ଏହି ତାରିଖରୁ କ୍ୟାନସଲ କରିଦିଆଯିବ ଏମାନଙ୍କ ରାଶନ କାର୍ଡ, ଲିଷ୍ଟରେ ଆପଣ ଅଛନ୍ତି କି, କରନ୍ତୁ ଚେକ୍
ନୂଆଦିଲ୍ଲୀ,୨୯।୧୦: ଭାରତ କେନ୍ଦ୍ର ସରକାର ନିଜ ଦେଶର ଅଭାବୀ ଏବଂ ଗରିବ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ଅନ୍ତର୍ଭୁକ୍ତ । ଏହି ଯୋଜନାରେ ଦେଶର କୋଟି ଲୋକ ଉପକୃତ ହେଉଛନ୍ତି। ଭାରତରେ ଅନେକ ଲୋକ ଦାରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି। ଏହିପରି ଅନେକ ଲୋକଙ୍କର ଦୁଇଅଳି ଖାଇବା ମଧ୍ୟ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ଭାରତ ସରକାର ଏଭଳି ଲୋକଙ୍କୁ କମ ମୂଲ୍ୟରେ ରାଶନ ଯୋଗାଇଥାନ୍ତି। ଏଥିପାଇଁ ସରକାର […] The post ଏହି ତାରିଖରୁ କ୍ୟାନସଲ କରିଦିଆଯିବ ଏମାନଙ୍କ ରାଶନ କାର୍ଡ, ଲିଷ୍ଟରେ ଆପଣ ଅଛନ୍ତି କି, କରନ୍ତୁ ଚେକ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୧୦: ଭାରତ କେନ୍ଦ୍ର ସରକାର ନିଜ ଦେଶର ଅଭାବୀ ଏବଂ ଗରିବ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ଅନ୍ତର୍ଭୁକ୍ତ । ଏହି ଯୋଜନାରେ ଦେଶର କୋଟି ଲୋକ ଉପକୃତ ହେଉଛନ୍ତି। ଭାରତରେ ଅନେକ ଲୋକ ଦାରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି। ଏହିପରି ଅନେକ ଲୋକଙ୍କର ଦୁଇଅଳି ଖାଇବା ମଧ୍ୟ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ଭାରତ ସରକାର ଏଭଳି ଲୋକଙ୍କୁ କମ ମୂଲ୍ୟରେ ରାଶନ ଯୋଗାଇଥାନ୍ତି। ଏଥିପାଇଁ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଏହି ଲୋକଙ୍କୁ ରାଶନ କାର୍ଡ ମଧ୍ୟ ପ୍ରଦାନ କରୁଛନ୍ତି। ରାଶନ କାର୍ଡ ସାହାଯ୍ୟରେ ନିକଟସ୍ଥ ସରକାରୀ ରାଶନ ଦୋକାନଗୁଡ଼ିକରେ କମ ମୂଲ୍ୟରେ ରାଶନ ମିଳିପାରିବ। କିଛି ମାସ ପୂର୍ବରୁ, ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ସମସ୍ତ ରାଶନ କାର୍ଡଧାରୀଙ୍କ ପାଇଁ E-KYC କରିବା ବାଧ୍ୟତାମୂଳକ କରାଯାଇଥିଲାଏଥିପାଇଁ ଶେଷ ତାରିଖ ମଧ୍ୟ ସ୍ଥିର କରାଯାଇଥିଲା। ସରକାର ଏହା ପୂର୍ବରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ସମୟସୀମା ସ୍ଥିର କରିଥିଲେ। କିନ୍ତୁ ପରେ ଏହାକୁ ୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ରାଶନ କାର୍ଡଧାରୀଙ୍କ ପାଇଁ E- KYC ସମୟସୀମା ଡିସେମ୍ବର ୧କୁ ବୃଦ୍ଧି କରାଯାଇଛି। ସମସ୍ତ ରାଶନ କାର୍ଡଧାରୀ ଯେଉଁମାନେ ଡିସେମ୍ବର ୧, ୨୦୨୪ ସୁଦ୍ଧା E- KYC ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି । ସେହି ସମସ୍ତ ରାଶନ କାର୍ଡଧାରୀଙ୍କ ନାମ ରାଶନ କାର୍ଡରୁ ହଟାଯିବ ଏବଂ ସେମାନଙ୍କର ରାଶନ କାର୍ଡ ବାତିଲ ହେବ। ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର E-KYC କରିନାହାଁନ୍ତି। ତେବେ ଆପଣ ନିଜ ଅଞ୍ଚଳର ଯେକୌଣସି ନିକଟତମ ସରକାରୀ ରାଶନ ବଣ୍ଟନ ଦୋକାନକୁ ଯାଇ PoS ମେଶିନ ମାଧ୍ୟମରେ E- KYC କରିପାରିବେ।
The post ଏହି ତାରିଖରୁ କ୍ୟାନସଲ କରିଦିଆଯିବ ଏମାନଙ୍କ ରାଶନ କାର୍ଡ, ଲିଷ୍ଟରେ ଆପଣ ଅଛନ୍ତି କି, କରନ୍ତୁ ଚେକ୍ appeared first on Dharitri Odia News.