ହାଇଦ୍ରାବାଦରେ ‘ଚଡି ଗ୍ୟାଙ୍ଗ’ର ଆତଙ୍କ, ରାତି ଅଧରେ ସ୍କୁଲ୍ରୁ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା
ନୂଆଦିଲ୍ଲୀ ୧୮।୦୩: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଚଡି ଗ୍ୟାଙ୍ଗର ଆତଙ୍କ ସାମ୍ନାକୁ ଆସିଛି। ଏଠାରେ ଦୁଇ ଚଡି ପିନ୍ଧି ଏକ ବିଦ୍ୟାଳୟରେ ପ୍ରବେଶ କରି ୭ ଲକ୍ଷ ୮୫ ହଜାର ଟଙ୍କା ଚୋରି କରିଥିଲେ। ବର୍ତ୍ତମାନ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ପୋଲିସର ସୂଚନାନୁସାରେ, ଶନିବାର ମଧ୍ୟରାତ୍ରୀରେ ଏହି ଘଟଣା ଘଟିଛି। ଚୋରମାନେ ହାଇଦ୍ରାବାଦର ମିଆପୁରରେ ଅବସ୍ଥିତ ୱାର୍ଲ୍ଡ ୱାନ ସ୍କୁଲକୁ ଟାର୍ଗେଟ କରିଥିଲେ। ରାତିରେ ଅନ୍ତଃ ବସ୍ତ୍ର ପିନ୍ଧି ସ୍କୁଲ ପରିସରରେ ପ୍ରବେଶ କରିଥିବା ଦୁଇ ଚୋର ଲକ୍ଷ ଲକ୍ଷ ନଗଦ ଟଙ୍କା ନେଇ ଯାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଚୋର ସ୍କୁଲ ପରିସରରେ ବୁଲାବୁଲି କରି ଚୋରି କରୁଥିବା ଦେଖିବାକୁ ମିଳିଛି। ଚୋରମାନେ କେବଳ ଅନ୍ତଃ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କର ପରିଚୟ ଲୁଚାଇବାକୁ ମାସ୍କରେ ମୁହଁ ଘୋଡାଇ ଦେଇଛନ୍ତି। ଚୋରିର ଏଭଳି ଘଟଣା ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଘଟିଛି। ପ୍ରାୟ ଏକ ବର୍ଷ ପୂର୍ବେ ବିହାରର ରାଜଧାନୀ ପାଟନାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ 'ଚଡି-ବାନିଆନ ' ଗ୍ୟାଙ୍ଗ ଏକ ଇଲେକ୍ଟ୍ରୋନିକ ଦୋକାନକୁ ଟାର୍ଗେଟ କରିଥିଲା। ଚୋରମାନେ ଦୋକାନରେ ପ୍ରବେଶ କରି କାଉଣ୍ଟରରୁ ୨ ଲକ୍ଷ ଟଙ୍କା ଚୋରି କରିଥିଲେ। ଦୋକାନରେ ସ୍ଥାପିତ ସିସିଟିଭି କ୍ୟାମ
ନୂଆଦିଲ୍ଲୀ ୧୮।୦୩: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଚଡି ଗ୍ୟାଙ୍ଗର ଆତଙ୍କ ସାମ୍ନାକୁ ଆସିଛି। ଏଠାରେ ଦୁଇ ଚଡି ପିନ୍ଧି ଏକ ବିଦ୍ୟାଳୟରେ ପ୍ରବେଶ କରି ୭ ଲକ୍ଷ ୮୫ ହଜାର ଟଙ୍କା ଚୋରି କରିଥିଲେ। ବର୍ତ୍ତମାନ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ପୋଲିସର ସୂଚନାନୁସାରେ, ଶନିବାର ମଧ୍ୟରାତ୍ରୀରେ ଏହି ଘଟଣା ଘଟିଛି।

ଚୋରମାନେ ହାଇଦ୍ରାବାଦର ମିଆପୁରରେ ଅବସ୍ଥିତ ୱାର୍ଲ୍ଡ ୱାନ ସ୍କୁଲକୁ ଟାର୍ଗେଟ କରିଥିଲେ। ରାତିରେ ଅନ୍ତଃ ବସ୍ତ୍ର ପିନ୍ଧି ସ୍କୁଲ ପରିସରରେ ପ୍ରବେଶ କରିଥିବା ଦୁଇ ଚୋର ଲକ୍ଷ ଲକ୍ଷ ନଗଦ ଟଙ୍କା ନେଇ ଯାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଚୋର ସ୍କୁଲ ପରିସରରେ ବୁଲାବୁଲି କରି ଚୋରି କରୁଥିବା ଦେଖିବାକୁ ମିଳିଛି। ଚୋରମାନେ କେବଳ ଅନ୍ତଃ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କର ପରିଚୟ ଲୁଚାଇବାକୁ ମାସ୍କରେ ମୁହଁ ଘୋଡାଇ ଦେଇଛନ୍ତି।
ଚୋରିର ଏଭଳି ଘଟଣା ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଘଟିଛି। ପ୍ରାୟ ଏକ ବର୍ଷ ପୂର୍ବେ ବିହାରର ରାଜଧାନୀ ପାଟନାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ 'ଚଡି-ବାନିଆନ ' ଗ୍ୟାଙ୍ଗ ଏକ ଇଲେକ୍ଟ୍ରୋନିକ ଦୋକାନକୁ ଟାର୍ଗେଟ କରିଥିଲା। ଚୋରମାନେ ଦୋକାନରେ ପ୍ରବେଶ କରି କାଉଣ୍ଟରରୁ ୨ ଲକ୍ଷ ଟଙ୍କା ଚୋରି କରିଥିଲେ। ଦୋକାନରେ ସ୍ଥାପିତ ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି।