ଆଳୁ ଚାଲାଣ ଉପରେ କଟକଣା ହଟାଇଲା ପଶ୍ଚିମବଙ୍ଗ: ବିଭିନ୍ନ ରାଜ୍ୟକୁ ଆଳୁ ପଠାଇବ ବେଙ୍ଗଲ
କୋଲକାତା: ଆଳୁ ଚାଲାଣ କଟକଣା ହଟାଇଲା ପଶ୍ଚିମବଙ୍ଗ। ୭ ଦିନ ପାଇଁ ହଟିଲା କଟକଣା। ବିଭିନ୍ନ ରାଜ୍ୟକୁ ଆଳୁ ଯୋଗାଣ ସ୍ୱାଭାବିକ ରହିବ ବୋଲି ଜାତୀୟ ଗଣମାଧ୍ୟମ ଦି ହିନ୍ଦୁ ବିଜ୍ନେସ ଲାଇନ୍(thehindubusinessline.com)ରେ ଖବର ପ୍ରକାଶ ପାଇଛି।ରାଜ୍ୟରେ ଆଳୁ ମହଜୁତ ହୋଇ ଚାଷୀ କ୍ଷତି ସହୁଥିବା ଅଭିଯୋଗ କରି ଆଳୁ ବ୍ୟବସାୟୀମାନେ ଧର୍ମଘଟକୁ ଓହ୍ଲାଇଥିଲେ। ମଙ୍ଗଳବାର ମମତା ସରକାର ଆଳୁ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ରାଜ୍ୟକୁ ଆଳୁ ଛାଡ଼ିବାକୁ ରାଜି ହୋଇଥିବା ଖବର ପ୍ରକାଶ ପାଇଛି।ମମତା ସରକାର ଅନ୍ୟ ରାଜ୍ୟକୁ ୨ ଲକ୍ଷ ଟନ୍ ଆଳୁ ବିକ୍ରି ପାଇଁ ଅନୁମତି ଦେଇଛନ୍ତି। ତେବେ ୭ ଦିନ ପାଇଁ ଏହି କଟକଣା ହଟାଇ ଦିଆଯାଇଛି ବୋଲି ସୂଚନା ମିଳିଛି। ଅନ୍ୟପଟେ ଓଡ଼ିଶାରେ ଘୋର ଆଳୁ ସଂକଟ ଦେଖା ଦେଇଛି। ବ୍ୟବସାୟୀମାନେ ସରକାରଙ୍କ କଥାକୁ ଖାତିର ନ କରି ଆଳୁ କେଜି ୪୫-୫୦ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି। ହେଲେ ସରକାର କହୁଛନ୍ତି ଚଢା ଦରରେ ବିକିଲେ ଅସାଧୁ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନେ ଆଳୁ ବ୍ୟାପକ ପରିମାଣରେ ବେଆଇନ ଭାବେ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।ଯୋଗାଣ ବିଭାଗ ପକ୍ଷରୁ ୧୯ ଶହ ଦୋକାନ ଓଡ଼ିଶାରେ ଖୋଲାଯାଇଛି। ଯେଉଁଠି ଆଳୁ ୩୦ ଟଙ୍କାରେ ବିକ୍ରି ହେଉଛି। ସମ୍ବଲପୁରରେ ଆ
କୋଲକାତା: ଆଳୁ ଚାଲାଣ କଟକଣା ହଟାଇଲା ପଶ୍ଚିମବଙ୍ଗ। ୭ ଦିନ ପାଇଁ ହଟିଲା କଟକଣା। ବିଭିନ୍ନ ରାଜ୍ୟକୁ ଆଳୁ ଯୋଗାଣ ସ୍ୱାଭାବିକ ରହିବ ବୋଲି ଜାତୀୟ ଗଣମାଧ୍ୟମ ଦି ହିନ୍ଦୁ ବିଜ୍ନେସ ଲାଇନ୍(thehindubusinessline.com)ରେ ଖବର ପ୍ରକାଶ ପାଇଛି।
ରାଜ୍ୟରେ ଆଳୁ ମହଜୁତ ହୋଇ ଚାଷୀ କ୍ଷତି ସହୁଥିବା ଅଭିଯୋଗ କରି ଆଳୁ ବ୍ୟବସାୟୀମାନେ ଧର୍ମଘଟକୁ ଓହ୍ଲାଇଥିଲେ। ମଙ୍ଗଳବାର ମମତା ସରକାର ଆଳୁ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ରାଜ୍ୟକୁ ଆଳୁ ଛାଡ଼ିବାକୁ ରାଜି ହୋଇଥିବା ଖବର ପ୍ରକାଶ ପାଇଛି।
ମମତା ସରକାର ଅନ୍ୟ ରାଜ୍ୟକୁ ୨ ଲକ୍ଷ ଟନ୍ ଆଳୁ ବିକ୍ରି ପାଇଁ ଅନୁମତି ଦେଇଛନ୍ତି। ତେବେ ୭ ଦିନ ପାଇଁ ଏହି କଟକଣା ହଟାଇ ଦିଆଯାଇଛି ବୋଲି ସୂଚନା ମିଳିଛି।
ଅନ୍ୟପଟେ ଓଡ଼ିଶାରେ ଘୋର ଆଳୁ ସଂକଟ ଦେଖା ଦେଇଛି। ବ୍ୟବସାୟୀମାନେ ସରକାରଙ୍କ କଥାକୁ ଖାତିର ନ କରି ଆଳୁ କେଜି ୪୫-୫୦ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି। ହେଲେ ସରକାର କହୁଛନ୍ତି ଚଢା ଦରରେ ବିକିଲେ ଅସାଧୁ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନେ ଆଳୁ ବ୍ୟାପକ ପରିମାଣରେ ବେଆଇନ ଭାବେ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଯୋଗାଣ ବିଭାଗ ପକ୍ଷରୁ ୧୯ ଶହ ଦୋକାନ ଓଡ଼ିଶାରେ ଖୋଲାଯାଇଛି। ଯେଉଁଠି ଆଳୁ ୩୦ ଟଙ୍କାରେ ବିକ୍ରି ହେଉଛି।
ସମ୍ବଲପୁରରେ ଆଳୁ ଦର ୨୬, ଭୁବନେଶ୍ୱରରେ ୩୦ରୁ ୩୫ ମଧ୍ୟରେ ରହିଛି । ଜନସାଧାରଣ ଭୟ କରିବାର ଆବଶ୍ୟକତା ନାହିଁ। ରାଜ୍ୟରେ ଆଳୁ ଭରପୁର ମହଜୁଦ ଅଛି। ୫ ଦିନ ଭିତରେ ଆଳୁ ଦୁଇଟି ଟ୍ରେନ୍ରେ ଆସୁଛି। ଟ୍ରେନ୍ରେ ୪୮ ହଜାର କ୍ୱିଣ୍ଟାଲ ଆଳୁ ଆସି ପହଞ୍ଚିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶରୁ ଆଳୁ ଆଣିବାରୁ ପଶ୍ଚିମବଙ୍ଗରେ ବ୍ୟବସାୟୀମାନେ ଘାଟାରେ ପଡିଲେ । ସେଥିପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି। ଆମେ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହୋଇ ରହିପାରିବୁ ନାହିଁ। ଯେଉଁଠୁ ସୁବିଧା ହେବ ସେଠୁ ଆଳୁ ଆଣିବୁ ବୋଲି ମନ୍ତ୍ରୀ କହିଛନ୍ତି।