ରାଜ୍ୟ ସ୍ତରୀୟ ‘ବିକାଶ ବାହାନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , ୨୧ ଯାଏଁ ଗଡ଼ିବ
ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ବିକାଶ ବାହାନର ହେଲା ଶୁଭାରମ୍ଭ। ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ବିକାଶ ବାହାନ। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ ଏହି ବିକାଶ ବାହନ । ବିଭିନ୍ନ ଯୋଜନା ସମ୍ବନ୍ଧରେ କରାଯିବ ଅବଗତ। ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୧୪ଟି ବ୍ଲକରେ ଏହି ବିକାଶ […]

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ବିକାଶ ବାହାନର ହେଲା ଶୁଭାରମ୍ଭ। ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ବିକାଶ ବାହାନ। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ ଏହି ବିକାଶ ବାହନ ।
ବିଭିନ୍ନ ଯୋଜନା ସମ୍ବନ୍ଧରେ କରାଯିବ ଅବଗତ। ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୧୪ଟି ବ୍ଲକରେ ଏହି ବିକାଶ ବାହାନ ବୁଲିବ। ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବୁଲିବ ସ୍ୱତନ୍ତ୍ର ବ୍ରାଣ୍ଡେଡ୍ ଭ୍ୟାନ୍ । ଅପହଞ୍ଚ ଲୋକଙ୍କ ନିକଟରେ ପହଞ୍ଚି ସୂଚନା ପ୍ରସାରଣ କରିବ ଏବଂ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଇବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି , ୨୫ ପ୍ରତିଶ୍ରୁତି ଦେଇଥିଲେ, ୧୧ଟି ପୂରଣ କରିଛନ୍ତି। ୨ ଲକ୍ଷ ୯୦ ହଜାର କୋଟିରେ ପହଞ୍ଚିଛି ବଜେଟ୍। ପ୍ରତ୍ୟେକ ବର୍ଗଙ୍କୁ ସୁହାଇବାକୁ ଯୋଜନା ହେଉଛି। ନିଜସ୍ୱ ଢଙ୍ଗରେ ଲକ୍ଷ୍ୟ ପୂରଣ କରୁଛନ୍ତି ସରକାର। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନକୁ ଫୋକସ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।