ଡିସେମ୍ବର ୬ରେ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ, ୯ ମାସରୁ ଶମ୍ଭୁ ବର୍ଡରରେ ଦେଉଛନ୍ତି ଧାରଣା
ନୂଆଦିଲ୍ଲୀ: ଡିସେମ୍ବର ୬ରୁ ପୁଣି ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ । ବିଭିନ୍ନ ଦାବି ନେଇ ହରିୟାଣା-ପଞ୍ଜାବ ଶମ୍ଭୁ ବର୍ଡର ଏବଂ ଖନୌରୀ ବର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀ ଡିସେମ୍ବର ୬ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ତେବେ ଟ୍ରାକ୍ଟର ନେଇ ଆଗକୁ ବଢ଼ିବାକୁ ଅନୁମତି ନଥିବାରୁ ଚାଷୀ ଏଥର ଚାଲି ଚାଲି ଭିନ୍ନ ଭିନ୍ନ ଗୋଷ୍ଠୀରେ ଦିଲ୍ଲୀ ଅଭିମୁଖେ ଯିବେ। ଆଉ ସେଠାରେ ପହଞ୍ଚି ଆନ୍ଦୋଳନକୁ ଆଗକୁ ବଢ଼ାଇବେ।ସୂଚନାଥାଉକି, ଚାଷୀ ଆନ୍ଦୋଳନ ୨.୦ ପ୍ରାୟ ୯ ମାସ ଅର୍ଥାତ ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇଛି। ଚାଷୀମାନେ ପଞ୍ଜାବ-ହରିୟାଣା ସୀମାରେ ଶମ୍ଭୁ ଏବଂ ଖନୌରୀ ବର୍ଡରେ ବିକ୍ଷୋଭ ଜାରି କରିଛନ୍ତି। ହେଲେ ଏବେ ଚାଷୀ ଦିଲ୍ଲୀ କୁଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେଏମଏମ ନେତା ସରବନ ସିଂହ ପଣ୍ଢେର କହିଛନ୍ତି, ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଦିଲ୍ଲୀ ଯିବା ପାଇଁ ନିଷ୍ପତ୍ତି ହୋଇଛି। ଆମେ ଡିସେମ୍ବର ୬ରେ ଦିଲ୍ଲୀ ଅଭିମୁଖେ ବାହାରିବୁ। ପଣ୍ଢେର କହିଛନ୍ତି ଚାଷୀ ପ୍ରତିଦିନ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବେ । ଚାଷୀଙ୍କ କହିବା ଅନୁଯାୟୀ ସରକାର ତାଙ୍କ ଦାବି ଶୁଣୁନାହାଁନ୍ତି। ସଂଯୁକ୍ତ କିସାନ ମୋର୍ଚ୍ଚା ଏବଂ ଚାଷୀ ଶ୍ରମିକ ମୋର୍ଚ୍ଚା ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରୁଛନ୍ତି। ଭାରତୀୟ କିସାନ ୟୁନିୟନର ତେଜବୀର ସିଂହ କହିଛନ୍ତି ସେମାନେ ଦୀର୍ଘ ୨୮୦ ଦିନରୁ ଦୁଇ ସୀମାରେ ବସିଛନ୍ତି, ଆଉ କେ
ନୂଆଦିଲ୍ଲୀ: ଡିସେମ୍ବର ୬ରୁ ପୁଣି ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ । ବିଭିନ୍ନ ଦାବି ନେଇ ହରିୟାଣା-ପଞ୍ଜାବ ଶମ୍ଭୁ ବର୍ଡର ଏବଂ ଖନୌରୀ ବର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀ ଡିସେମ୍ବର ୬ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ତେବେ ଟ୍ରାକ୍ଟର ନେଇ ଆଗକୁ ବଢ଼ିବାକୁ ଅନୁମତି ନଥିବାରୁ ଚାଷୀ ଏଥର ଚାଲି ଚାଲି ଭିନ୍ନ ଭିନ୍ନ ଗୋଷ୍ଠୀରେ ଦିଲ୍ଲୀ ଅଭିମୁଖେ ଯିବେ। ଆଉ ସେଠାରେ ପହଞ୍ଚି ଆନ୍ଦୋଳନକୁ ଆଗକୁ ବଢ଼ାଇବେ।
ସୂଚନାଥାଉକି, ଚାଷୀ ଆନ୍ଦୋଳନ ୨.୦ ପ୍ରାୟ ୯ ମାସ ଅର୍ଥାତ ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇଛି। ଚାଷୀମାନେ ପଞ୍ଜାବ-ହରିୟାଣା ସୀମାରେ ଶମ୍ଭୁ ଏବଂ ଖନୌରୀ ବର୍ଡରେ ବିକ୍ଷୋଭ ଜାରି କରିଛନ୍ତି। ହେଲେ ଏବେ ଚାଷୀ ଦିଲ୍ଲୀ କୁଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କେଏମଏମ ନେତା ସରବନ ସିଂହ ପଣ୍ଢେର କହିଛନ୍ତି, ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଦିଲ୍ଲୀ ଯିବା ପାଇଁ ନିଷ୍ପତ୍ତି ହୋଇଛି। ଆମେ ଡିସେମ୍ବର ୬ରେ ଦିଲ୍ଲୀ ଅଭିମୁଖେ ବାହାରିବୁ। ପଣ୍ଢେର କହିଛନ୍ତି ଚାଷୀ ପ୍ରତିଦିନ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବେ । ଚାଷୀଙ୍କ କହିବା ଅନୁଯାୟୀ ସରକାର ତାଙ୍କ ଦାବି ଶୁଣୁନାହାଁନ୍ତି। ସଂଯୁକ୍ତ କିସାନ ମୋର୍ଚ୍ଚା ଏବଂ ଚାଷୀ ଶ୍ରମିକ ମୋର୍ଚ୍ଚା ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରୁଛନ୍ତି।
ଭାରତୀୟ କିସାନ ୟୁନିୟନର ତେଜବୀର ସିଂହ କହିଛନ୍ତି ସେମାନେ ଦୀର୍ଘ ୨୮୦ ଦିନରୁ ଦୁଇ ସୀମାରେ ବସିଛନ୍ତି, ଆଉ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ତାଙ୍କ ସହ ଆଲୋଚନା କରିନାହାଁନ୍ତି। ଶେଷ ଥର ଫେବ୍ରୁଆରୀ ୧୮ରେ କେନ୍ଦ୍ର ମନ୍ତ୍ରୀ ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ସରକାରୀ ଏଜେନ୍ସୀ ଏମଏସପିରେ ଡାଲି, ମକା ଏବଂ କପା ଫସଲ ପାଞ୍ଚ ବର୍ଷ ପାଇଁ କିଣିବେ ବୋଲି ପ୍ରସ୍ତାବ ଦେଇଥିଲେ। କିନ୍ତୁ ଚାଷୀ ଏହାକୁ ଖାରଜ କରିଥିଲେ।