୯୩ ଦିନ ପାଣିରେ ରହି ବିଶ୍ୱରେକର୍ଡ, ବଢାଇଲେ ୧୦ ବର୍ଷ ପାଇଁ ଆୟୁକାଳ

ନୂଆଦିଲ୍ଲୀ: ପାଣିରେ ରହି ବୟସ କମାଇଲେ। ଗବେଷଣା ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ। ଜଣେ ବ୍ୟକ୍ତି ଜଳ ତଳେ ରହି ନିଜର ବୟସକୁ 'ଦଶ ବର୍ଷ' ହ୍ରାସ କରିଛନ୍ତି। ଏହା କେବଳ ଦୁଃସାହାସିକ କାର୍ଯ୍ୟ ନଥିଲା, ବରଂ ସୃଷ୍ଟି କରିଛନ୍ତି ବିଶ୍ୱ ରେକର୍ଡ। କହିଛନ୍ତି ପାଣି ତଳେ ବୁଡି ରହିଲେ , ଶରୀର ଉପରେ କଣ ପଡେ ପ୍ରଭାବପାଣିରେ ରହି ନିଜର ବୟସକୁ ୧୦ ବର୍ଷ ହ୍ରାସ କଲେ ଜଣେ ବ୍ୟକ୍ତି। ଏହା କଣ ସତରେ ସମ୍ଭବ ! ଜୋସେଫ ଡିଟୁରି ନାମକ ଜଣେ ବ୍ୟକ୍ତି ଆଟଲାଣ୍ଟିକ୍ ମହାସାଗରରେ ଥିବା ଏକ କମ୍ପାକ୍ଟ ପୋଡରେ ୯୩ ଦିନ ପାଣିରେ ବିତାଇଥିଲେ। ଜୋସେଫ ଡିଟୁରି ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ଥିଲେ, ୯୩ ଦିନ ପାଣିରେ ରହିବା କେବଳ ଏକ ଦୁଃସାହସିକ କାର୍ଯ୍ୟ ନୁହେଁ ବରଂ ସେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ମଧ୍ୟ ଏକ ଅଂଶ ଥିଲେ। ଗଭୀର ପାଣି ତଳେ ତଥା ପ୍ରତିକୂଳ ପରିବେଶରେ ବାସ କରିବା ମଣିଷ ଶରୀର ଉପରେ କି ପ୍ରଭାବ ପକାଇଥାଏ ତାହା ଜାଣିବା ପାଇଁ ଗବେଷଣା ଚାଲିଛି।ରିପୋର୍ଟ ଅନୁଯାୟୀ, ଜୋସେଫ ଡିଟୁରି ୯୩ ଦିନ ପାଣିରେ ରହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ୭୩ ଦିନ ପାଣି ତଳେ ରହିବାର ରେକର୍ଡ ଥିଲା। ଯେତେବେଳେ ଜୋସେଫ ବାହାରକୁ ଆସି ପରୀକ୍ଷଣ କଲେ, ଦେଖାଗଲା ଯେ ତାଙ୍କ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡିଛି।୯୩ ଦିନ ପରେ ଜଳରୁ ବାହାରିବା ପରେ ତାଙ୍କ ଶରୀର ଉପରେ ଗବେଷଣା କରାଯାଇଥିଲା। ଏହା ଦେଖାଗଲା ଯେ ଟେଲୋମେରସ୍ ଏବଂ ଡ

୯୩ ଦିନ ପାଣିରେ ରହି ବିଶ୍ୱରେକର୍ଡ, ବଢାଇଲେ ୧୦ ବର୍ଷ ପାଇଁ ଆୟୁକାଳ

ନୂଆଦିଲ୍ଲୀ: ପାଣିରେ ରହି ବୟସ କମାଇଲେ। ଗବେଷଣା ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ। ଜଣେ ବ୍ୟକ୍ତି ଜଳ ତଳେ ରହି ନିଜର ବୟସକୁ 'ଦଶ ବର୍ଷ' ହ୍ରାସ କରିଛନ୍ତି। ଏହା କେବଳ ଦୁଃସାହାସିକ କାର୍ଯ୍ୟ ନଥିଲା, ବରଂ ସୃଷ୍ଟି କରିଛନ୍ତି ବିଶ୍ୱ ରେକର୍ଡ। କହିଛନ୍ତି ପାଣି ତଳେ ବୁଡି ରହିଲେ , ଶରୀର ଉପରେ କଣ ପଡେ ପ୍ରଭାବ

