ଜମ୍ମୁ କଶ୍ମୀର ସୁରକ୍ଷା ସ୍ଥିତି ନେଇ ଶାହଙ୍କ ଉଚ୍ଚ ସ୍ତରୀୟ ବୈଠକ
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଦିନ ଦିଲ୍ଲୀରେ ଜମ୍ମୁ କାଶ୍ମୀର ସୁରକ୍ଷା ସ୍ଥିତି ପ୍ରସଙ୍ଗରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। କଶ୍ମୀରରେ ଗତ କିଛି ଦିନ ଧରି ଆତଙ୍କବାଦୀ ଆକ୍ରମଣ ବଢ଼ିଥିବାରୁ ଶାହ କଶ୍ମୀରର ସୁରକ୍ଷା ସ୍ଥିତି ନେଇ ବୈଠକ କରିଛନ୍ତି। ବୈଠକରେ କଶ୍ମୀରରେ ଜାରି ରହିଥିବା ସୁରକ୍ଷା ସ୍ଥିତି ପ୍ରସଙ୍ଗରେ ଶାହଙ୍କୁ ଅବଗତ କରାଯାଇଛି। ଶାହଙ୍କ ସହ ଉଚ୍ଚ ସ୍ତରୀୟ ବୈଠକରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭଲ, […]

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଦିନ ଦିଲ୍ଲୀରେ ଜମ୍ମୁ କାଶ୍ମୀର ସୁରକ୍ଷା ସ୍ଥିତି ପ୍ରସଙ୍ଗରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। କଶ୍ମୀରରେ ଗତ କିଛି ଦିନ ଧରି ଆତଙ୍କବାଦୀ ଆକ୍ରମଣ ବଢ଼ିଥିବାରୁ ଶାହ କଶ୍ମୀରର ସୁରକ୍ଷା ସ୍ଥିତି ନେଇ ବୈଠକ କରିଛନ୍ତି। ବୈଠକରେ କଶ୍ମୀରରେ ଜାରି ରହିଥିବା ସୁରକ୍ଷା ସ୍ଥିତି ପ୍ରସଙ୍ଗରେ ଶାହଙ୍କୁ ଅବଗତ କରାଯାଇଛି। ଶାହଙ୍କ ସହ ଉଚ୍ଚ ସ୍ତରୀୟ ବୈଠକରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭଲ, ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ନବ ନିଯୁକ୍ତ ସେନା ମୁଖ୍ୟ ତଥା ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନୀଶ ଦୟାଲ ସିଂହ, ଜମ୍ମୁ କାଶ୍ମୀର ପୁଲିସ ଡିଜି ଆରଆର ସ୍ବାଇଁ ଏବଂ ଅନ୍ୟ ଶୀର୍ଷ ସୁରକ୍ଷା ଅଧିକାରୀମାନେ ଏହି ଉଚ୍ଚ ସ୍ତରୀୟ ବୈଠକରେ ଉପସ୍ଥିତ ଥିଲେ। ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି, ଅନ୍ତର୍ଜାତୀୟ ସୀମା ଏବଂ ଏଲ୍ଓସି ନିକଟରେ ସେନା ମୁତୟନ ଏବଂ ଅନୁପ୍ରବେଶ ଉଦ୍ୟମ ଓ ଜାରି ରହିଥିବା ଆତଙ୍କବାଦ ନିରୋଧ ଅପରେସନ ସଂକ୍ରାନ୍ତରେ ଶାହଙ୍କୁ ଅବଗତ କରାଯାଇଥିଲା। ଜୁନ୍ ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ବାର୍ଷିକ ଅମରନାଥ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ମଧ୍ୟ ଗୃହ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ଶାହ ଆତଙ୍କବାଦ ନିରୋଧ ଅପରେସନ ଜୋରଦାର କରିବାପାଇଁ କହିଛନ୍ତି।