୮ ଟି ସହରରେ ଗଡିବ ‘ଆମ ବସ’
ଭୁବନେଶ୍ୱର : ରାଜ୍ୟର ଆଉ ୮ ସହର ସହିତ ଯୋଡି ହେଲା ‘ଆମ ବସ୍’ । ଅନୁଗୁଳ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଓ ରାୟଗଡା ଆଦି ଆଉ ୮ଟି ସହରରେ ‘ଆମ ବସ୍’ ପ୍ରଥମ ଥର ଚଳାଚଳ କରିବ । ଗୁରୁବାର କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହିପରି ଦୁର୍ଘଟଣା ରୋକିବାକୁ ନାନା ପଦକ୍ଷେପ ସଂପର୍କରେ କ୍ରୁଟ୍ […]

ଭୁବନେଶ୍ୱର : ରାଜ୍ୟର ଆଉ ୮ ସହର ସହିତ ଯୋଡି ହେଲା ‘ଆମ ବସ୍’ । ଅନୁଗୁଳ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଓ ରାୟଗଡା ଆଦି ଆଉ ୮ଟି ସହରରେ ‘ଆମ ବସ୍’ ପ୍ରଥମ ଥର ଚଳାଚଳ କରିବ । ଗୁରୁବାର କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହିପରି ଦୁର୍ଘଟଣା ରୋକିବାକୁ ନାନା ପଦକ୍ଷେପ ସଂପର୍କରେ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଦୁର୍ଘଟଣା ରୋକିବାକୁ ବସ୍ଗୁଡିକର ବେଗ ନିୟନ୍ତ୍ରଣ ଓ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇଛି କ୍ରୁଟ । ସ୍ପିଡ୍ ଉପରେ ଅଙ୍କୁଶ ଲଗାଇବା ସହ ଇଲେକ୍ଟ୍ରି ବସ୍ ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଚାଲିବ । ସେହିପରି ଡିଜେଲ୍ ବସ୍ ସହରେ ଭିତରେ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ନିଯୁକ୍ତ ଡ୍ରାଇଭରମାନେ ଯେପରି ସୁରକ୍ଷିତ ଡ୍ରାଇଭିଂ କରିବେ ଏବଂ ତାଙ୍କ ଆଚରଣ ସହ ବ୍ୟବହାର ଭଲ ରହିବ, ତା’ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥାତ୍ ଡ୍ରାଇଭରମାନଙ୍କୁ ସୁରକ୍ଷିତ ଡ୍ରାଇଭିଂ ଓ ଉତ୍ତମ ବ୍ୟବହାର ସଂପର୍କରେ ପ୍ରଶିକ୍ଷଣ ଦିଆଯିବ ଇ ପ୍ରତ୍ୟେକ ସହରରେ ପାସ ବ୍ୟବସ୍ଥା କରାଯିବ । ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସୂଚନାନୁସାରେ, ଜୁନ୍ ୨୦୨୪ ଠାରୁ ଏ ଯାଏଁ କଟକ, ପୁରୀ ଓ ଭୁବନେଶ୍ୱରରେ ମୋ ବସ୍ ଦ୍ୱାରା ୧୯ଟି ଦୁର୍ଘଟଣା ହୋଇଛି । ଏଥିରେ ୧୮ ଜଣ ଆହତ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ତେଣୁ ଦୁର୍ଘଟଣାରେ ଧନଜୀବନ ହାନି ରୋକିବା ସହ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛି କ୍ରୁଟ୍ ।