକିସ୍ତାନ ଦ୍ୱାରା ପଞ୍ଜିକୃତ, ପରିଚାଳିତ କିମ୍ବା ଲିଜ୍ ନେଇଥିବା ସମସ୍ତ ବିମାନ, ବାଣିଜି୍ୟକ ବିମାନ ଏବଂ ସାମରିକ ବିମାନ ପାଇଁ ଏହାର ଆକାଶ ସୀମାକୁ ସୀମିତ କରିଛି। ଏୟାରସ୍ପେସ ବନ୍ଦ କରିବା ପ୍ରକ୍ରିୟା ଏପ୍ରିଲ ୩୦ ରୁ ମେ’ ୨୩, ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଉଲ୍ଲେଖଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର […] The post ଜବାବ ଦେଉଛି INDIA! ପାକିସ୍ତାନ ପାଇଁ ବନ୍ଦ କଲା ଏୟାରସ୍ପେସ୍, ଟିକିଏ ଭୁଲ୍ କଲେ ଫସିବ… appeared first on Dharitri Odia News.
ନୂଆଦିଲ୍ଲୀ,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ସପ୍ତାହ ପରେ ଭାରତ ଏକ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ) ଜାରି କରିଛି। ଏଥିରେ ପାକିସ୍ତାନ ଦ୍ୱାରା ପଞ୍ଜିକୃତ, ପରିଚାଳିତ କିମ୍ବା ଲିଜ୍ ନେଇଥିବା ସମସ୍ତ ବିମାନ, ବାଣିଜି୍ୟକ ବିମାନ ଏବଂ ସାମରିକ ବିମାନ ପାଇଁ ଏହାର ଆକାଶ ସୀମାକୁ ସୀମିତ କରିଛି। ଏୟାରସ୍ପେସ ବନ୍ଦ କରିବା ପ୍ରକ୍ରିୟା ଏପ୍ରିଲ ୩୦ ରୁ ମେ’ ୨୩, ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।
ଉଲ୍ଲେଖଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପାକିସ୍ତାନ ପ୍ରଥମେ ଭାରତୀୟ ବିମାନ ପାଇଁ ତାର ଏୟାରସ୍ପେସ୍(ଆକାଶ ସୀମା)କୁ ବନ୍ଦ କରିଦେଇଥିଲା। ଏବେ ଭାରତର ଏଭଳି ପଦକ୍ଷେପ ପରେ ଆଉ ପାକିସ୍ତାନୀ ବିମାନକୁ ସୀମା ଡେଇଁବାର ସୁଯୋଗ ମିଳିବ ନାହିଁ। ଫଳରେ ଭାରତ ଆନୁଷ୍ଠାନିକ ଭାବରେ ଏହାର ଆକାଶ ସୀମାକୁ ପ୍ରତିବନ୍ଧିତ କରିବା ସହିତ, ପାକିସ୍ତାନୀ ବିମାନ କମ୍ପାନୀଗୁଡ଼ିକୁ କୁଆଲାଲମ୍ପୁର ଭଳି ଦକ୍ଷିଣ-ପୂର୍ବ ଏସୀୟ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଚୀନ୍ କିମ୍ବା ଶ୍ରୀଲଙ୍କା ଭଳି ଦେଶ ଦେଇ ଲମ୍ବା ପଥ ନେବାକୁ ବାଧ୍ୟହେବେ। ଏଭଳି କରାଗଲେ ସେନା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
The post ଜବାବ ଦେଉଛି INDIA! ପାକିସ୍ତାନ ପାଇଁ ବନ୍ଦ କଲା ଏୟାରସ୍ପେସ୍, ଟିକିଏ ଭୁଲ୍ କଲେ ଫସିବ… appeared first on Dharitri Odia News.