ମେଦବହୁଳତା

ଜୀବନରେ ବ୍ୟସ୍ତତା ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ସେଥିମଧ୍ୟରୁ ଅନେକ ସମସ୍ୟା ଏଭଳି ଥାଏ ଯାହା କେତେକଙ୍କର ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ ବୋଲି ଧାରଣା ରହିଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ମେଦବହୁଳତା ବା ଓବେସିଟି । ଓବେସିଟି ସମସ୍ୟାଥିବା ଲୋକଙ୍କୁ ନିଜର ଅଧିକ ମୋଟା ଶରୀର ପାଇଁ ବେଳେବେଳେ ଖରାପ ଲାଗିଥାଏ, ଯାହା ସେମାନଙ୍କ ଆତ୍ମବିଶ୍ୱାସକୁ କମାଇଥାଏ । ତେବେ ଓବେସିଟି ସମସ୍ୟା ଭୋଗୁଥିବା ଲୋକଙ୍କୁ କିଛିଟା ଦିଗରେ ଧ୍ୟାନଦେଲେ ଏହି ସମସ୍ୟାରୁ […]

ମେଦବହୁଳତା
ମେଦବହୁଳତା

ଜୀବନରେ ବ୍ୟସ୍ତତା ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ସେଥିମଧ୍ୟରୁ ଅନେକ ସମସ୍ୟା ଏଭଳି ଥାଏ ଯାହା କେତେକଙ୍କର ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ ବୋଲି ଧାରଣା ରହିଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ମେଦବହୁଳତା ବା ଓବେସିଟି । ଓବେସିଟି ସମସ୍ୟାଥିବା ଲୋକଙ୍କୁ ନିଜର ଅଧିକ ମୋଟା ଶରୀର ପାଇଁ ବେଳେବେଳେ ଖରାପ ଲାଗିଥାଏ, ଯାହା ସେମାନଙ୍କ ଆତ୍ମବିଶ୍ୱାସକୁ କମାଇଥାଏ । ତେବେ ଓବେସିଟି ସମସ୍ୟା ଭୋଗୁଥିବା ଲୋକଙ୍କୁ କିଛିଟା ଦିଗରେ ଧ୍ୟାନଦେଲେ ଏହି ସମସ୍ୟାରୁ ସେମାନେ ଅତି ସହଜରେ ମୁକ୍ତି ପାଇପାରିବେ । ହେଲେ କେବେ ବି ଏହାର ପ୍ରଭାବ ନିଜର ଆତ୍ମବିଶ୍ୱାସ ଉପରେ ପଡିବାକୁ ନଦେଇ ଏହାର ଚିକିତ୍ସା କରନ୍ତୁ । ମୋଟପଣ ବା ମେଦବହୁଳତା ଅର୍ଥ କେବଳ ଆପଣ କିପରି ଦେଖାଯାଉଛନ୍ତି ତାହା ନୁହେଁ। ଏହାରଅର୍ଥ ଆପଣଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବିନ୍ଧିତ ସମସ୍ୟା ବା ରିସ୍କ ବୃଦ୍ଧି ହେବା । ଆପଣଙ୍କ ଶରୀର ମାସ୍‌ ଇଣ୍ଡେକ୍ସ ଆପଣଙ୍କର ମେଦବହୁଳ ବା ସାମାନ୍ୟ ଓଜନ ବୃଦ୍ଧି ତାହା ସ୍ଥିର କରିଥାଏ । ସାଧାରଣତଃ

୨୫-୨୯.୯ ବିଏମ୍‌୍‌ଆଇ ଥିବା ବ୍ୟକ୍ତିଙ୍କୁ ଓଜନ ବହୁଳ ରୂପେ ବିବେଚନା କରାଯାଏ, ତେବେ ୩୦ରୁ ଅଧିକ ବିଏମ୍‌୍‌ଆଇକୁ ମେଦବହୁଳ ରୂପେ ବିବେଚନା କରାଯାଏ । ତେଣୁ ନିଜର ବିଏମ୍‌ଆଇ ଜାଣି ନିଜ ଓଜନକୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ । ବିଏମ୍‌ଆଇ ଜାଣିବା ପାଇଁ ଏକ୍ସପର୍ଟଙ୍କର ସାହାଯ୍ୟ ନିଅନ୍ତୁ । ଯଦି ମେଦବହୁଳତା ଅଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।
ସ୍ୱାସ୍ଥ୍ୟଗତ ଚେତାବନୀ
ଶରୀରର ଓଜନ ଅଧିକ ଥିଲେ ଟାଇପ୍‌-୨ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦ୍‌୍‌ରୋଗ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ବନ୍ଧ୍ୟାଦୋଷ, ଅନିୟମିତ ଋତୁସ୍ରାବ, ଉଚ୍ଚ କୋଲଷ୍ଟ୍ରୋଲ୍‌, ଟ୍ରାଇଗ୍ଲିସେରାଇଡଡ୍ସ, ଡିପ୍ରେସନ୍‌, କ୍ୟାନସର ଏବଂ ଅନେକ କିଛି ଚିକିତ୍ସୀୟ ବିକୃତି ଅନ୍ତର୍ଭୁକ୍ତ ଅଟେ।