କପି କରୁଛି ସାଇରନ
ୟୁକେର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଠାରେ ବର୍ତ୍ତମାନ ଏକ ପକ୍ଷୀ ପୋଲିସକୁ ନାକେଦମ କରିବାରେ ଲାଗିଛି । ସୂଚନା ଅନୁସାରେ ୟୁକେର ଏକ ପକ୍ଷୀ ପୋଲିସ୍ର ସାଇରନ୍କୁ ଅବିକଳ କପି କରିବାରେ ଲାଗିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ପଡିବା ପରେ ପୋଲିସର ତତ୍ପରତା ବଢିଛି । ଏହା ଦ୍ୱାରା ସାଧାରଣ ଲୋକ ହଇରାଣ ହେବାର ସମ୍ଭାବନା ରହିଥିବାରୁ ପୋଲିସ ତତ୍ପରତା ଦେଖାଇଛି । ପକ୍ଷୀଟିର ନାଁ ସିଙ୍ଗିଂ […]

ୟୁକେର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଠାରେ ବର୍ତ୍ତମାନ ଏକ ପକ୍ଷୀ ପୋଲିସକୁ ନାକେଦମ କରିବାରେ ଲାଗିଛି । ସୂଚନା ଅନୁସାରେ ୟୁକେର ଏକ ପକ୍ଷୀ ପୋଲିସ୍ର ସାଇରନ୍କୁ ଅବିକଳ କପି କରିବାରେ ଲାଗିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ପଡିବା ପରେ ପୋଲିସର ତତ୍ପରତା ବଢିଛି । ଏହା ଦ୍ୱାରା ସାଧାରଣ ଲୋକ ହଇରାଣ ହେବାର ସମ୍ଭାବନା ରହିଥିବାରୁ ପୋଲିସ ତତ୍ପରତା ଦେଖାଇଛି । ପକ୍ଷୀଟିର ନାଁ ସିଙ୍ଗିଂ ଷ୍ଟାର୍ଲିନ୍ ହୋଇଥିବାବେଳେ ଏହା ଦେଖିବାକୁ ସମ୍ପୂର୍ଣ୍ଣ କଳା ଓ ଏହାର ଲାଞ୍ଜ ଖୁବ ଛୋଟ । ସେହିଭଳି ଏମାନଙ୍କର ପକ୍ଷୀରେ ଶୀତ ଦିନେ ଧଳା ସ୍ପଟ ହେଉଥିବାବେଳେ ଖରା ଦିନେ କଳା ହୋଇଯାଇଥାଏ । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ପକ୍ଷୀଟି ଅବିକଳ ପୋଲିସ ସାଇରନ୍କୁ କପି କରୁଥିବାର ଦେଖିବାକୁ ମିଳୁଛି ।