ଗଭୀର ଅବପାତରେ ରୂପ ନେଲା ଲଘୁଚାପ, ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର ୧୫।୦୯ :  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା   ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ରହିଛି । ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଉଛି । ଏହାର ପ୍ରଭାବରେ  ରବିବାର ଉତ୍ତର ଓଡ଼ିଶାର ଅଧିକାଂଶ  ଓ ଦକ୍ଷିଣର ଅନେକ ଜାଗାରେ  ବର୍ଷା ହୋଇପାରେ । ସୁନ୍ଦରଗଡ଼,  ଝାରସୁଗୁଡ଼ା ଓ ସମ୍ବଲପୁରରେ   ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ବରଗଡ଼,  ସୋନପୁର, ଅନୁଗୁଳ, କେନ୍ଦୁଝର  ଓ ଦେବଗଡ଼ରେ ପ୍ରବଳ ବର୍ଷା  ହୋଇପାରେ । ସୋମବାର ଉତ୍ତର  ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା  ହେବ । ସୁନ୍ଦରଗଡ଼ରେ ପ୍ରବଳ ବର୍ଷା  ଆଶଙ୍କା ଅଛି । ୧୭ ପରେ ବଡ଼ ବର୍ଷା ସମ୍ଭାବନା ନାହିଁ।

ଗଭୀର ଅବପାତରେ ରୂପ ନେଲା ଲଘୁଚାପ, ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର ୧୫।୦୯ :  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା   ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ରହିଛି । ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଉଛି । 

ଏହାର ପ୍ରଭାବରେ  ରବିବାର ଉତ୍ତର ଓଡ଼ିଶାର ଅଧିକାଂଶ  ଓ ଦକ୍ଷିଣର ଅନେକ ଜାଗାରେ  ବର୍ଷା ହୋଇପାରେ । ସୁନ୍ଦରଗଡ଼,  ଝାରସୁଗୁଡ଼ା ଓ ସମ୍ବଲପୁରରେ   ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ବରଗଡ଼,  ସୋନପୁର, ଅନୁଗୁଳ, କେନ୍ଦୁଝର  ଓ ଦେବଗଡ଼ରେ ପ୍ରବଳ ବର୍ଷା  ହୋଇପାରେ । 

ସୋମବାର ଉତ୍ତର  ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା  ହେବ । ସୁନ୍ଦରଗଡ଼ରେ ପ୍ରବଳ ବର୍ଷା  ଆଶଙ୍କା ଅଛି । ୧୭ ପରେ ବଡ଼ ବର୍ଷା ସମ୍ଭାବନା ନାହିଁ।