ଦିଲ୍ଲୀରେ ପ୍ରଦୂଷଣ କଟକଣା କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ପଡ଼ୋଶୀ ଅଞ୍ଚଳରେ ବାୟୁ ମାନରେ ସୁଧାର ଆସିବା ପରେ ଦିଲ୍ଲୀରେ ପ୍ରଦୂଷଣ କଟକଣା କୋହଳ କରାଯାଇଛି। ସୁପ୍ରିମକୋର୍ଟ ଦିଲ୍ଲୀରେ ଗ୍ରାପ୍‌-୪ କଟକଣା କୋହଳ କରିବାପାଇଁ ଅନୁମତି ଦେବାପରେ ଦିଲ୍ଲୀରେ ଏହି କଟକଣା କୋହଳ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଦାୟୀ ସିଏକ୍ୟୁଏମ୍‌ ( କମିସନ୍‌ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ୍‌) କହିଛି ଯେ ଏହା ସମଗ୍ର ଦିଲ୍ଲୀ ଓ ଏନ୍‌ସିଆରରେ ଗ୍ରାପ୍‌-୪ ଏବଂ ଗ୍ରାପ୍‌ -୩ […]

ଦିଲ୍ଲୀରେ ପ୍ରଦୂଷଣ କଟକଣା କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ପଡ଼ୋଶୀ ଅଞ୍ଚଳରେ ବାୟୁ ମାନରେ ସୁଧାର ଆସିବା ପରେ ଦିଲ୍ଲୀରେ ପ୍ରଦୂଷଣ କଟକଣା କୋହଳ କରାଯାଇଛି। ସୁପ୍ରିମକୋର୍ଟ ଦିଲ୍ଲୀରେ ଗ୍ରାପ୍‌-୪ କଟକଣା କୋହଳ କରିବାପାଇଁ ଅନୁମତି ଦେବାପରେ ଦିଲ୍ଲୀରେ ଏହି କଟକଣା କୋହଳ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଦାୟୀ ସିଏକ୍ୟୁଏମ୍‌ ( କମିସନ୍‌ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ୍‌) କହିଛି ଯେ ଏହା ସମଗ୍ର ଦିଲ୍ଲୀ ଓ ଏନ୍‌ସିଆରରେ ଗ୍ରାପ୍‌-୪ ଏବଂ ଗ୍ରାପ୍‌ -୩ କଟକଣା କୋହଳ କରିବାପାଇଁ ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ଗ୍ରାପ୍‌ ୪ ଏବଂ ୩ ବଦଳରେ ଗ୍ରାପ୍‌ ୨ ଏବଂ ଗ୍ରାପ୍‌ ୧ କଟକଣା ଜାରି ହେଲା ବୋଲି ସିଏକ୍ୟୁଏମ୍‌ କହିଛି। ତେବେ ଭବିଷ୍ୟତରେ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ୪୦୦ ଉପରକୁ ଗଲେ ସିଏକ୍ୟୁଏମ୍‌ ଗ୍ରାପ୍‌-୩ କଟକଣା ଜାରି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗ୍ରାପ୍‌-୪ କଟକଣା ଅଧୀନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରୁଥିବା ଗାଡ଼ି ବ୍ୟତୀତ ଡିଜେଲ୍‌ ପରିଚାଳିତ ସମସ୍ତ ମଧ୍ୟମ ଏବଂ ଭାରୀ ଯାନର ଦିଲ୍ଲୀକୁ ପ୍ରବେଶ ନିଷିଦ୍ଧ ।