IPL 2025 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ପଦକ୍ଷେପ, ବାଉଚରଙ୍କ ସ୍ଥାନରେ ଜୟବର୍ଦ୍ଧନେଙ୍କୁ କଲା ହେଡ୍ କୋଚ୍

ମୁମ୍ବାଇ: ଆଇପିଏଲ୍ ୨୦୨୫ ଠିକ୍ ପୂର୍ବରୁ ଆଇପିଏଲ୍‌ ଇତିହାସର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ ମହେଲା ଜୟବର୍ଦ୍ଧନେଙ୍କୁ ପୁଣି ଥରେ ବଡ଼ ଦାୟିତ୍ଵ ଦେଇଛି। ଶ୍ରୀଲଙ୍କାର ଏହି ପୂର୍ବତନ ଖେଳାଳିଙ୍କୁ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ କରାଯାଇଛି। ସେ ଦଳରେ ମାର୍କ ବାଉଚରଙ୍କ ସ୍ଥାନ ନେବେ। ଜୟବର୍ଦ୍ଧନେଙ୍କ ମୁମ୍ବାଇ ସହିତ ପ୍ରଦର୍ଶନ ବେଶ ଦମଦାର ରହିଥିଲା।  ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ଥିଲେ। ଏବେ ପୁଣି ଥରେ ସେହି ଦାୟିତ୍ବ ବହନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ।ମାର୍କ ବାଉଚର ୨୦୨୩ ଓ ୨୦୨୪ ଦୁଇ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ଥିଲେ। କିନ୍ତୁ ତାଙ୍କ କୋଚିଂ ସମୟରେ ଦଳର ପ୍ରଦର୍ଶନ ନିରୁତ୍ସାହଜକ ରହିଥିଲା। ଏବେ ତାଙ୍କ ସ୍ଥାନରେ ଜୟବର୍ଦ୍ଧନେଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି ଫ୍ରାଞ୍ଚାଇଜ। ଜୟବର୍ଦ୍ଧନେଙ୍କ କାର୍ଯ୍ୟକାଳରେ ମୁମ୍ବାଇ ଇଣ୍ଡିଆନ୍ସ ତିନି ଥର ୨୦୧୭, ୨୦୧୯ ଓ ୨୦୨୦ରେ ଟ୍ରଫି ଜିତିଥିବା ବେଳେ ମୋଟ୍ ୫ ଥର ଚାମ୍ପିଅନ ହୋଇଛି। ୨୦୨୨ରେ ଜୟବର୍ଦ୍ଧନେଙ୍କୁ ମୁମ୍ବାଇ ଫ୍ରାଞ୍ଚାଇଜ ଗ୍ଲୋବାଲ ହେଡ୍ ଅଫ କ୍ରିକେଟ୍ ପଦରେ ନିଯୁକ୍ତ ଦେଇଥିଲା। ????????, ????????, ????????, ????????, ????????, ???????? & ????????????????????!Welcome back, ???????????????? ???

IPL 2025 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ପଦକ୍ଷେପ, ବାଉଚରଙ୍କ ସ୍ଥାନରେ ଜୟବର୍ଦ୍ଧନେଙ୍କୁ କଲା  ହେଡ୍ କୋଚ୍

ମୁମ୍ବାଇ: ଆଇପିଏଲ୍ ୨୦୨୫ ଠିକ୍ ପୂର୍ବରୁ ଆଇପିଏଲ୍‌ ଇତିହାସର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ ମହେଲା ଜୟବର୍ଦ୍ଧନେଙ୍କୁ ପୁଣି ଥରେ ବଡ଼ ଦାୟିତ୍ଵ ଦେଇଛି। ଶ୍ରୀଲଙ୍କାର ଏହି ପୂର୍ବତନ ଖେଳାଳିଙ୍କୁ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ କରାଯାଇଛି। ସେ ଦଳରେ ମାର୍କ ବାଉଚରଙ୍କ ସ୍ଥାନ ନେବେ। ଜୟବର୍ଦ୍ଧନେଙ୍କ ମୁମ୍ବାଇ ସହିତ ପ୍ରଦର୍ଶନ ବେଶ ଦମଦାର ରହିଥିଲା।  ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ଥିଲେ। ଏବେ ପୁଣି ଥରେ ସେହି ଦାୟିତ୍ବ ବହନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ।

ମାର୍କ ବାଉଚର ୨୦୨୩ ଓ ୨୦୨୪ ଦୁଇ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ଥିଲେ। କିନ୍ତୁ ତାଙ୍କ କୋଚିଂ ସମୟରେ ଦଳର ପ୍ରଦର୍ଶନ ନିରୁତ୍ସାହଜକ ରହିଥିଲା। ଏବେ ତାଙ୍କ ସ୍ଥାନରେ ଜୟବର୍ଦ୍ଧନେଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି ଫ୍ରାଞ୍ଚାଇଜ। ଜୟବର୍ଦ୍ଧନେଙ୍କ କାର୍ଯ୍ୟକାଳରେ ମୁମ୍ବାଇ ଇଣ୍ଡିଆନ୍ସ ତିନି ଥର ୨୦୧୭, ୨୦୧୯ ଓ ୨୦୨୦ରେ ଟ୍ରଫି ଜିତିଥିବା ବେଳେ ମୋଟ୍ ୫ ଥର ଚାମ୍ପିଅନ ହୋଇଛି। ୨୦୨୨ରେ ଜୟବର୍ଦ୍ଧନେଙ୍କୁ ମୁମ୍ବାଇ ଫ୍ରାଞ୍ଚାଇଜ ଗ୍ଲୋବାଲ ହେଡ୍ ଅଫ କ୍ରିକେଟ୍ ପଦରେ ନିଯୁକ୍ତ ଦେଇଥିଲା। 




ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଦୟନୀୟ ଥିଲା।ଦଳ ୪ଟି ମ୍ୟାଚ୍‌ରୁ ୪ ବିଜୟ ଓ ୧୦ ପରାଜୟ ସହ ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ଥିଲା। ଦଳରେ ଅନେକ ବଡ଼ ବଡ଼ ଖେଳାଳି ଥାଇ ସୁଦ୍ଧା ଦଳର ପ୍ରଦର୍ଶନ ଶୋଚନୀୟ ଥିଲା। ଦଳର ବିପର୍ଯ୍ୟୟ ପଛର ସବୁଠୁ ବଡ଼ କାରଣ ଥିଲା ଅଧିନାୟକ ପଦକୁ ନେଇ।

ଗତ ସିଜିନ ଆରମ୍ଭ ପୂର୍ବରୁ ମୁମ୍ବାଇ ବିନା କୌଣସି ଆଲୋଚନା କରି ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇଥିଲା। ହିଟ୍‌ମ୍ୟାନ୍ଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇଥିଲା। ଏହାକୁ ନେଇ ବଡ଼ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ଫ୍ରାଞ୍ଚାଇଜର ଏହି ନିଷ୍ପତ୍ତିକୁ ନାପସନ୍ଦ  କରିଥିଲେ ଅନେକ ପୂର୍ବତନ କ୍ରିକେଟର ଓ ସମୀକ୍ଷକ। ଅନ୍ୟପଟେ ନିଜର ପତ୍ନୀଙ୍କ ସହ ପାରିବାରିକ ବିବାଦ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ମଧ୍ୟ ନିମ୍ନଗାମୀ ଥିଲା। ଏହାର ପ୍ରଭାବ ଦଳ ଉପରେ ପଡ଼ିଥିଲା।