ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା, ଗ୍ରେନେଡ୍ ଲଞ୍ଚର୍ ମାଡରେ ୨ ଯବାନ ଆହତ
ମାଲକାନଗିରି ୨୪/୧୨: ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର ସିଆରପିଏଫ୍ କ୍ୟାମ୍ପ୍ ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ସିଆରପିଏଫ୍ କ୍ୟାମ୍ପ ବାହାରେ କର୍ଡନ କରି ମାଓବାଦୀମାନେ ଗୁଳି ଚଳାଇଛନ୍ତି। ସୁରକ୍ଷାକର୍ମୀ ଏହାର ପ୍ରତିଜବାବ ଦେଇଛନ୍ତି। ମାଓବାଦୀଙ୍କ ବ୍ୟାରେଲ ଗ୍ରେନେଡ୍ ଲଞ୍ଚର୍ ମାଡରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସେପଟେ ଲାଲ୍ ଗଡରେ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ କରିବା ପରେ ମାଓବାଦୀମାନେ ବିଚଳିତ ହୋଇପଡିଛନ୍ତି । ସୂଚନା ଥାଉକି, ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀମାନେ ହମଲା କରିଛନ୍ତି । କିଛିଦିନ ତଳେ ନୂତନ ଭାବେ ସ୍ଥାପନ ହୋଇଥିବା ଗୋମାଗୁଡ଼ା ପୋଲିସ ଶିବିର ଉପରେ ଆଖି ବୂଝା ଗୁଳି ଚଳାଇଥିଲେ ମାଓବାଦୀ ।ସିଆରପିଏଫ କ୍ୟାମ୍ପ ବାହାରେ କର୍ଡନ କରି ନକ୍ସଲ ମାନେ ଗୁଳି ଚଳାଇଲେ । ସେପଟେ ନକ୍ସଲ ପନ୍ଥିଙ୍କ ଗୁଳିର ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ ।
ମାଲକାନଗିରି ୨୪/୧୨: ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର ସିଆରପିଏଫ୍ କ୍ୟାମ୍ପ୍ ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ସିଆରପିଏଫ୍ କ୍ୟାମ୍ପ ବାହାରେ କର୍ଡନ କରି ମାଓବାଦୀମାନେ ଗୁଳି ଚଳାଇଛନ୍ତି। ସୁରକ୍ଷାକର୍ମୀ ଏହାର ପ୍ରତିଜବାବ ଦେଇଛନ୍ତି।
ମାଓବାଦୀଙ୍କ ବ୍ୟାରେଲ ଗ୍ରେନେଡ୍ ଲଞ୍ଚର୍ ମାଡରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସେପଟେ ଲାଲ୍ ଗଡରେ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ କରିବା ପରେ ମାଓବାଦୀମାନେ ବିଚଳିତ ହୋଇପଡିଛନ୍ତି ।
ସୂଚନା ଥାଉକି, ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀମାନେ ହମଲା କରିଛନ୍ତି । କିଛିଦିନ ତଳେ ନୂତନ ଭାବେ ସ୍ଥାପନ ହୋଇଥିବା ଗୋମାଗୁଡ଼ା ପୋଲିସ ଶିବିର ଉପରେ ଆଖି ବୂଝା ଗୁଳି ଚଳାଇଥିଲେ ମାଓବାଦୀ ।ସିଆରପିଏଫ କ୍ୟାମ୍ପ ବାହାରେ କର୍ଡନ କରି ନକ୍ସଲ ମାନେ ଗୁଳି ଚଳାଇଲେ । ସେପଟେ ନକ୍ସଲ ପନ୍ଥିଙ୍କ ଗୁଳିର ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ ।