୨୨ ଏପ୍ରିଲର ସେହି ଭୟଙ୍କର ପରିଣତି...ଏବେବି ମନରୁ ଲିଭିନି, ସବୁଠି ଏକ ନିଶବ୍ଦ ଯନ୍ତ୍ରଣା
ନୂଆଦିଲ୍ଲୀ: ଠିକେ ମାସେ ... ୨୨ ଏପ୍ରିଲର ସେହି ଭୟଙ୍କର ପରିଣତି.... ବନ୍ଧୁକର ଗର୍ଜନରେ ଉପତ୍ୟକା ଥରିବା ପରେ ଭୟଙ୍କର ନିସ୍ତବ୍ଦ। ଆଖି ସାମ୍ନାରେ ସ୍ୱାମୀ... ପିତା...ଆତ୍ମୀୟଙ୍କ ନିଶ୍ଚଳ ମୃତଦେହକୁ ଧରି ଜୋରେ କାନ୍ଦିବାକୁ ଚେଷ୍ଟା କରୁଥିବା ସ୍ତ୍ରୀ- ପୁଅଙ୍କ ତଣ୍ଟିଟାକୁ ଚାପି ଦେଉଥିଲା ଭୟ। ସେକେଣ୍ଡ ସେକେଣ୍ଡରେ ବଦଳି ଗଲା ହସ ଖୁସି ଆଉ ସୁନ୍ଦର ପ୍ରକୃତିର ଦୃଶ୍ୟ। ଧର୍ମକୁ ପଚାରି ହତ୍ୟାଠୁ ଆହୁରି ବୀଭତ୍ସ ନୃଶଂସତା କଣ ବା ହୋଇପାରେ। ନରରାକ୍ଷସଙ୍କ ରକ୍ତର ହୋଲିରେ ଭୂସ୍ୱର୍ଗ ନର୍କଠୁ ବି ଘୂନ୍ୟ ପାଲଟି ଯାଇପାରେ। ହଁ ପହଲଗାମ ତାର ମୁକସାକ୍ଷୀ। ମାନବିକତାର ଇତିହାସର ଅତି ଭୟଙ୍କର ମୁହୂର୍ତ୍ତମାନ। ଅପରେସନ ସିନ୍ଦୂରରେ ସିନ୍ଦୂରର ବଦଲା ନିଆ ଯାଇପାରେ। କିନ୍ତୁ ତା ପରେ ବି ସେହି ଭୟ। ନୃଶଂସତା, ବର୍ବରତାର କଳା ରାଇଜକୁ ଭେଦି ପାରୁନି ଆଲୋକ। ସାରା କଶ୍ମୀର, ସାରା ଉପତ୍ୟରକା ୨୨ ଏପ୍ରିଲର ପରିଣାମ୍ ଭୋଗୁଛି। ନାହାନ୍ତି ଅତିଥି। ଟଟୁ ସବାରୀ, ଚୁପଚାପ ଖାଲି ହାତରେ ଘରକୁ ଫେରୁଛି। ହୋଟେଲ, ବଜାର, ବେପାର ସବୁ ଖାଲି, ନିରାଶ... ଆଶା ସବୁ ଅଭାବରେ ସଢ଼ୁଛି। ପହଲଗାମର ପରିଣତି ଭୋଗୁଛନ୍ତି ସମସ୍ତେ। କାଶ୍ମୀରର ପହଲଗାମ । ଭାରି ସୁନ୍ଦର। ପର୍ଯ୍ୟଟକଙ୍କ କୋଳାହଳରେ ହସି ଉଠୁଥିଲା। ହଠାତ ଶୁଭିଲା ଗର୍ଜନ। କେହି କିଛି ବୁଝିବା ଆଗରୁ ରକ୍ତରଞ୍ଜିତ ହୋଇ ଯାଇଥିଲା ଭୂସ୍ୱର୍ଗ। ନାଁ ଆଉ ଧର୍ମ ପଚାରି ଆତଙ୍କୀ ଖେଳିଥ
ନୂଆଦିଲ୍ଲୀ: ଠିକେ ମାସେ ... ୨୨ ଏପ୍ରିଲର ସେହି ଭୟଙ୍କର ପରିଣତି.... ବନ୍ଧୁକର ଗର୍ଜନରେ ଉପତ୍ୟକା ଥରିବା ପରେ ଭୟଙ୍କର ନିସ୍ତବ୍ଦ। ଆଖି ସାମ୍ନାରେ ସ୍ୱାମୀ... ପିତା...ଆତ୍ମୀୟଙ୍କ ନିଶ୍ଚଳ ମୃତଦେହକୁ ଧରି ଜୋରେ କାନ୍ଦିବାକୁ ଚେଷ୍ଟା କରୁଥିବା ସ୍ତ୍ରୀ- ପୁଅଙ୍କ ତଣ୍ଟିଟାକୁ ଚାପି ଦେଉଥିଲା ଭୟ। ସେକେଣ୍ଡ ସେକେଣ୍ଡରେ ବଦଳି ଗଲା ହସ ଖୁସି ଆଉ ସୁନ୍ଦର ପ୍ରକୃତିର ଦୃଶ୍ୟ।
