ନିଲାମ ହେଲା ମରିଚିକୁଣ୍ଡ ଜଳ
ଭୁବନେଶ୍ୱର : ନିଲାମ ହେଲା ପବିତ୍ର ମରିଚି କୁଣ୍ଡ ଜଳ I ସୋମବାର ବିଳମ୍ବିତ ରାତିରେ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ଏହି ପାଣି ନିଲାମ କରାଯାଇଛି। ନିଃସନ୍ତାନ ଦମ୍ପତ୍ତିଙ୍କ ଉଦ୍ଦ୍ୟେଶରେ ଏହି ଜଳକୁ ନିଲାମ କରାଯାଇଥାଏ I ବଡୁ ନିଯୋଗ ପକ୍ଷରୁ କରାଯାଇଥିବା ଏହି ନିଲାମର ପ୍ରଥମ ଗରାପାଣିକୁ ଜଗତ୍ସିଂହପୁରର ସୋନାଲି ପ୍ରିୟଦର୍ଶିନୀ ୨୪ହଜାର ୫ଶହ ଟଙ୍କାରେ କିଣିଥିଲେ। ସେହିପରି ଦ୍ୱିତୀୟ ଗରାପାଣିକୁ ବ୍ରହ୍ମପୁରର ସୁଲୋଚନା ସୁବୁଦ୍ଧି ୧୫ହଜାର ୧୦୦ଟଙ୍କାରେ କିଣିଥିବା ବେଳେ ତୃତୀୟ ଗରାପାଣିକୁ […]

ଭୁବନେଶ୍ୱର : ନିଲାମ ହେଲା ପବିତ୍ର ମରିଚି କୁଣ୍ଡ ଜଳ I ସୋମବାର ବିଳମ୍ବିତ ରାତିରେ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ଏହି ପାଣି ନିଲାମ କରାଯାଇଛି। ନିଃସନ୍ତାନ ଦମ୍ପତ୍ତିଙ୍କ ଉଦ୍ଦ୍ୟେଶରେ ଏହି ଜଳକୁ ନିଲାମ କରାଯାଇଥାଏ I ବଡୁ ନିଯୋଗ ପକ୍ଷରୁ କରାଯାଇଥିବା ଏହି ନିଲାମର ପ୍ରଥମ ଗରାପାଣିକୁ ଜଗତ୍ସିଂହପୁରର ସୋନାଲି ପ୍ରିୟଦର୍ଶିନୀ ୨୪ହଜାର ୫ଶହ ଟଙ୍କାରେ କିଣିଥିଲେ। ସେହିପରି ଦ୍ୱିତୀୟ ଗରାପାଣିକୁ ବ୍ରହ୍ମପୁରର ସୁଲୋଚନା ସୁବୁଦ୍ଧି ୧୫ହଜାର ୧୦୦ଟଙ୍କାରେ କିଣିଥିବା ବେଳେ ତୃତୀୟ ଗରାପାଣିକୁ ଭୁବନେଶ୍ୱରର ରୋଜାଲିନ ବେହେରା ୧୦ହଜାର ୧୦୦ଟଙ୍କାରେ କିଣିଥିଲେ। ବିଶ୍ୱାସ ରହିଛି ଯେ, ଏହି ମରୀଚି କୁଣ୍ଡ ପାଣିକୁ ନେଇ ଗାଧୋଇ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ନିଃସନ୍ତାନ ମହିଳା ସନ୍ତାନ ପ୍ରାପ୍ତ ହେବା ସହ ମନସ୍କାମନା ପୂରଣ ହୋଇଥାଏ। ସେଥି ନିମନ୍ତେ ବିଏମସି ପକ୍ଷରୁ ସେଠାରେ ଅସ୍ଥାୟୀ ଗାଧୁଆ ଘର ଏବଂ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା I ସେହିପରି ସୁରକ୍ଷା ପାଇଁ ୩ ଅଫିସରଙ୍କ ନେତୃତ୍ୱରେ ଗୋଟିଏ ପ୍ଲାଟୁନ ଫୋର୍ସ ନିୟୋଜିତ ଥିଲେ I