ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ, କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ

ଭୁବନେଶ୍ୱର : କଡ଼ା ସୁରକ୍ଷା ବଳୟରେ ଇଭିଏମ । ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପରେ ଷ୍ଟ୍ରଙ୍ଗରୁମକୁ ଯାଇଛି ଇଭିଏମ ଓ ଭିଭିପାଟ ମେସିନ । EVMରେ ସିଲ୍ ହୋଇ ରହିଛି ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟିଂ ହାର କମିଛି । ପ୍ରଥମ ପର୍ଯ୍ୟାୟରେ ୭୫.୬୦ ପ୍ରତିଶତ ମତଦାନ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ ହୋଇଛି । ସୋନପୁରରେ ସର୍ବାଧିକ ୮୧.୨୩% […] The post ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ, କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ appeared first on KNews Odisha.

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ, କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ
evm

ଭୁବନେଶ୍ୱର : କଡ଼ା ସୁରକ୍ଷା ବଳୟରେ ଇଭିଏମ । ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପରେ ଷ୍ଟ୍ରଙ୍ଗରୁମକୁ ଯାଇଛି ଇଭିଏମ ଓ ଭିଭିପାଟ ମେସିନ । EVMରେ ସିଲ୍ ହୋଇ ରହିଛି ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟିଂ ହାର କମିଛି ।

ପ୍ରଥମ ପର୍ଯ୍ୟାୟରେ ୭୫.୬୦ ପ୍ରତିଶତ ମତଦାନ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ ହୋଇଛି । ସୋନପୁରରେ ସର୍ବାଧିକ ୮୧.୨୩% ଓ ଆସ୍କାରେ ସର୍ବନିମ୍ନ ୫୮.୯୯% ମତଦାନ ହୋଇଛି । ଅତାବିରାରେ ୭୪%, ବାଲିଗୁଡ଼ାରେ ୬୮.୫୪% , ବରଗଡ଼ରେ ୭୪.୨୦% ଓ ଭଞ୍ଜନଗରରେ ୬୬.୧୨ ମତଦାନ ହୋଇଛି ।

ଭଟଲୀ-ରେ ୭୯.୨୩% , ବିଜେପୁରରେ ୭୭.୨୦% , ବୀରମିତ୍ରପୁରରେ ୭୫.୫୦%, ବୀରମହାରାଜପୁରରେ ୭୮.୩୭%ଭୋଟିଂ ହୋଇଛି । ବଲାଙ୍ଗିରରେ ୬୫.୮୫%, ବଣାଇରେ ୭୩.୨୫%, ବୌଦ୍ଧରେ ୭୫.୧୨% ଓ ବ୍ରଜରାଜନଗର ୭୫.୦୨% ପ୍ରତିଶତ ହୋଇଛି । କଣ୍ଟାମାଳରେ ୭୫.୩୦%, ଖଲ୍ଲିକୋଟରେ ୬୧.୫୧%, ଲୋଇସିଂହାରେ ୭୨.୧୦%, ପଦ୍ମପୁରରେ ୭୫.୧୨% ପାଟଣାଗଡ଼ରେ ୬୮.୨୪% ଏବଂ ଫୁଲବାଣୀରେ ୭୦.୭୯ ପ୍ରତିଶତ ମତଦାନ ହୋଇଛି ।

The post ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ, କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ appeared first on KNews Odisha.