ଓଓ୍ବାଇସିଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ: କହିଦେଲେ ଏମିତି…

ନୂଆଦିଲ୍ଲୀ,୨।୮: ସାଧାରଣତଃ ସଂସଦରେ ବିଚାରଧାରର ଲଢେଇ ବହୁତ ଦେଖାଯାଏ। କିନ୍ତୁ ନିକଟରେ ଲୋକ ସଭାରେ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାଜପା ଏମ୍‌ପି ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସଦୁଦ୍ଦିନ ଓୱାଇସିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ସେ କହିଛନ୍ତି ଯେ, ଓୱାଇସି ଜି ଗୃହରେ ଥିବାବେଳେ ଭଲ ଲାଗେ। ତାଙ୍କ ସହିତ ରହିବା ମଧ୍ୟ ଭଲ ଲାଗେ। ଏହା ଶୁଣି ସମସ୍ତେ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଓୱାଇସିଙ୍କୁ ଭାଜପା […] The post ଓଓ୍ବାଇସିଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ: କହିଦେଲେ ଏମିତି… appeared first on Dharitri Odia News.

ଓଓ୍ବାଇସିଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ: କହିଦେଲେ ଏମିତି…

ନୂଆଦିଲ୍ଲୀ,୨।୮: ସାଧାରଣତଃ ସଂସଦରେ ବିଚାରଧାରର ଲଢେଇ ବହୁତ ଦେଖାଯାଏ। କିନ୍ତୁ ନିକଟରେ ଲୋକ ସଭାରେ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାଜପା ଏମ୍‌ପି ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସଦୁଦ୍ଦିନ ଓୱାଇସିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ସେ କହିଛନ୍ତି ଯେ, ଓୱାଇସି ଜି ଗୃହରେ ଥିବାବେଳେ ଭଲ ଲାଗେ। ତାଙ୍କ ସହିତ ରହିବା ମଧ୍ୟ ଭଲ ଲାଗେ। ଏହା ଶୁଣି ସମସ୍ତେ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଓୱାଇସିଙ୍କୁ ଭାଜପା ନେତାଙ୍କୁ ବରାବର ଟାର୍ଗେଟ୍‌ କରନ୍ତି।
ବଜେଟ ଅଧିବେଶନ ଉପରେ ଆଲୋଚନା ବେଳେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋର ବନ୍ଧୁ ଓୱାଇସି ଜୀ ମଧ୍ୟ ଆସିଗଲେଣି। ଓୱାଇସି ଜି ସହିତ କିଛି ସମୟ ରହିବାକୁ ଭଲ ଲାଗେ। ଧର୍ମେନ୍ଦ୍ର ଏସବୁ କହିବା ମାତ୍ରେ ଗୃହରେ ହାସ୍ୟାରୋଳ ମାହୋଲ ଆରମ୍ଭ ହେଲା। କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଶଂସା ଶୁଣିବା ପରେ ଓୱାଇସି ମଧ୍ୟ ହସ ଅଟକାଇ ପାରି ନ ଥିଲେ। ସେ ମୁଣ୍ଡ ହଲାଇ ଧୀରେ ଧୀରେ ହସୁଥିବା ଦେଖାଯାଇଥିଲା।

The post ଓଓ୍ବାଇସିଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ: କହିଦେଲେ ଏମିତି… appeared first on Dharitri Odia News.