ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ବର୧୩/୯: ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ଏକାଠି ରହୁଥିଲେ ଯୁବକ ଯୁବତୀ । ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।  ଖଣ୍ଡଗିରି କୋଳଥିଆ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ ହାଉସରୁ ମିଳିଲା ଝୁଲନ୍ତା ମୃତଦେହ। ମୃତକ ହେଲେ କୋରାପୁଟ ଦାମନଯୋଡି ଥାନା ମାଥଲପୁଟର ଜ୍ୟୋତିରେଖା ପରିଡ଼ା। ଜ୍ୟୋତିରେଖା ଏମସିଏ ପାସ୍‌ କରିଥିଲେ। ଭବାନୀପାଟଣାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ପାଠ ପଢିବା ସମୟରେ କଲେଜରେ ଗଞ୍ଜାମ ଜିଲ୍ଲାର ପ୍ରିୟ ରଞନ ପାତ୍ରଙ୍କ ସହିତ ଯୋଡ଼ିହେଲା ସଂପର୍କ । ଗତ ମାସ ୨୫ ତାରିଖରେ ପ୍ରିୟ ଜ୍ୟୋତିରେଖାଙ୍କୁ ଧରି ଭୁବନେଶ୍ବର ଚାଲିଆସିଥିଲେ । ଆପାର୍ଟମେଣ୍ଟର ଆଉଟ ହାଉସରେ ଭଡାରେ ରହିଥିଲେ।  ଗତ ଫେବ୍ରୁଆରୀ ୧୬ ତାରିଖରେ ଜାଆଁଳା ଭୁଆସୁଣି ମନ୍ଦିରରେ ମାଳ ପିନ୍ଧାଇ ପ୍ରିୟ ଜ୍ୟୋତିଙ୍କୁ ବିବାହ ବି କରିଥିଲେ । ସେହିମାସ ୨୪ ତାରିଖରେ ନୋଟାରୀ ନିକଟରେ ମଧ୍ୟ ରେଜେଷ୍ଟ୍ରୀ ହୋଇଥିଲା। ହେଲେ ଏମାନଙ୍କ ଭିତରେ ଗୁରୁବାର ଏମିତି କଣ ଘଟିଲା କେଜାଣି ସଂଧ୍ୟା ୭ ଟା ସମୟରେ ଆଉଟ ହାଉସ ଭିତରୁ ଜ୍ୟୋତିରେଖାଙ୍କ ମୃତଦେହ ଠାବ ହୋଇଥିଲା।  ବେକରେ ରଶି ଲାଗିଥିଲା ଆଉ  ଏକ ଟୁଲରେ ବସିଥିବା ଅବସ୍ଥାରେ ଥିଲେ ଜ୍ୟୋତିରେଖା। ପରିବାର ଲୋକ ଅଭିଯୋଗ କରିଛନ୍ତି ଜ୍ୟୋତିଙ୍କୁ ହତ୍ୟା କରାଯାଇ ଟାଙ୍ଗି ଦିଆଯଇଛି । ପୋଲିସ ତଦନ୍ତ କରିବା ସହିତ ତାଙ୍କର ମୋବାଇଲ ଓ ସୁନା ଚେନ ମୁଦି ପାଇନଥିବା କହିଛି

ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ବର୧୩/୯: ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ଏକାଠି ରହୁଥିଲେ ଯୁବକ ଯୁବତୀ । ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।  ଖଣ୍ଡଗିରି କୋଳଥିଆ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ ହାଉସରୁ ମିଳିଲା ଝୁଲନ୍ତା ମୃତଦେହ। ମୃତକ ହେଲେ କୋରାପୁଟ ଦାମନଯୋଡି ଥାନା ମାଥଲପୁଟର ଜ୍ୟୋତିରେଖା ପରିଡ଼ା। ଜ୍ୟୋତିରେଖା ଏମସିଏ ପାସ୍‌ କରିଥିଲେ। ଭବାନୀପାଟଣାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ପାଠ ପଢିବା ସମୟରେ କଲେଜରେ ଗଞ୍ଜାମ ଜିଲ୍ଲାର ପ୍ରିୟ ରଞନ ପାତ୍ରଙ୍କ ସହିତ ଯୋଡ଼ିହେଲା ସଂପର୍କ । 

ଗତ ମାସ ୨୫ ତାରିଖରେ ପ୍ରିୟ ଜ୍ୟୋତିରେଖାଙ୍କୁ ଧରି ଭୁବନେଶ୍ବର ଚାଲିଆସିଥିଲେ । ଆପାର୍ଟମେଣ୍ଟର ଆଉଟ ହାଉସରେ ଭଡାରେ ରହିଥିଲେ।  ଗତ ଫେବ୍ରୁଆରୀ ୧୬ ତାରିଖରେ ଜାଆଁଳା ଭୁଆସୁଣି ମନ୍ଦିରରେ ମାଳ ପିନ୍ଧାଇ ପ୍ରିୟ ଜ୍ୟୋତିଙ୍କୁ ବିବାହ ବି କରିଥିଲେ । ସେହିମାସ ୨୪ ତାରିଖରେ ନୋଟାରୀ ନିକଟରେ ମଧ୍ୟ ରେଜେଷ୍ଟ୍ରୀ ହୋଇଥିଲା। 

ହେଲେ ଏମାନଙ୍କ ଭିତରେ ଗୁରୁବାର ଏମିତି କଣ ଘଟିଲା କେଜାଣି ସଂଧ୍ୟା ୭ ଟା ସମୟରେ ଆଉଟ ହାଉସ ଭିତରୁ ଜ୍ୟୋତିରେଖାଙ୍କ ମୃତଦେହ ଠାବ ହୋଇଥିଲା।  ବେକରେ ରଶି ଲାଗିଥିଲା ଆଉ  ଏକ ଟୁଲରେ ବସିଥିବା ଅବସ୍ଥାରେ ଥିଲେ ଜ୍ୟୋତିରେଖା। ପରିବାର ଲୋକ ଅଭିଯୋଗ କରିଛନ୍ତି ଜ୍ୟୋତିଙ୍କୁ ହତ୍ୟା କରାଯାଇ ଟାଙ୍ଗି ଦିଆଯଇଛି । ପୋଲିସ ତଦନ୍ତ କରିବା ସହିତ ତାଙ୍କର ମୋବାଇଲ ଓ ସୁନା ଚେନ ମୁଦି ପାଇନଥିବା କହିଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଛାନ୍‌ଭିନ୍‌ ଚଲାଇଛି ଖଣ୍ଡଗିରି ପୋଲିସ ।