ଧର୍ମକୁ ପଚାରି ହତ୍ୟାଠୁ ଆହୁରି ବୀଭତ୍ସ ନୃଶଂସତା କଣ ବା ହୋଇପାରେ। ନରରାକ୍ଷସଙ୍କ ରକ୍ତର ହୋଲିରେ ଭୂସ୍ୱର୍ଗ ନର୍କଠୁ ବି ଘୂନ୍ୟ ପାଲଟି ଯାଇପାରେ। ହଁ ପହଲଗାମ ତାର ମୁକସାକ୍ଷୀ। ମାନବିକତାର ଇତିହାସର ଅତି ଭୟଙ୍କର ମୁହୂର୍ତ୍ତମାନ। ଅପରେସନ ସିନ୍ଦୂରରେ ସିନ୍ଦୂରର ବଦଲା ନିଆ ଯାଇପାରେ। କିନ୍ତୁ ତା ପରେ ବି ସେହି ଭୟ। ନୃଶଂସତା, ବର୍ବରତାର କଳା ରାଇଜକୁ ଭେଦି ପାରୁନି ଆଲୋକ। ସାରା କଶ୍ମୀର, ସାରା ଉପତ୍ୟରକା ୨୨ ଏପ୍ରିଲର ପରିଣାମ୍ ଭୋଗୁଛି। ନାହାନ୍ତି ଅତିଥି। ଟଟୁ ସବାରୀ, ଚୁପଚାପ ଖାଲି ହାତରେ ଘରକୁ ଫେରୁଛି। ହୋଟେଲ, ବଜାର, ବେପାର ସବୁ ଖାଲି, ନିରାଶ... ଆଶା ସବୁ ଅଭାବରେ ସଢ଼ୁଛି। ପହଲଗାମର ପରିଣତି ଭୋଗୁଛନ୍ତି ସମସ୍ତେ।
କାଶ୍ମୀରର ପହଲଗାମ । ଭାରି ସୁନ୍ଦର। ପର୍ଯ୍ୟଟକଙ୍କ କୋଳାହଳରେ ହସି ଉଠୁଥିଲା। ହଠାତ ଶୁଭିଲା ଗର୍ଜନ। କେହି କିଛି ବୁଝିବା ଆଗରୁ ରକ୍ତରଞ୍ଜିତ ହୋଇ ଯାଇଥିଲା ଭୂସ୍ୱର୍ଗ। ନାଁ ଆଉ ଧର୍ମ ପଚାରି ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ଏହି ଆକ୍ରମଣରେ ୨୬ଜଣ ନାଗରିକ ପ୍ରାଣ ହରାଇଥିଲେ । ଯେଉଁଥିରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ନାଗରିକ ଥିଲେ । ମୃତକଙ୍କ ମଧ୍ୟରେ ଜଣେ ୨୫ ଜଣ ହିନ୍ଦୁ ରହିଥିବା ବେଳେ ଜଣେ ସ୍ଥାନୀୟ ମୁସଲମାନ ପୋନି ରାଇଡର ପ୍ରାଣ ହରାଇଥିଲେ । ୧୬ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣା ପରେ ଭାରତ ମାଟିରେ ହୋଇଥିବା ଏହି ବର୍ବର ଆକ୍ରମଣକୁ ସମଗ୍ର ବିଶ୍ବ କରିଥିଲା ନିନ୍ଦା । ଭାରତ ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା।
