ବାବା ସିଦ୍ଦିକଙ୍କର ଦାଉଦ୍ ସହ ସମ୍ପୃକ୍ତି ଥିଲା : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍
ମୁମ୍ବାଇ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଜଣେ ସଦସ୍ୟ ସ୍ବର୍ଗତ ଏନ୍ସିପି ନେତା ବାବା ସିଦ୍ଦିକଙ୍କ ସଂକ୍ରାନ୍ତରେ ଏକ ସମ୍ବେଦନଶୀଳ ଦାବି କରିଛି। ବାବା ସିଦ୍ଦିକଙ୍କର ଦାଉଦ ସହ ସମ୍ପୃକ୍ତି ଥିଲା ବୋଲି ସେ ଅଭିଯୋଗ କରିଛି। ଉତ୍ତରପ୍ରଦେଶରେ ଏକ ଏନକାଉଣ୍ଟରରେ ଗୁଳିମାଡ଼ର ଶିକାର ହୋଇଥିବା ଯୋଗେଶ ଓରଫ୍ ରାଜୁ (୨୬) ଅଭିଯୋଗ କରିଛି ଯେ ଭାରତର ମୋଷ୍ଟ୍ ୱାରେଣ୍ଟ୍ ଅପରାଧୀ ଏବଂ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ପଛର ମାଷ୍ଟରମାଇଣ୍ଡ୍ ଦାଉଦ୍ ସହ ବାବା ସିଦ୍ଦିକଙ୍କର ସମ୍ପୃକ୍ତି […]

ମୁମ୍ବାଇ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଜଣେ ସଦସ୍ୟ ସ୍ବର୍ଗତ ଏନ୍ସିପି ନେତା ବାବା ସିଦ୍ଦିକଙ୍କ ସଂକ୍ରାନ୍ତରେ ଏକ ସମ୍ବେଦନଶୀଳ ଦାବି କରିଛି। ବାବା ସିଦ୍ଦିକଙ୍କର ଦାଉଦ ସହ ସମ୍ପୃକ୍ତି ଥିଲା ବୋଲି ସେ ଅଭିଯୋଗ କରିଛି। ଉତ୍ତରପ୍ରଦେଶରେ ଏକ ଏନକାଉଣ୍ଟରରେ ଗୁଳିମାଡ଼ର ଶିକାର ହୋଇଥିବା ଯୋଗେଶ ଓରଫ୍ ରାଜୁ (୨୬) ଅଭିଯୋଗ କରିଛି ଯେ ଭାରତର ମୋଷ୍ଟ୍ ୱାରେଣ୍ଟ୍ ଅପରାଧୀ ଏବଂ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ପଛର ମାଷ୍ଟରମାଇଣ୍ଡ୍ ଦାଉଦ୍ ସହ ବାବା ସିଦ୍ଦିକଙ୍କର ସମ୍ପୃକ୍ତି ଥିଲା। ଲରେନ୍ସ ବିଷ୍ଣୋଇ-ହାସିମ ବାବା ଗ୍ୟାଙ୍ଗ୍ ସହ ରାଜୁ ଜଡ଼ିତ। ତେବେ ତା’ର ବାବା ସିଦ୍ଦିକ ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନଥିବା ସେ କହିଛି। ଦିଲ୍ଲୀର ଗ୍ରେଟର କୈଳାସରେ ଜଣେ ଜିମ୍ ମାଲିକ ନଦୀର ଶାହଙ୍କୁ ହତ୍ୟା କରିବା ଘଟଣାରେ ତା’ ବିରୋଧରେ ବିଚାରଣ ଚାଲିଛି। ରାଜୁ ଦାବି କରିଛି ଯେ ବାବା ସିଦ୍ଦିକ ଜଣେ ଭଲ ମଣିଷ ନଥିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।