ଭାରତୀୟଙ୍କ ସବୁଠୁ ଅଧିକ ପସନ୍ଦର ଖାଦ୍ୟ, ୨୦୨୪ରେ ଅର୍ଡର ହୋଇଛି ୮ କୋଟି ୩ ଲକ୍ଷ ବିରିୟାନୀ

ନୂଆଦିଲ୍ଲୀ 27/12 :  ଖାଦ୍ୟପେୟ ମାମଲାରେ ଭାରତୀୟ ସବୁଠୁ ଆଗରେ।  ଆଉ  ଭାରତୀୟଙ୍କ ପସନ୍ଦ ବି ଖୁବ୍ ଭିନ୍ନ ଓ ନିଆରା।  ଭଲ ମନ୍ଦ ଟିକେ ନହେଲେ ଯେମିତି ପାଟିକୁ ରୁଚେନି। ତେବେ ଆଗରୁ ସିନା ଘରେ ତିଆରି ହେଲେ ହିଁ ଭଲ ମନ୍ଦ ଖାଇବାକୁ ମିଳେ କିମ୍ବା ହୋଟେଲ ଯିବାକୁ ପଡ଼ିଥାଏ।  ଏବେ କିନ୍ତୁ ଆଉ ସେ ସମୟ ନାହିଁ , ରୁଚି ବଦଳିବା ସହ ଖାଦ୍ୟବି ମିଳିଯାଉଛି ଚୁଟକିରେ। ଯାହା ଚାହିଁବ ସେଇଆ ଖାଇବା।  ଆଉ ରୋଷେଇ କରିବାକୁ ପଡ଼ୁନି କି  ହୋଟେଲ ଯିବାକୁ ବି ପଡ଼ୁନି। ବାସ୍ ଖାଲି  ମୋବାଇଲ ଧର, ଆଉ ଅର୍ଡର କର। ନିଜ ପସନ୍ଦର ଡିସ୍‌  ଆସି ପହଞ୍ଚି ଯାଉଛି ଘରେ। ସେ ଦେଶୀ ହେଉକି ବିଦେଶୀ ଖାଦ୍ୟ।  କିନ୍ତୁ  ଭାରତୀୟ ପ୍ରିୟ ଖାଦ୍ୟ କଣ ଜାଣିଛନ୍ତି। ନିକଟରେ ସ୍ୱିଗି ଏକ ରିପୋର୍ଟ ଜାରି କରିଛି ।  ଯେଉଁ ରିପୋର୍ଟ ଅନୁସାରେ,  ବିରିୟାନୀ ଭାରତୀୟଙ୍କ ସବୁଠୁ ପ୍ରିୟ ଖାଦ୍ୟ ହୋଇଛି। ୨୦୨୪ରେ ଦେଶରେ ସର୍ବାଧିକ ବିରିୟାନି ଅର୍ଡର ହୋଇଛି । ଗତ ୯ ବର୍ଷରେ ବିରିୟାନୀ ଭାରତର ସବୁଠୁ ଅଧିକ ଅର୍ଡର ହୋଇଥିବା ଖାଦ୍ୟ ହୋଇଛି । ଏ ବର୍ଷ ଭାରତରେ ପ୍ରତି ସେକେଣ୍ଡରେ ଦୁଇଟି ବିରିୟାନି ଏବଂ ମିନିଟ୍‌ରେ ୧୫୮ଟି ବିରିୟାନୀ ଅର୍ଡର ହୋଇଥିବା ରିପୋର୍ଟରେ ଜଣାପଡ଼ିଛି । ସ୍ୱିଗି ଅନୁସାରେ, ୨୦୨୪ରେ ଏହାର ପ୍ଲାଟ୍‌ଫର୍ମରେ ୮ କୋଟି ୩ ଲକ୍ଷ ସଂଖ୍ୟକ ବିରିୟାନୀ ଅର୍ଡର ହୋଇଛି । ଚିକେନ୍ ବିରିୟାନୀ 49 ମିଲିଅନ୍ ଅର୍ଡର ହୋଇଛି। ଯାହା ହାଇଦ୍ରାବାଦ୍ , ବେଙ୍ଗାଲ

ଭାରତୀୟଙ୍କ ସବୁଠୁ ଅଧିକ ପସନ୍ଦର ଖାଦ୍ୟ, ୨୦୨୪ରେ ଅର୍ଡର ହୋଇଛି ୮ କୋଟି ୩ ଲକ୍ଷ ବିରିୟାନୀ

ନୂଆଦିଲ୍ଲୀ 27/12 :  ଖାଦ୍ୟପେୟ ମାମଲାରେ ଭାରତୀୟ ସବୁଠୁ ଆଗରେ।  ଆଉ  ଭାରତୀୟଙ୍କ ପସନ୍ଦ ବି ଖୁବ୍ ଭିନ୍ନ ଓ ନିଆରା।  ଭଲ ମନ୍ଦ ଟିକେ ନହେଲେ ଯେମିତି ପାଟିକୁ ରୁଚେନି। ତେବେ ଆଗରୁ ସିନା ଘରେ ତିଆରି ହେଲେ ହିଁ ଭଲ ମନ୍ଦ ଖାଇବାକୁ ମିଳେ କିମ୍ବା ହୋଟେଲ ଯିବାକୁ ପଡ଼ିଥାଏ।  ଏବେ କିନ୍ତୁ ଆଉ ସେ ସମୟ ନାହିଁ , ରୁଚି ବଦଳିବା ସହ ଖାଦ୍ୟବି ମିଳିଯାଉଛି ଚୁଟକିରେ। ଯାହା ଚାହିଁବ ସେଇଆ ଖାଇବା।  ଆଉ ରୋଷେଇ କରିବାକୁ ପଡ଼ୁନି କି  ହୋଟେଲ ଯିବାକୁ ବି ପଡ଼ୁନି। ବାସ୍ ଖାଲି  ମୋବାଇଲ ଧର, ଆଉ ଅର୍ଡର କର। ନିଜ ପସନ୍ଦର ଡିସ୍‌  ଆସି ପହଞ୍ଚି ଯାଉଛି ଘରେ। ସେ ଦେଶୀ ହେଉକି ବିଦେଶୀ ଖାଦ୍ୟ।  କିନ୍ତୁ  ଭାରତୀୟ ପ୍ରିୟ ଖାଦ୍ୟ କଣ ଜାଣିଛନ୍ତି। 

ନିକଟରେ ସ୍ୱିଗି ଏକ ରିପୋର୍ଟ ଜାରି କରିଛି ।  ଯେଉଁ ରିପୋର୍ଟ ଅନୁସାରେ,  ବିରିୟାନୀ ଭାରତୀୟଙ୍କ ସବୁଠୁ ପ୍ରିୟ ଖାଦ୍ୟ ହୋଇଛି। ୨୦୨୪ରେ ଦେଶରେ ସର୍ବାଧିକ ବିରିୟାନି ଅର୍ଡର ହୋଇଛି । ଗତ ୯ ବର୍ଷରେ ବିରିୟାନୀ ଭାରତର ସବୁଠୁ ଅଧିକ ଅର୍ଡର ହୋଇଥିବା ଖାଦ୍ୟ ହୋଇଛି । ଏ ବର୍ଷ ଭାରତରେ ପ୍ରତି ସେକେଣ୍ଡରେ ଦୁଇଟି ବିରିୟାନି ଏବଂ ମିନିଟ୍‌ରେ ୧୫୮ଟି ବିରିୟାନୀ ଅର୍ଡର ହୋଇଥିବା ରିପୋର୍ଟରେ ଜଣାପଡ଼ିଛି । 

ସ୍ୱିଗି ଅନୁସାରେ, ୨୦୨୪ରେ ଏହାର ପ୍ଲାଟ୍‌ଫର୍ମରେ ୮ କୋଟି ୩ ଲକ୍ଷ ସଂଖ୍ୟକ ବିରିୟାନୀ ଅର୍ଡର ହୋଇଛି । ଚିକେନ୍ ବିରିୟାନୀ 49 ମିଲିଅନ୍ ଅର୍ଡର ହୋଇଛି। ଯାହା ହାଇଦ୍ରାବାଦ୍ , ବେଙ୍ଗାଲୁରୁ ଏବଂ ଚେନ୍ନାଇରେ ଅର୍ଡର ହୋଇଛି।   ହାଇଦ୍ରାବାଦରେ ମଟନ୍ ବିରିୟାନୀ 2.2 ମିଲିଅନ୍ ଅର୍ଡର ହୋଇଛି।    ମସାଲା ଦୋସା ୨ କୋଟି ୩o ଲକ୍ଷର ଅର୍ଡର ସହ ଦ୍ୱିତୀୟ ସ୍ଥାନରେ ରହିଛି । ମସାଲା ଦୋସା ଖାଇବାରେ ବେଙ୍ଗାଲୁରୁ ପ୍ରଥମରେ ରହିଛି । ସେଠାକାର ଲୋକେ ଚଳିତ ବର୍ଷ ଜାନୁଆରୀ ୧ରୁ ନଭେମ୍ବର ୨୨ ମଧ୍ୟରେ ୨୫ ଲକ୍ଷ ଦୋସା ଅର୍ଡର କରିଛନ୍ତି । 

ସ୍ୱିଗିର ‘ଫୁଡ୍‌ ଟ୍ରେଣ୍ଡ୍‌ ରିପୋର୍ଟ’ ଅନୁସାରେ, ଚିକେନ୍‌ ବର୍ଗର ପରେ ବିରିୟାନୀ ବିଳମ୍ବିତ ରାତିରେ ଅର୍ଡର କରାଯାଉଥିବା ଦ୍ୱିତୀୟ ପସନ୍ଦଯୋଗ୍ୟ ଖାଦ୍ୟ ରହିଛି । ଦିନ ୧୨ରୁ ରାତି ୨ ଟା ମଧ୍ୟରେ ଚିକେନ୍‌ ବର୍ଗର ସବୁଠାରୁ ଅଧିକ ୧୮ ଲକ୍ଷ ୪୦ ହଜାର ଅର୍ଡର କରାଯାଇଛି । ଦିଲ୍ଲୀ, ଚଣ୍ଡିଗଡ଼ ଏବଂ କୋଲକାତାରେ ଛୋଲେ, ଆଳୁ ପରଟା ଏବଂ କଚୋଡ଼ି ସବୁଠାରୁ ଅଧିକ ଅର୍ଡର କରାଯାଇଛି ।

ମିଠା କଥା ଆସିଲେ ଚକୋ ଲାଭା କେକ୍ 3.6 ମିଲିଅନ୍ ଅର୍ଡର ହୋଇଛି। ଆଉ ଚକୋଲେଟ୍ ଟଫଲ୍ କେକ୍ 2.27 ମିଲିଅନ୍ ହୋଇଛି ଅର୍ଡର। 

Also Read- ପଢିବା ବେଳେ ମନମୋହନଙ୍କ ଆର୍ଥିକ ପରିସ୍ଥିତି ଭଲ ନଥିଲା,ଖୁଲାସା କଲେ ଝିଅ ଦମନ