୩ ସେନାର ମୁଖ୍ୟ, ଏନଏସଏଙ୍କ ସହିତ ପ୍ରଧାନମନ୍ତ୍ରୀ ଘନଘନ ବୈଠକ । ଭାରତ ପକ୍ଷରୁ ଇଣ୍ଡସ ୱାଟର ଟ୍ରିଟିକୁ ଖାରଜ, ପାକିସ୍ତାନ ସିମଲା ରାଜିନାମାକୁ ବାତିଲ କରିଥିଲା । ପାକିସ୍ତାନ ନାଗରିକଙ୍କୁ ବିଦା କରିଥିଲା ଭରତ। ଆତଙ୍କୀ ବିରୋଧରେ ଲଢେଇ ସ୍ବରୂପ ମେ ୬ ତାରିଖ ମଧ୍ୟରାତ୍ରିରେ ଭାରତ ପକ୍ଷରୁ ଆରମ୍ଭ କରାଯାଇଥିଲା ଅପରେସନ ସିନ୍ଦୂର । ପାକିସ୍ତାନର ଏୟାରବେସକୁ ସହ ୯ଟି ଆତଙ୍କବାଦୀ ଆଡ୍ଡା ସ୍ଥଳକୁ ଉଡାଇବାରେ ସଫଳ ହୋଇଥିଲା । ଯେଉଁଥିରେ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀ ପ୍ରାଣ ହରାଇ ଥିଲା । ପାକିସ୍ତାନ ପକ୍ଷରୁ ହୋଇଥିବା ୧୫ ମିସାଇଲକୁ ମଝି ଆକାଶରେ ଧ୍ୱଂଶ କରିଥିଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ। ଚାଲିଥିଲା ଘନ ଘନ ଏନକାଉଣ୍ଟର । ଏବେ ବି ଜାରି ରହିଛି। ଆଜି ବି କିସ୍ତାୱାଡାରେ ଏନକାଉଣ୍ଟର ହେଉଛି। ୨ଆତଙ୍କୀ ନିହତ । ଏହା ପୂର୍ବରୁ ପୁଲୱାମା, ସୋପିଆ, କୁପୱାଡା ସମେତ ଅନେକ ଯାଗାରେ ଏନକାଉଣ୍ଟର କରି ଆଧା ଡଜନରୁ ଅଧିକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନୀ ଜାସୁସିଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ତଥାପି ପୂରା ହୋଇନି ପହଲଗାମ୍ ପ୍ରତିଶୋଧ । ଯେଉଁ ୪ ଆତଙ୍କୀ ଏହି ଆକ୍ରମଣରେ ସାମିଲ ଥିଲେ ସେମାନଙ୍କର ପତ୍ତା ମିଳିନି ।ବଡ଼ କଥା ହେଉଛି ଏସବୁ ଥିରେ ଅନେକ ପରିବାର ବେସାହାରା। ଆଜି ଯାଏଁ ଶୁଖୁନି ଲୁହ...ସେପଟେ ପର୍ଯ୍ୟଟକଙ୍କ ରାହା ଦେଖୁଛି ପହଲଗାମ....ସବୁ ଖାଲି ଖାଲି....
ପହଲଗାମ ବେସରନ୍ ଗ୍ରାଉଣ୍ଡ୍ ରେ ଜିପ୍ ଲାଇନ୍ ଆଡଭେଞ୍ଚର କରାଉଥିବା ସାହିଦ ମହମ୍ମଦ କୁହନ୍ତି... ଏବେ ଏଠାରେ ସବୁ କିଛି ନୀରବୀ ଯାଇଛି। ଆତଙ୍କୀ ହମଲା ପୂର୍ବରୁ ପର୍ଯ୍ୟଟକଙ୍କୁ ୫୦ରୁ ୬୦ ରାଇଡ୍ ଦେଉଥିଲି। ଏମିତି ମୋର ୧୫ ହଜାର ଟଙ୍କା ଦିନକୁ ରୋଜଗାର ହୋଇଯାଉଥିଲା। ସେ ଆହୁରି କହିଛନ୍ତି ଇନଷ୍ଟ୍ରକ୍ଟର ଓ ହେଲପରଙ୍କ ସମେତ ପାକାପାଖି ୧୦ ଲୋକ ଏହି ଜିପଲାଇନ୍ ଆକ୍ଟିଭିଟିରୁ ନିଜ ଜୀବିକା ଚଳାଉଥିଲେ। କିନ୍ତୁ ଏବେ ସବୁ କିଛି ଠପ୍। ବେସରନ ଆଖ ପାଖରେ ଥିବା ଅନେକ ଆକ୍ଟିଭିଟ୍ ବନ୍ଦ୍। ଷ୍ଟ୍ରିଟ୍ ଭେଣ୍ଡର , ଟୁରିଷ୍ଟ ଗାଇଡ୍ , ଫୋଟୋଗ୍ରାଫର ଓ କ୍ୟାବ୍ ଡ୍ରାଇଭରଙ୍କ ଉପରେ ଖୁବ୍ ପ୍ରଭାବ ପଡ଼ିଛି। ଆକ୍ରମଣ ପୂର୍ବରୁ ସେଠାକାର ରେସ୍ତୋରାଂ ପୂରା ଫୁଲ ରହୁଥିଲା। ଏବେ କିନ୍ତୁ ଫାଙ୍କା ଫାଙ୍କା। ଅନେକ କର୍ମଚାରୀ ନିଜ ଘରକୁ ଫେରିଗଲେଣି। ଟ୍ୟାକ୍ସି ଡ୍ରାଇଭର ବି ହୁଃଖୀ। ହୋଟେଲ ଶିଳ୍ପ ଏକ ବଡ଼ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ସେଠାକାର ଏକ ହୋଟେଲ୍ ବ୍ରାଉନ୍ ପ୍ୟାଲେସ୍ର ମାଲିକ ଇବ୍ରାହିମ୍ ରାଇନା କହିଛନ୍ତି ଯେ ହୋଟେଲଗୁଡ଼ିକ ପୂର୍ବରୁ ସମ୍ପୂର୍ଣ୍ଣ ବୁକ୍ ରୁହେ। ଆଜି ସେଗୁଡ଼ିକ ଖାଲି ଅଛି। ପର୍ଯ୍ୟଟକ ନାହାନ୍ତି ବୋଲି ଆମେ ଆମର ପ୍ରାୟ ସମସ୍ତ କର୍ମଚାରୀଙ୍କୁ ଘରକୁ ପଠାଇବାକୁ ବାଧ୍ୟ ହେଲୁ। ଆମର ରିସେପ୍ସନିଷ୍ଟ, ରୁମ୍ ସର୍ଭିସ୍ ଷ୍ଟାଫ୍, ୱେଟର ଏବଂ ରୋଷେୟା ସମେତ ୬୭ ଜଣ କର୍ମଚାରୀ ଥିଲେ। ଏବେ କେବଳ ୨ଜଣ ଅଛନ୍ତି। ରାଇନା କହିଛନ୍ତି ଯେ ହୋଟେଲ ଗୁଡ଼ିକ ଅଗଷ୍ଟ ପର୍ଯ୍ୟନ୍ତ ବୁକ୍ କରାଯାଇଥିଲା। କିନ୍ତୁ ଏବେ ବୁକିଂ ବାତିଲ ହେଉଛି । କୌଣସି ନୂଆ ବୁକିଂ ଆଉ ହେଉନି। ପହଲଗାମ ଏବଂ ଆଖପାଖ ଅଞ୍ଚଳରେ ୮୦୦ରୁ ଅଧିକ ହୋଟେଲ, ଗେଷ୍ଟହାଉସ୍ ଅଛି। ଯେଉଁଠି ୭ ହଜାରରୁ ଅଧିକ ଲୋକ କାମ କରୁଥିଲେ। ପର୍ଯ୍ୟଟକ ନଥିବାରୁ ହୋଟେଲ ଲସ୍ ରେ ଚାଲିଛି। ସେଥିପାଇଁ ହୋଟେଲ ମାଲିକ କର୍ମଚାରୀମାନଙ୍କୁ ଛଟେଇ କରିବାକୁ ପଡିଛି।
ସତରେ ଏସବୁ ଘଟଣା କଥା ଭାବିଲେ ଲାଗୁଛି ... କାସ୍ ଏମିତି କିଛି ହୋଇନାଥାନ୍ତା କି। ତାହେଲେ ସବୁ କିଛି ବୋଧ ହୁଏ ଠିକ୍ ଠାକ୍ ଥାଆନ୍ତି। ୨୬ ଲୋକଙ୍କ ଜୀବନ ଯାଇନଥାନ୍ତା କି କଶ୍ମୀର ଲୋକଙ୍କୁ ବି ଦୁଃଖ ଭୋଗିବାକୁ ପଡ଼ିନଥାନ୍ତା। କିନ୍ତୁ ଏକଥା ସେ ନର ରାକ୍ଷାସଙ୍କୁ ବୁଝାଇବ କିଏ। କିନ୍ତୁ ଆତଙ୍କୀକୁ ଆଶ୍ରୟ ଦେଇଥିବା ପାକିସ୍ତାନକୁ ଚେତାବାନୀ, ଆଗକୁ ଏମିତି କଲେ ପରିଣତି ହେବ ଭୟଙ୍କର ।