ଆମ୍ବ ଟାକୁଆଜନିତ ମୃତ୍ୟୁ ପରେ ପ୍ରଶାସନିକ ସ୍ତରରେ ତନାଘନା

ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ।

ଆମ୍ବ ଟାକୁଆଜନିତ ମୃତ୍ୟୁ ପରେ ପ୍ରଶାସନିକ ସ୍ତରରେ ତନାଘନା

କନ୍ଧମାଳରେ ୨ ଜଣଙ୍କ ଆମ୍ବ ଟାକୁଆଜନିତ ମୃତ୍ୟୁ ପରେ ପ୍ରଶାସନିକ ସ୍ତରରେ ତନାଘନା। ପ୍ରାଥମିକ ତଦନ୍ତରୁ ଏହା ଫୁଡ୍ ପଏଜନିଂ ବା ଖାଦ୍ୟ ବିଷାକ୍ତ ଯୋଗୁଁ ହୋଇଥିବା କୁହାଯାଉଛି। ପ୍ରଶ୍ନ ଉଠୁଛି ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ବଣପାହାଡ଼ର ମଣିଷଙ୍କ ଖାଦ୍ୟାଭ୍ୟାସ କାହିଁକି ସୁଧୁରୁନି? ଉଭୟ ସରକାରୀ ଓ ଘରୋଇ ସ୍ତରରେ ବହୁ ସଂସ୍ଥା ଆଦିବାସୀଙ୍କ ଉନ୍ନତି ପାଇଁ କାମ କରୁଥିଲେ ବି କାହିଁକି ସଚେତନତାର ଅଭାବ ରହୁଛି? କେଉଁଠି ରହୁଠି ଅସୁବିଧା?