ୟୁକ୍ରେନ ଉପରେ ଋଷିଆର ବଡ଼ ଧରଣର ଆକ୍ରମଣ, ସୁମି ସହରରେ ୧୧ ମୃତ, ୮୪ ଆହତ, ୧୫ ଭବନ କ୍ଷତିଗ୍ରସ୍ତ

କିଭ୍ ୧୮।୧୧: ୟୁକ୍ରେନ ଉପରେ ଋଷିଆ ସୋମବାର ବଡ଼ ଧାରଣର ଆକ୍ରମଣ କରିଛି। କ୍ଲଷ୍ଟର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଋଷୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ସୋମବାର ଉତ୍ତର ୟୁକ୍ରେନର ସୁମି ସହରକୁ ଟାର୍ଗେଟ୍ କରାଯାଇଛି। ଏହି ଆକ୍ରମଣରେ ୨ ଜଣ ଶିଶୁଙ୍କ ସମେତ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୪ ଜଣ ଆହତ ହୋଇଛନ୍ତି। ରିଜୋନାଲ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଅନୁସାରେ ଆହତଙ୍କ ମଧ୍ୟରେ ଥିବା ୬ ଜଣ ପିଲାଙ୍କ ଅବସ୍ଥା ଉଦବେଗଜନକ ରହିଛି। ସେହିପରି ପ୍ରାଣ ହରାଇଥିବା ୨ ପିଲାଙ୍କ ବୟସ ୧୪ ବର୍ଷ ମଧ୍ୟରେ ଅନୁମାନ କରାଯାଇଛି। ଋଷିଆର ଏହି ଆକ୍ରମଣରେ ୨ଟି ଶିକ୍ଷଣାନୁଷ୍ଠାନ ସମେତ ମୋଟ ୧୫ଟି ଭବନ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନର ସୁମି ସହର ଋଷିଆ ସୀମାରୁ ମାତ୍ର ୪୦ କିଲୋମିଟର ଦୂରରେ ଅବସ୍ଥିତ। ଉଲ୍ଲେଖଯୋଗ୍ୟ ଯେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୮ ନଭେମ୍ବର ସୋମବାର ୧୦୦୦ ଦିନ ପୂରଣ ହୋଇଛି। ଏଥି ମଧ୍ୟରେ ଆସୁଥିବା ଖବରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଅଧିକାରୀଙ୍କ ଲବି ଆଧାରରେ ଋଷିଆର ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ଆକ୍ରମଣକୁ ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ଏବେ ଯୁଦ୍ଧରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ରକୁ ୟୁକ୍ରେନ ଉପଯୋଗ କରିପାରିବ। ଏବେ ମନେ କରାଯାଉଛି ୟୁକ୍ରେନ ଏହି ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରଗୁଡିକୁ ଋଷିଆ ପାଇଁ ଲଢୁଥିବା ଉତ୍ତରକୋରିଆ ସୈନିକଙ୍କ ବିରୋଧରେ ବ୍ୟବହାର କରିପାରେ

ୟୁକ୍ରେନ ଉପରେ ଋଷିଆର ବଡ଼ ଧରଣର ଆକ୍ରମଣ, ସୁମି ସହରରେ ୧୧ ମୃତ, ୮୪ ଆହତ, ୧୫ ଭବନ କ୍ଷତିଗ୍ରସ୍ତ

କିଭ୍ ୧୮।୧୧: ୟୁକ୍ରେନ ଉପରେ ଋଷିଆ ସୋମବାର ବଡ଼ ଧାରଣର ଆକ୍ରମଣ କରିଛି। କ୍ଲଷ୍ଟର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଋଷୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ସୋମବାର ଉତ୍ତର ୟୁକ୍ରେନର ସୁମି ସହରକୁ ଟାର୍ଗେଟ୍ କରାଯାଇଛି। ଏହି ଆକ୍ରମଣରେ ୨ ଜଣ ଶିଶୁଙ୍କ ସମେତ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୪ ଜଣ ଆହତ ହୋଇଛନ୍ତି। ରିଜୋନାଲ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଅନୁସାରେ ଆହତଙ୍କ ମଧ୍ୟରେ ଥିବା ୬ ଜଣ ପିଲାଙ୍କ ଅବସ୍ଥା ଉଦବେଗଜନକ ରହିଛି। ସେହିପରି ପ୍ରାଣ ହରାଇଥିବା ୨ ପିଲାଙ୍କ ବୟସ ୧୪ ବର୍ଷ ମଧ୍ୟରେ ଅନୁମାନ କରାଯାଇଛି। 

ଋଷିଆର ଏହି ଆକ୍ରମଣରେ ୨ଟି ଶିକ୍ଷଣାନୁଷ୍ଠାନ ସମେତ ମୋଟ ୧୫ଟି ଭବନ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନର ସୁମି ସହର ଋଷିଆ ସୀମାରୁ ମାତ୍ର ୪୦ କିଲୋମିଟର ଦୂରରେ ଅବସ୍ଥିତ। ଉଲ୍ଲେଖଯୋଗ୍ୟ ଯେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୮ ନଭେମ୍ବର ସୋମବାର ୧୦୦୦ ଦିନ ପୂରଣ ହୋଇଛି। ଏଥି ମଧ୍ୟରେ ଆସୁଥିବା ଖବରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଅଧିକାରୀଙ୍କ ଲବି ଆଧାରରେ ଋଷିଆର ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ଆକ୍ରମଣକୁ ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ଏବେ ଯୁଦ୍ଧରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ରକୁ ୟୁକ୍ରେନ ଉପଯୋଗ କରିପାରିବ। 

ଏବେ ମନେ କରାଯାଉଛି ୟୁକ୍ରେନ ଏହି ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରଗୁଡିକୁ ଋଷିଆ ପାଇଁ ଲଢୁଥିବା ଉତ୍ତରକୋରିଆ ସୈନିକଙ୍କ ବିରୋଧରେ ବ୍ୟବହାର କରିପାରେ। ଋଷିଆ ସମର୍ଥନରେ ଉତ୍ତର କୋରିଆ ନିଜ ସୈନିକଙ୍କୁ ୟୁକ୍ରେନ ବିରୋଧରେ ଲଢିବାକୁ ପଠାଇଛି। ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଋଷିଆ ୧୨୦ କ୍ଷେପଣାସ୍ତ୍ର ଓ ୯୦ଟି ଡ୍ରୋନରେ ୟୁକ୍ରେନ ଉପରକୁ ଆକ୍ରମଣ କରିଛି। ଏହି ଡ୍ରୋନରେ ଇରାନ ନିର୍ମିତ ଶାହେଦ ଡ୍ରୋନ ମଧ୍ୟ ରହିଛି। ତେବେ ୟୁକ୍ରେନ ସେନା ୧୪୪ ଟାର୍ଗଟକୁ ବିଫଳ କରିଥିବାର ଦାବି କରିଛି।