ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି…

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ ଏକ ବିରାଟକାୟ ଗଛ ଟଳି ପଡ଼ିଛି। ଫଳରେ ସାହିବାସିନ୍ଦା ବଜାର କିମ୍ବା ସାହିରୁ ବାହାରକୁ ଯିବା ମୁସ୍କିଲ ହୋଇପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଗଛ କାଟିବା ଆରମ୍ଭ କରିଛନ୍ତି। ପ୍ରକାଶ ଯେ, ଉକ୍ତ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଅହ ରହ ଚାଲିଛି ଫଳରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ପୁରୁଣା ବିରାଟ କାୟ ଗଛଗୁଡିକ […] The post ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି… appeared first on Dharitri Odia News.

ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି…

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ ଏକ ବିରାଟକାୟ ଗଛ ଟଳି ପଡ଼ିଛି। ଫଳରେ ସାହିବାସିନ୍ଦା ବଜାର କିମ୍ବା ସାହିରୁ ବାହାରକୁ ଯିବା ମୁସ୍କିଲ ହୋଇପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଗଛ କାଟିବା ଆରମ୍ଭ କରିଛନ୍ତି।

ପ୍ରକାଶ ଯେ, ଉକ୍ତ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଅହ ରହ ଚାଲିଛି ଫଳରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ପୁରୁଣା ବିରାଟ କାୟ ଗଛଗୁଡିକ ବର୍ଷାରେ ଭିଜି ବିପଦସଙ୍କୁଳ ଅବସ୍ଥାକୁ ଆସିଯାଇଛି। ଦଡ଼ିବାଡ଼ିରେ ଏହି ଗଛ ପଡ଼ବା ସମୟରେ ଲୋକ ଯାତାୟାତ କରୁଥିଲେ ମଧ୍ୟ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।

The post ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି… appeared first on Dharitri Odia News.