ସମିତି ସଭ୍ୟାଙ୍କୁ ଘରେ ପଶି ଆକ୍ରମଣ, ପୋଲିସ କହିଲା ଚାଲିଛି ତଦନ୍ତ

ମାହାଙ୍ଗା ୦୯।୦୩ : ମାହାଙ୍ଗାରେ ଅଭାବନୀୟ ଘଟଣା।ମହିଳା ସମିତି ସଭ୍ୟାଙ୍କୁ ଘରେ ପଶି  ଆକ୍ରମଣ କଲେ ଦୃର୍ବୁତ୍ତ । ମାହାଙ୍ଗୀ ବ୍ଲକ ପୋଡ଼ାମରାଇ ପଞ୍ଚାୟତ ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ସାହୁ ଗୁରୁତର ହୋଇଛନ୍ତି । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ଘରେ ପଶି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟା । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗିବା ଘଟଣାରେ ବିଜେଡି ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ କିଛି ମହିଳାମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଏହାପରେ ବିଧାୟକଙ୍କ ସମର୍ଥକମାନେ ସେମାନଙ୍କ ସୁଭଦ୍ରା ପଇସା କାଟି ଦେବେ ବୋଲି କହିଥିଲେ । ଯାହାକୁ ବିରୋଧ କରି କିଛି ହେବନି ବୋଲି କହିଥିଲେ ସୋନାଲି । ଆଉ ଏବେ ଘରେ କେହି ନଥିବା ବେଳେ ସମର୍ଥକମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ସୋନାଲି ଗୁରୁତର ହୋଇଥିଲେ । ଆଉ ଆମ୍ବୁଲାନ୍ସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସାଲେପୁର ଏସ୍‌ଡିପିଓ ସମେତ ଅନେକ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀକୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯଦି ଜଣେ ମହିଳା ସମିତିସଭ୍ୟା ହୋଇ ପଞ୍ଚାୟତରେ ସୁରକ୍ଷିତ ନୁହନ୍ତି, ତେବେ ରାଜ୍ୟରେ ନାରୀଙ୍କୁ ସରକାର କି ପ୍ରକାର ସୁରକ୍ଷା ଦେବେ ବୋଲି ସୋନାଲି ପ୍ରିୟଦର୍ଶ

ସମିତି ସଭ୍ୟାଙ୍କୁ ଘରେ ପଶି ଆକ୍ରମଣ, ପୋଲିସ କହିଲା ଚାଲିଛି ତଦନ୍ତ

ମାହାଙ୍ଗା ୦୯।୦୩ : ମାହାଙ୍ଗାରେ ଅଭାବନୀୟ ଘଟଣା।ମହିଳା ସମିତି ସଭ୍ୟାଙ୍କୁ ଘରେ ପଶି  ଆକ୍ରମଣ କଲେ ଦୃର୍ବୁତ୍ତ । ମାହାଙ୍ଗୀ ବ୍ଲକ ପୋଡ଼ାମରାଇ ପଞ୍ଚାୟତ ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ସାହୁ ଗୁରୁତର ହୋଇଛନ୍ତି । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ଘରେ ପଶି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟା । 

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗିବା ଘଟଣାରେ ବିଜେଡି ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ କିଛି ମହିଳାମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଏହାପରେ ବିଧାୟକଙ୍କ ସମର୍ଥକମାନେ ସେମାନଙ୍କ ସୁଭଦ୍ରା ପଇସା କାଟି ଦେବେ ବୋଲି କହିଥିଲେ । ଯାହାକୁ ବିରୋଧ କରି କିଛି ହେବନି ବୋଲି କହିଥିଲେ ସୋନାଲି । ଆଉ ଏବେ ଘରେ କେହି ନଥିବା ବେଳେ ସମର୍ଥକମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ସୋନାଲି ଗୁରୁତର ହୋଇଥିଲେ । ଆଉ ଆମ୍ବୁଲାନ୍ସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସେପଟେ ସାଲେପୁର ଏସ୍‌ଡିପିଓ ସମେତ ଅନେକ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀକୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯଦି ଜଣେ ମହିଳା ସମିତିସଭ୍ୟା ହୋଇ ପଞ୍ଚାୟତରେ ସୁରକ୍ଷିତ ନୁହନ୍ତି, ତେବେ ରାଜ୍ୟରେ ନାରୀଙ୍କୁ ସରକାର କି ପ୍ରକାର ସୁରକ୍ଷା ଦେବେ ବୋଲି ସୋନାଲି ପ୍ରିୟଦର୍ଶିନୀ କହିଛନ୍ତି।