ଜୟ ରାମ କହିଲେ ଅମିତ ଶାହ କଲେକ୍ଟରଙ୍କୁ ଫୋନ୍ କରି ଧମକାଉଛନ୍ତି: ସମନ କରି ଜବାବ ମାଗିଲେ ଇଲେକ୍ସନ କମିଶନ
ନୂଆଦିଲ୍ଲୀ: ଜୁନ ୧ ତାରିଖରେ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୧୫୦ ମାଜିଷ୍ଟ୍ରେଟ୍ଙ୍କୁ ଫୋନ୍ କରି ଧମକାଇଛନ୍ତି। ଏହି ଅଭିଯୋଗ ଉପରେ ଏବେ ନିର୍ବାଚନ କମିଶନ ଜୟରାମ ରମେଶଙ୍କୁ ନୋଟିସ କରି ଜବାବ ମାଗିଛନ୍ତି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଜବାବ ଦେବାକୁ ଇସି କହିଛନ୍ତି। ଜୁନ ୧ ତାରିଖରେ ଜୟରାମ ରମେଶ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଏହି ଅଭିଯୋଗ ଆଣିଥିଲେ। ଜୟରାମ କହିଥିଲେ “ବର୍ତ୍ତମାନ ଗୃହମନ୍ତ୍ରୀ ଆଜି(ଜୁନ ୧) ସକାଳୁ ଜିଲ୍ଲା କଲେକ୍ଟରଙ୍କୁ ଫୋନ୍ କରି କଥା ହେଉଛନ୍ତି। ଏପର୍ଯ୍ୟନ୍ତ ୧୫୦ ଅଫିସରଙ୍କ ସହିତ କଥା ହୋଇସାରିଛନ୍ତି। ଅଫିସରଙ୍କୁ ଏମିତି ଖୋଲାଖୋଲି ଧମକାଇବାର ଚେଷ୍ଟ ନିହାତି ଲଜ୍ଜାଜନକ ଓ ଅସ୍ୱୀକାର୍ଯ୍ୟ। ମନେ ରଖନ୍ତୁ ଯେ ଗଣତନ୍ତ୍ର ଜନାଦେଶରେ ଚାଲେ। ଧମକରେ ନୁହେଁ। ୪ ଜୁନରେ ଜନାଦେଶ ଅନୁସାରେ ନରେନ୍ଦ୍ର ମୋଦୀ, ଅମିତ ଶାହ ଓ ଭାଜପା କ୍ଷମତାରୁ ବିଦା ହେବେ। ଇଣ୍ଡିଆ ମେଣ୍ଠ ବିଜୟୀ ହେବ। ଅଫିସରଙ୍କୁ କୌଣସି ପ୍ରକାର ଚାପରେ ଆସିବା ଉଚିତ୍ ନୁହେଁ। ସମ୍ବିଧାନର ରକ୍ଷା କରିବା ଉଚିତ୍।” ସୋସିଆଲ୍ ମିଡିଆରେ ରମେଶଙ୍କର ଏହି ପୋଷ୍ଟ ପରେ ନିର୍ବାଚନ କମିଶନ ତାଙ୍କୁ ସମନ ଅଭିଯୋଗ ଉପରେ ତଥ୍ୟ ମାଗିଛନ୍ତି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ତଥ୍ୟ ଦେବାକୁ ତଲବ କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇରେ ଖବର ପ୍ରକାଶ ପାଇଛି। ସେହିପରି ଏକଜିଟ୍ପୋଲକୁ ନେ
ନୂଆଦିଲ୍ଲୀ: ଜୁନ ୧ ତାରିଖରେ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୧୫୦ ମାଜିଷ୍ଟ୍ରେଟ୍ଙ୍କୁ ଫୋନ୍ କରି ଧମକାଇଛନ୍ତି। ଏହି ଅଭିଯୋଗ ଉପରେ ଏବେ ନିର୍ବାଚନ କମିଶନ ଜୟରାମ ରମେଶଙ୍କୁ ନୋଟିସ କରି ଜବାବ ମାଗିଛନ୍ତି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଜବାବ ଦେବାକୁ ଇସି କହିଛନ୍ତି।
ଜୁନ ୧ ତାରିଖରେ ଜୟରାମ ରମେଶ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଏହି ଅଭିଯୋଗ ଆଣିଥିଲେ। ଜୟରାମ କହିଥିଲେ “ବର୍ତ୍ତମାନ ଗୃହମନ୍ତ୍ରୀ ଆଜି(ଜୁନ ୧) ସକାଳୁ ଜିଲ୍ଲା କଲେକ୍ଟରଙ୍କୁ ଫୋନ୍ କରି କଥା ହେଉଛନ୍ତି। ଏପର୍ଯ୍ୟନ୍ତ ୧୫୦ ଅଫିସରଙ୍କ ସହିତ କଥା ହୋଇସାରିଛନ୍ତି। ଅଫିସରଙ୍କୁ ଏମିତି ଖୋଲାଖୋଲି ଧମକାଇବାର ଚେଷ୍ଟ ନିହାତି ଲଜ୍ଜାଜନକ ଓ ଅସ୍ୱୀକାର୍ଯ୍ୟ। ମନେ ରଖନ୍ତୁ ଯେ ଗଣତନ୍ତ୍ର ଜନାଦେଶରେ ଚାଲେ। ଧମକରେ ନୁହେଁ। ୪ ଜୁନରେ ଜନାଦେଶ ଅନୁସାରେ ନରେନ୍ଦ୍ର ମୋଦୀ, ଅମିତ ଶାହ ଓ ଭାଜପା କ୍ଷମତାରୁ ବିଦା ହେବେ। ଇଣ୍ଡିଆ ମେଣ୍ଠ ବିଜୟୀ ହେବ। ଅଫିସରଙ୍କୁ କୌଣସି ପ୍ରକାର ଚାପରେ ଆସିବା ଉଚିତ୍ ନୁହେଁ। ସମ୍ବିଧାନର ରକ୍ଷା କରିବା ଉଚିତ୍।”
ସୋସିଆଲ୍ ମିଡିଆରେ ରମେଶଙ୍କର ଏହି ପୋଷ୍ଟ ପରେ ନିର୍ବାଚନ କମିଶନ ତାଙ୍କୁ ସମନ ଅଭିଯୋଗ ଉପରେ ତଥ୍ୟ ମାଗିଛନ୍ତି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ତଥ୍ୟ ଦେବାକୁ ତଲବ କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇରେ ଖବର ପ୍ରକାଶ ପାଇଛି।
ସେହିପରି ଏକଜିଟ୍ପୋଲକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଜୟରାମ ରମେଶ। ସେ କହିଛନ୍ତି ଯେ ଏହି ଏକଜିଟ୍ ପୋଲ୍ ମିଛ। ଇଣ଼୍ଡିଆ ମେଣ୍ଟ ୨୯୫ ରୁ କମ୍ ଆସନ ମିଳିବ ନାହିଁ। ଏହି ଏକଜିଟ୍ ପୋଲ୍ ନକଲି, କାରଣ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ଏକ ମନୋବୌଜ୍ଞାନିକ ଖେଳ ଖେଳୁଛନ୍ତି। ସେମାନେ ବିରୋଧୀ ଦଳ, ନିର୍ବାଚନ ଆୟୋଗ, ଗଣନାକାରୀ ଏଜେଣ୍ଟ, ଫେରୁଥିବା ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଏଭଳି ପରିବେଶ ସୃଷ୍ଟି କରୁଛନ୍ତି ଯେ ସେମାନେ ଫେରି ଆସୁଛନ୍ତି କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି ରମେଶ ପୋଷ୍ଟ କରି ଲେଖିଥିଲେ।
ସୂଚନା ଥାଉକି ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଓ କଲେକ୍ଟରମାନେ ସେମାନଙ୍କର ଜିଲ୍ଲାରେ ସେମାନେ ରିଟର୍ଣ୍ଣିଂ ଅଫିସର ହୋଇଥାନ୍ତି। ତେଣୁ ନିର୍ବାଚନ ଦାୟିତ୍ୱା ତାଙ୍କ ହାତରେ ଥାଏ।