ପାଣିରେ ରହି ନିଜର ବୟସକୁ ୧୦ ବର୍ଷ ହ୍ରାସ କଲେ ଜଣେ ବ୍ୟକ୍ତି। ଏହା କଣ ସତରେ ସମ୍ଭବ ! ଜୋସେଫ ଡିଟୁରି ନାମକ ଜଣେ ବ୍ୟକ୍ତି ଆଟଲାଣ୍ଟିକ୍ ମହାସାଗରରେ ଥିବା ଏକ କମ୍ପାକ୍ଟ ପୋଡରେ ୯୩ ଦିନ ପାଣିରେ ବିତାଇଥିଲେ। ଜୋସେଫ ଡିଟୁରି ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ଥିଲେ, ୯୩ ଦିନ ପାଣିରେ ରହିବା କେବଳ ଏକ ଦୁଃସାହସିକ କାର୍ଯ୍ୟ ନୁହେଁ ବରଂ ସେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ମଧ୍ୟ ଏକ ଅଂଶ ଥିଲେ। ଗଭୀର ପାଣି ତଳେ ତଥା ପ୍ରତିକୂଳ ପରିବେଶରେ ବାସ କରିବା ମଣିଷ ଶରୀର ଉପରେ କି ପ୍ରଭାବ ପକାଇଥାଏ ତାହା ଜାଣିବା ପାଇଁ ଗବେଷଣା ଚାଲିଛି।

ରିପୋର୍ଟ ଅନୁଯାୟୀ, ଜୋସେଫ ଡିଟୁରି ୯୩ ଦିନ ପାଣିରେ ରହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ୭୩ ଦିନ ପାଣି ତଳେ ରହିବାର ରେକର୍ଡ ଥିଲା। ଯେତେବେଳେ ଜୋସେଫ ବାହାରକୁ ଆସି ପରୀକ୍ଷଣ କଲେ, ଦେଖାଗଲା ଯେ ତାଙ୍କ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡିଛି।

୯୩ ଦିନ ପରେ ଜଳରୁ ବାହାରିବା ପରେ ତାଙ୍କ ଶରୀର ଉପରେ ଗବେଷଣା କରାଯାଇଥିଲା। ଏହା ଦେଖାଗଲା ଯେ ଟେଲୋମେରସ୍ ଏବଂ ଡିଏନ୍ଏ କ୍ୟାପ୍ ଯାହା ସାଧାରଣତଃ ବୟସ ସହିତ ଜଡିତ ଥାଏ ତାହା ପୂର୍ବ ଅପେକ୍ଷା 20 ପ୍ରତିଶତ ଅଧିକ ଥିଲା। ଅର୍ଥାତ୍ କୋଷଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଶରୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଥିଲା।

କେବଳ ଏତିକି ନୁହେଁ, ତାଙ୍କ ଶୋଇବାରେ ଉନ୍ନତି ପରିଲକ୍ଷିତ ହୋଇଛି। କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇଛି। ଶରୀରରେ ଫୁଲା ମଧ୍ୟ କମିଛି। କୁହାଯାଉଛି ଯେ ଶରୀରରେ ଏହି ସକରାତ୍ମକ ପରିବର୍ତ୍ତନ ଜଳର ଚାପ ଥିବା ଅଞ୍ଚଳରେ ରହିବା କାରଣରୁ ହୋଇଥିଲା। ଜୋସେଫ ଡିଟୁରିଙ୍କ ଓଜନ ହ୍ରାସ ପାଇଛି। ତେବେ ଏହି ଗବେଷଣା ଆଗକୁ ଜାରି ରହିବ ବୋଲି ଜଣାପଡ଼ିଛି।