ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୋରଡ଼ା ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ମୋରଡ଼ା ବ୍ଲକ ପର୍ଯ୍ୟବେକ୍ଷକ ମୀନକେତନ ମହାନ୍ତିଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ବିଧାୟକ ରାଜକିଶୋର ଦାସ, ଜିଲା ପରିଷଦ ସଭ୍ୟା ଝରଣା ମୁର୍ମୁ, ନାରୀ ନେତ୍ରୀ ବିଦ୍ୟୁତପ୍ରଭା ବେହେରା, ଶତଦଳ ମହାନ୍ତ, ବ୍ଲକ ସଭାପତି ଜୟପ୍ରକାଶ ରାଉଳ,ବରିଷ୍ଠ […] The post ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ appeared first on Dharitri Odia News.

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୋରଡ଼ା ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ମୋରଡ଼ା ବ୍ଲକ ପର୍ଯ୍ୟବେକ୍ଷକ ମୀନକେତନ ମହାନ୍ତିଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ବିଧାୟକ ରାଜକିଶୋର ଦାସ, ଜିଲା ପରିଷଦ ସଭ୍ୟା ଝରଣା ମୁର୍ମୁ, ନାରୀ ନେତ୍ରୀ ବିଦ୍ୟୁତପ୍ରଭା ବେହେରା, ଶତଦଳ ମହାନ୍ତ, ବ୍ଲକ ସଭାପତି ଜୟପ୍ରକାଶ ରାଉଳ,ବରିଷ୍ଠ ବିଜେଡି ନେତା କ୍ଷୀତିଶ ମହାନ୍ତ, ଘାସିରାମ ବେହେରା ୩୯ ନମ୍ବର ଜୋନ୍‌ର ସମସ୍ତ ସରପଞ୍ଚ, ସମିତିସଭ୍ୟା,ସଭ୍ୟ ପ୍ରମୁଖ ମଞ୍ଚସୀନ ଥିଲେ।

ମୋରଡ଼ା ବ୍ଲକ ଯୁବ ସଭାପତି ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍‌ ରାଲିରେ ବିଧାୟିକା ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ଆଦିବାସୀ ନୃତ୍ୟର ତାଳେ ତାଳେ ମଞ୍ଚ ନିକଟକୁ ପାଛୋଟି ଅଣାଯାଇଥିଲା। ବିଧାୟକ ଦାସ ନିଜ ଅଭିଭାଷଣରେ ଭାଜପା ଉପରେ ବର୍ଷିଥିଲେ। କେନ୍ଦ୍ରର ଭାଜପା ସରକାର ମିଛୁଆ ସରକାର କହିବା ସହିତ ମୋରଡ଼ାର ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନାମରେ ଏକାଧିକ ମାମଲା ଅଛି ବୋଲି କହିଥିଲେ।

ସେହିପରି ଓଡ଼ଶା ଏକ ବିକାଶଶୀଳ ରାଜ୍ୟରେ ପରିଣତ ହୋଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେବା ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚିଛି ବୋଲି କହିଥିଲେ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋ ଏବଂ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ କେବଳ ନବୀନ ଇଞ୍ଜିନ ହିଁ ଯଥେଷ୍ଟ ଓ ରାଜ୍ୟ ସରକାରଙ୍କ ପ୍ରତିଟି ଯୋଜନା ବାବଦରେ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଅବଗତ କରାଇଥିଲେ ପ୍ରୀତିନନ୍ଦା କାନୁନ୍‌ଗୋ।

The post ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ appeared first on Dharitri Odia News.