ପ୍ରେମିକ ଘରେ ନିଆଁ ଲଗାଇଦେଲେ ପ୍ରେମିକା, ଆଉ ତା’ପରେ…
ଭଦ୍ରକ,୧୦।୮: ଭଦ୍ରକ ଜିଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଜଣକ ପ୍ରେମିକ ଘରେ ପହଞ୍ଚି ନିଆଁ ଲଗାଇ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଅନ୍ୟପକ୍ଷେ ପୋଲିସ ପ୍ରେମିକା ଏବଂ ତାଙ୍କର ଜଣେ ବାନ୍ଦବୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷେ ପ୍ରେମିକ ଜଣକ ରାଜ୍ୟ ବାହାରେ ରହୁଥିବା ବେଳେ ପ୍ରେମିକା ଜଣକ ଘରେ ପହଞ୍ଚି ଏଭଳିକାଣ୍ଡ ଘଟାଛନ୍ତି। ଏପରିକି ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିବା ସହ ପେଟ୍ରୋଲ ପକାଇ ମାରିଦେବାକୁ […] The post ପ୍ରେମିକ ଘରେ ନିଆଁ ଲଗାଇଦେଲେ ପ୍ରେମିକା, ଆଉ ତା’ପରେ… appeared first on Dharitri Odia News.
ଭଦ୍ରକ,୧୦।୮: ଭଦ୍ରକ ଜିଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଜଣକ ପ୍ରେମିକ ଘରେ ପହଞ୍ଚି ନିଆଁ ଲଗାଇ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଅନ୍ୟପକ୍ଷେ ପୋଲିସ ପ୍ରେମିକା ଏବଂ ତାଙ୍କର ଜଣେ ବାନ୍ଦବୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଅନ୍ୟପକ୍ଷେ ପ୍ରେମିକ ଜଣକ ରାଜ୍ୟ ବାହାରେ ରହୁଥିବା ବେଳେ ପ୍ରେମିକା ଜଣକ ଘରେ ପହଞ୍ଚି ଏଭଳିକାଣ୍ଡ ଘଟାଛନ୍ତି। ଏପରିକି ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିବା ସହ ପେଟ୍ରୋଲ ପକାଇ ମାରିଦେବାକୁ ଧକମ ଦେଇଥିବା ଅଭିଯୋଗ ହୋଇଛି।
ପରିବାର ଲୋକେ ଦୁଇ ଯୁବତୀଙ୍କୁ କାବୁ କରି ଥାନାରେ ଜିମା ଦେଇଛନ୍ତି। ଏନେଇ ବାସୁଦେବପୁର ଥାନାରେ ଏକ ଅଭିଯୋଗ ହୋଇଛି। ରୁକୁଣାଦେଇପୁର ଗ୍ରାମର ଜଣେ ଯୁବକ ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ବର୍ତ୍ତମାନ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି।
The post ପ୍ରେମିକ ଘରେ ନିଆଁ ଲଗାଇଦେଲେ ପ୍ରେମିକା, ଆଉ ତା’ପରେ… appeared first on Dharitri Odia News.