ଗାଳି ପରେ ଏବେ କେ ଏଲ୍ ରାହୁଲଙ୍କୁ ଡିନର୍ ପାର୍ଟୀ ଦେଲେ ମାଲିକ, ଆଲିଙ୍ଗନ କରି ସ୍ବାଗତ
ନୂଆଦିଲ୍ଲୀ,୧୪।୫: ବିବାଦର ଅନ୍ତ। କେ ଏଲ୍ ରାହୁଲ ଏବଂ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି। ସାମ୍ନାକୁ ଆସିଥିବା ଉଭୟଙ୍କ ଫଟୋରୁ ଏହା ସ୍ପଷ୍ଟ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଉକ୍ତ ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖାଯାଉଛି। ଲକ୍ଷ୍ନୌ ଏହାର ଆଗାମୀ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ। ଏହାପୂର୍ବରୁ ଅଧିନାୟକ ଏବଂ ମାଲିକଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦ ଶେଷ ହୋଇଛି ବୋଲି କୁହାଯାଉଛି। ତେବେ ଏଲ୍ଏସ୍ଜି ଫ୍ରାଞ୍ଚାଇଜ୍ ମାଲିକ ଗୋଏଙ୍କା […] The post ଗାଳି ପରେ ଏବେ କେ ଏଲ୍ ରାହୁଲଙ୍କୁ ଡିନର୍ ପାର୍ଟୀ ଦେଲେ ମାଲିକ, ଆଲିଙ୍ଗନ କରି ସ୍ବାଗତ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୫: ବିବାଦର ଅନ୍ତ। କେ ଏଲ୍ ରାହୁଲ ଏବଂ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି। ସାମ୍ନାକୁ ଆସିଥିବା ଉଭୟଙ୍କ ଫଟୋରୁ ଏହା ସ୍ପଷ୍ଟ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଉକ୍ତ ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖାଯାଉଛି। ଲକ୍ଷ୍ନୌ ଏହାର ଆଗାମୀ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ। ଏହାପୂର୍ବରୁ ଅଧିନାୟକ ଏବଂ ମାଲିକଙ୍କ ମଧ୍ୟରେ ଦେଖାଯାଇଥିବା ବିବାଦ ଶେଷ ହୋଇଛି ବୋଲି କୁହାଯାଉଛି।
ତେବେ ଏଲ୍ଏସ୍ଜି ଫ୍ରାଞ୍ଚାଇଜ୍ ମାଲିକ ଗୋଏଙ୍କା ଅଧିନାୟକ ରାହୁଲଙ୍କୁ ନିଜ ଘରକୁ ରାତ୍ରଭୋଜନ ଲାଗି ନିମନ୍ତ୍ରଣ ଦେଇଥିଲେ। ମନମାଳିନ୍ୟକୁ ଦୂରରେ ରଖି ରାହୁଲ ପହଞ୍ଚିବା ପରେ ଗୋଏଙ୍କା ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ। ଏହାର ଫଟୋ ଭାଇରାଲ ହେଉଛି।
କହିରଖୁଛୁ, ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ପରାଜିତ ହେବା ପରେ ଲକ୍ଷ୍ନୌ ମାଲିକ ଅଧନାୟକଙ୍କୁ ଗାଳି କରିଥିଲେ। ମଇଦାନରେ ସେ ରାହୁଲଙ୍କୁ ଅନେକ କିଛି କହୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ପରେ ଏହାକୁ କ୍ରିକେଟ ପ୍ରେମୀଙ୍କ ସହ ରାହୁଲଙ୍କ ପ୍ରଶଂସକମାନେ ପସନ୍ଦ କରି ନ ଥିଲେ। ଖୋଲାଖୋଲି ଭାବେ ଏଭଳି ବ୍ୟବହାର ଠିକ୍ ନୁହେଁ ବୋଲି ଅନେକେ କହିଥିଲେ।
Sanjeev Goenka invited KL Rahul to his home for dinner.
– Both hugged each other.
pic.twitter.com/Zq2JV8ow5l
— Mufaddal Vohra (@mufaddal_vohra) May 14, 2024
The post ଗାଳି ପରେ ଏବେ କେ ଏଲ୍ ରାହୁଲଙ୍କୁ ଡିନର୍ ପାର୍ଟୀ ଦେଲେ ମାଲିକ, ଆଲିଙ୍ଗନ କରି ସ୍ବାଗତ appeared first on Dharitri Odia News.