କ୍ରିତିଙ୍କ ଲାଇଫ୍‌ ପାଟ୍‌ନର

ବେଶ୍‌ କିଛି ଦିନ ହେବ କ୍ରିତି ସନନ୍‌ ନିଜ ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜ୍‌ନେସ୍‌ମ୍ୟାନ୍‌ କବୀର ବହିଆଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଉଭୟ ଉଭୟଙ୍କୁ ଅନେକ ଦିନ ଧରି ଡେଟ୍‌ କରି ଆସୁଛନ୍ତି । ତେବେ କ୍ରିତିଙ୍କର ଏକ ସାକ୍ଷାତକାର ବର୍ତ୍ତମାନ ଭାଇରାଲ ହେଉଛି, ଯେଉଁଥିରେ କ୍ରିତି ନିଜ ଲାଇଫ୍‌ ପାଟନରଙ୍କୁ ନେଇ ମତ ଦେଇଛନ୍ତି । ସେ ସବୁବେଳେ ନିଜ ପାଟନରକୁ ସପୋଟିଭ୍‌ ଦେଖିବାକୁ ଚାହାନ୍ତି […]

କ୍ରିତିଙ୍କ ଲାଇଫ୍‌ ପାଟ୍‌ନର
କ୍ରିତିଙ୍କ ଲାଇଫ୍‌ ପାଟ୍‌ନର

ବେଶ୍‌ କିଛି ଦିନ ହେବ କ୍ରିତି ସନନ୍‌ ନିଜ ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜ୍‌ନେସ୍‌ମ୍ୟାନ୍‌ କବୀର ବହିଆଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଉଭୟ ଉଭୟଙ୍କୁ ଅନେକ ଦିନ ଧରି ଡେଟ୍‌ କରି ଆସୁଛନ୍ତି । ତେବେ କ୍ରିତିଙ୍କର ଏକ ସାକ୍ଷାତକାର ବର୍ତ୍ତମାନ ଭାଇରାଲ ହେଉଛି, ଯେଉଁଥିରେ କ୍ରିତି ନିଜ ଲାଇଫ୍‌ ପାଟନରଙ୍କୁ ନେଇ ମତ ଦେଇଛନ୍ତି । ସେ ସବୁବେଳେ ନିଜ ପାଟନରକୁ ସପୋଟିଭ୍‌ ଦେଖିବାକୁ ଚାହାନ୍ତି । ଜୀବନରେ ପ୍ରତିଟି ମୁହୂର୍ତ୍ତରେ ଜଣେ ଦରକାର ହୋଇଥାଏ, ଯାହା ସହିତ ସଫଳତା ଓ ବିଫଳତା ବଣ୍ଟାଯାଇପାରିବ । ତେବେ ଯାଇ ଜୀବନରେ ସୁଃଖ ଶାନ୍ତି ମିଳିବ ବୋଲି କ୍ରିତି ମତ ଦେଇଛନ୍ତି । ଯେ ବୃତ୍ତିର ହୋଇଥାଆନ୍ତୁ ପରିବାର ସମସ୍ତଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି କ୍ରିତି ମତ ଦେଇଛନ୍ତି । ତେବେ ଫ୍ୟାନମାନେ ଏହାକୁ କ୍ରିତିଙ୍କର ବିବାହକୁ ନେଇ ହିଣ୍ଟ ବୋଲି ଆଲୋଚନା କରୁଛନ୍ତି । କ୍ରିତି ଓ କବୀରଙ୍କ ଭିତରେ ସବୁକିଛି ଠିକ୍‌ ଚାଲିଛି ଓ ସେ ବୋଧେ ଖୁବ ଶୀଘ୍ର ବିବାହ କରିବେ ବୋଲି ଫ୍ୟନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।