କେନ୍ଦୁଝରରେ ନିର୍ମାଣ ହେବ ବଡ଼ ଷ୍ଟିଲ ପ୍ଲାଣ୍ଟ୍, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର: କେନ୍ଦୁଝରରେ ନିର୍ମାଣ ହେବ ବଡ଼ ଷ୍ଟିଲ ପ୍ଲାଣ୍ଟ। ଜେଏସଡବ୍ଲୁ-ପୋସ୍କୋ ମିଳିତ ଭାବେ ଏଠାରେ ତିଆରି କରିବେ ପ୍ଲାଣ୍ଟ। ଶୁକ୍ରବାର କେନ୍ଦୁଝର ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ମୋହନ ମାଝୀ। । ସୂଚନାଥାଉକି, ନିକଟରେ ହିଁ ପୋସ୍କୋ ଇସ୍ପାତ କାରଖାନା ନିର୍ମାଣ ପାଇଁ ସଜ୍ଜନ ଜିନ୍ଦଲଙ୍କ ଜେଏସ୍ଡବ୍ଲୁ ଷ୍ଟିଲ୍ ସହ ଚୁକ୍ତି କରିଥିଲା। ଯାହା ପରେ ପୋସ୍କୋ ପୁଣି ଓଡ଼ିଶା ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ମୁମ୍ବାଇଠାରେ ଜେଏସ୍ଡବ୍ଲୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ୍ ହ୍ୱାଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ଯେଉଁଥିରେ ପୋସ୍କୋ ଇସ୍ପାତ କାରଖାନା ସ୍ଥାପନ କରିବା କଥା ରହିଥିଲା। କିନ୍ତୁ କେଉଁ ସ୍ଥାନରେ ଏହି ପ୍ରକଳ୍ପ ସ୍ଥାପିତ ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏହି ବୁଝାମଣା ଓଡ଼ିଶା ପ୍ରକଳ୍ପ ସମ୍ପର୍କିତ ହୋଇପାରେ ବୋଲି ଅନୁମାନ କରାଯାଉଥିଲା।ସେପଟେ ପୋସ୍କୋ ଫେରିବା ନେଇ ଆଲୋଚନା ହେବା ପରେ ଜଗତସିଂହପୁର ସାଂସଦ ବିଭୁ ତରାଇ ମଧ୍ୟ ପୋସ୍କୋ ଆସିଲେ ସବୁ ପ୍ରକାର ସହାୟତା ଦିଆଯିବ ବୋଲି କହିଥିଲେ।
କେନ୍ଦୁଝର: କେନ୍ଦୁଝରରେ ନିର୍ମାଣ ହେବ ବଡ଼ ଷ୍ଟିଲ ପ୍ଲାଣ୍ଟ। ଜେଏସଡବ୍ଲୁ-ପୋସ୍କୋ ମିଳିତ ଭାବେ ଏଠାରେ ତିଆରି କରିବେ ପ୍ଲାଣ୍ଟ। ଶୁକ୍ରବାର କେନ୍ଦୁଝର ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ମୋହନ ମାଝୀ। ।
ସୂଚନାଥାଉକି, ନିକଟରେ ହିଁ ପୋସ୍କୋ ଇସ୍ପାତ କାରଖାନା ନିର୍ମାଣ ପାଇଁ ସଜ୍ଜନ ଜିନ୍ଦଲଙ୍କ ଜେଏସ୍ଡବ୍ଲୁ ଷ୍ଟିଲ୍ ସହ ଚୁକ୍ତି କରିଥିଲା। ଯାହା ପରେ ପୋସ୍କୋ ପୁଣି ଓଡ଼ିଶା ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।
ମୁମ୍ବାଇଠାରେ ଜେଏସ୍ଡବ୍ଲୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ୍ ହ୍ୱାଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ଯେଉଁଥିରେ ପୋସ୍କୋ ଇସ୍ପାତ କାରଖାନା ସ୍ଥାପନ କରିବା କଥା ରହିଥିଲା। କିନ୍ତୁ କେଉଁ ସ୍ଥାନରେ ଏହି ପ୍ରକଳ୍ପ ସ୍ଥାପିତ ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏହି ବୁଝାମଣା ଓଡ଼ିଶା ପ୍ରକଳ୍ପ ସମ୍ପର୍କିତ ହୋଇପାରେ ବୋଲି ଅନୁମାନ କରାଯାଉଥିଲା।
ସେପଟେ ପୋସ୍କୋ ଫେରିବା ନେଇ ଆଲୋଚନା ହେବା ପରେ ଜଗତସିଂହପୁର ସାଂସଦ ବିଭୁ ତରାଇ ମଧ୍ୟ ପୋସ୍କୋ ଆସିଲେ ସବୁ ପ୍ରକାର ସହାୟତା ଦିଆଯିବ ବୋଲି କହିଥିଲେ।