ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

କା‌ଶ୍ମୀର : ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଜମ୍ମୁ ଓ କଶ୍ମୀରରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଏବଂ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ। ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ହରିୟାଣାରେ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଜମ୍ମୁ କାଶ୍ମୀରରେ ଅକ୍ଟୋବର […]

ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

କା‌ଶ୍ମୀର : ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଜମ୍ମୁ ଓ କଶ୍ମୀରରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଏବଂ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ। ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ହରିୟାଣାରେ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଜମ୍ମୁ କାଶ୍ମୀରରେ ଅକ୍ଟୋବର ୫ ତାରିଖରେ ଭୋଟ୍‌ ଗଣତି ହେବ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ୯୦ଟି ବିଧାନସଭା ଆସନ ଅଛି। ସେଥିରୁ ୭୪ଟି ସାଧାରଣ ବର୍ଗ ପାଇଁ ଥିବା ବେଳେ ୯ଟି ଏସ୍‌ଟି ଓ ୭ଟି ଏସ୍‌ସି ବର୍ଗ ପାଇଁ ସଂରକ୍ଷିତ ହୋଇଛି। ଏଥର ଜମ୍ମୁ ଓ କଶ୍ମୀରରେ ୮୭.୦୯ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ତେବେ ଅଗଷ୍ଟ ୨୦ ତାରିଖରେ ଜମ୍ମୁ ଓ କଶ୍ମୀରର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଏହି ସଂଖ୍ୟା ସ୍ପଷ୍ଟ ହେବ। ନିର୍ବାଚନ ପାଇଁ ସେଠାରେ ୧୧ ହଜାର ୮୦୦ଟି ପୋଲିଂ ଷ୍ଟେସନ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି। କଶ୍ମୀରୀ ପ୍ରବାସୀମାନେ ଯେପରି ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ, ସେଥିପାଇଁ ମଧ୍ୟ ନିର୍ବାଚନ କମିସନ ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ପାଇଁ ୨୬ଟି ସ୍ୱତନ୍ତ୍ର ପୋଲିଂ ଷ୍ଟେସନ କରାଯିବ। ଏଥିରୁ ଦିଲ୍ଲୀରେ ୪ଟି, ଜମ୍ମୁରେ ୨୧ଟି ଓ ଉଧାମପୁରରେ ଗୋଟିଏ ହେବ। ଏହି ୨୬ଟି ପୋଲି ଷ୍ଟେସନରେ ୨୩,୫୦୪ କଶ୍ମୀରୀ ପ୍ରବାସୀ ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ। ହରିୟାଣା ବିଧାନସଭାରେ ୯୦ଟି ଆସନ ଅଛି। ଏଠାରେ ଏଥର ୨.୦୧ କୋଟି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୧.୦୬ କୋଟି ପୁରୁଷ ଭୋଟର ଥିବା ବେଳେ ୦.୯୫ କୋଟି ମହିଳା ଭୋଟର ଅଛନ୍ତି। ୨୦ରୁ ୨୯ ବର୍ଷ ଭିତରେ ସେଠାରେ ୪୦.୯୫ ଲକ୍ଷ ଭୋଟର ଅଛନ୍ତି। ସେହିପରି ଏଥର ପ୍ରଥମ ଥର ପାଇଁ ମତ ସାବ୍ୟସ୍ତ କରିବେ ୪.୫୨ ଲକ୍ଷ ଭୋଟର। ସେମାନଙ୍କ ବୟସ ୧୮ରୁ ୧୯ ବର୍ଷ ହେବ। ରାଜ୍ୟରେ ଭୋଟ୍ ଗ୍ରହଣ ପାଇଁ ୨୦ ହଜାର ୬୨୯ଟି ପୋଲିଂ ଷ୍ଟେସନ କରାଯିବ। ରିୟାଣା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଗେଜେଟ୍ ନୋଟିଫିକେସନ ଜାରି କରାଯିବ। ସେପ୍ଟେମ୍ବର ୧୨ ହେଉଛି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ସେପ୍ଟେମ୍ବର ୧୩ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେପ୍ଟେମ୍ବର ୧୬ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ।