ଭାରତୀୟ ନୌସେନାରେ ସାମିଲ ହେଲା ଦ୍ବିତୀୟ ପରମାଣୁ ବୁଡ଼ାଜାହାଜ ‘ଅରିଘାତ’
ନୂଆଦିଲ୍ଲୀ: ଭାରତକୁ ଏହାର ଦ୍ବିତୀୟ ପରମାଣୁ ବୁଡ଼ାଜାହାଜ ମିଳିଛି। ବିଶାଖାପାଟନମରେ ଭାରତ ଏହାର ଦ୍ବିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ୍ ‘ଅରିଘାତ’ କୁ ସାମିଲ କରିଛି। ଅରିଘାତ ଶ୍ରେଣୀର ବୁଡ଼ାଜାହାଜ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ପରମାଣୁ ନିବାରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏହା ଅଞ୍ଚଳରେ ଶାନ୍ତି ଏବଂ ରଣନୀତିକ ସନ୍ତୁଳନ ପ୍ରତିଷ୍ଠା କରିବାରେ ସହଯୋଗ କରିବ ଏବଂ ଦେଶର ସୁରକ୍ଷା କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ […]

ନୂଆଦିଲ୍ଲୀ: ଭାରତକୁ ଏହାର ଦ୍ବିତୀୟ ପରମାଣୁ ବୁଡ଼ାଜାହାଜ ମିଳିଛି। ବିଶାଖାପାଟନମରେ ଭାରତ ଏହାର ଦ୍ବିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ୍ ‘ଅରିଘାତ’ କୁ ସାମିଲ କରିଛି। ଅରିଘାତ ଶ୍ରେଣୀର ବୁଡ଼ାଜାହାଜ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ପରମାଣୁ ନିବାରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏହା ଅଞ୍ଚଳରେ ଶାନ୍ତି ଏବଂ ରଣନୀତିକ ସନ୍ତୁଳନ ପ୍ରତିଷ୍ଠା କରିବାରେ ସହଯୋଗ କରିବ ଏବଂ ଦେଶର ସୁରକ୍ଷା କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାରଯାଇଛି। ଆଇଏନଏସ ଅରିଘାତରେ ଅତ୍ୟାଧୁନିକ ଡିଜାଇନ ଏବଂ ନିର୍ମାଣ କୌଶଳ ବ୍ୟବହାର ହୋଇଛି। ଏଥିରେ ସ୍ବତନ୍ତ୍ର ସାମଗ୍ରୀ ସବୁ ବ୍ୟବହାର ହୋଇଛି ଏବଂ ଅତ୍ୟନ୍ତ ଦକ୍ଷ ବ୍ୟକ୍ତିଙ୍କ ଦ୍ବାରା ଏହାର ନିର୍ମାଣ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସ୍ବଦେଶୀ ଢାଞ୍ଚାରେ ଏହା ନିର୍ମାଣ ହୋଇଛି।