ପଞ୍ଚମ ଏବଂ ଅନ୍ତିମ ପ୍ରୟାସ; ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ପୁଣି ଡାକିଲେ ଦିଦି
କୋଲକାତା: ଆରଜି କର୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଯାହାଫଳରେ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହେଉଛି । ଆନ୍ଦୋଳନ ପ୍ରତ୍ୟାହତ କରିବାକୁ ବାରମ୍ବାର ପ୍ରୟାସ କରି ବିଫଳ ହେଉଛନ୍ତି ପଶ୍ଚିମବଙ୍ଗ ସରକାର । ତେବେ ସୋମବାର ପୁଣି ଥରେ ଜୁନିୟର ଡାକ୍ତକଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସଂଧ୍ୟା ୫ଟାରେ ବୈଠକ ପାଇଁ ସରକାର ଆନ୍ଦୋଳନକାରୀଙ୍କୁ ଡାକିଛନ୍ତି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କ ଜୁନିୟର ଡାକ୍ତରଙ୍କୁ ଏକ ଇ-ମେଲ ପଠାଇଛନ୍ତି । ସରକାର ଏବଂ ଡାକ୍ତରଙ୍କ ମଧ୍ୟରେ ବୈଠକ ଲାଗି ଏହା ପଞ୍ଚିମ ଏବଂ ଅନ୍ତିମ ପ୍ରସ୍ତାବ ବୋଲି ମେଲ୍ରେ କୁହାଯାଇଛି । ମିଟିଂ ମୁଖ୍ୟମନ୍ତ୍ରୀଙ୍କ କାଳିଘାଟ ବାସଭବନରେ ହେବ । ସେଠାରେ ସମସ୍ତ ଆନ୍ଦୋଳନରତ ଡାକ୍ତରଙ୍କୁ ପହଞ୍ଚିବାକୁ କୁହାଯାଇଛି । ଏହାରି ଭିତରେ ପ୍ରଦର୍ଶନ କରୁଥିବା ଜୁନିୟର ଡାକ୍ତର ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟାଳୟ ତଥା ସ୍ବାସ୍ଥ୍ୟ ଭବନ ବାହାରେ ୮ଦିନ ହେଲା ଧାରଣାରେ ବସିଛନ୍ତି । ଅଗଷ୍ଟ ୮ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ହୋଇଥିଲା । ଏହି ମାମଲାରେ ସିବିଆଇ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଛି । ଏହାଛଡ଼ା ଅର୍ଥ ହେରଫେର ମାମଲାରେ ଜଣେ ହସ୍ପି
କୋଲକାତା: ଆରଜି କର୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଯାହାଫଳରେ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହେଉଛି । ଆନ୍ଦୋଳନ ପ୍ରତ୍ୟାହତ କରିବାକୁ ବାରମ୍ବାର ପ୍ରୟାସ କରି ବିଫଳ ହେଉଛନ୍ତି ପଶ୍ଚିମବଙ୍ଗ ସରକାର । ତେବେ ସୋମବାର ପୁଣି ଥରେ ଜୁନିୟର ଡାକ୍ତକଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସଂଧ୍ୟା ୫ଟାରେ ବୈଠକ ପାଇଁ ସରକାର ଆନ୍ଦୋଳନକାରୀଙ୍କୁ ଡାକିଛନ୍ତି ।
ଏନେଇ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କ ଜୁନିୟର ଡାକ୍ତରଙ୍କୁ ଏକ ଇ-ମେଲ ପଠାଇଛନ୍ତି । ସରକାର ଏବଂ ଡାକ୍ତରଙ୍କ ମଧ୍ୟରେ ବୈଠକ ଲାଗି ଏହା ପଞ୍ଚିମ ଏବଂ ଅନ୍ତିମ ପ୍ରସ୍ତାବ ବୋଲି ମେଲ୍ରେ କୁହାଯାଇଛି । ମିଟିଂ ମୁଖ୍ୟମନ୍ତ୍ରୀଙ୍କ କାଳିଘାଟ ବାସଭବନରେ ହେବ । ସେଠାରେ ସମସ୍ତ ଆନ୍ଦୋଳନରତ ଡାକ୍ତରଙ୍କୁ ପହଞ୍ଚିବାକୁ କୁହାଯାଇଛି । ଏହାରି ଭିତରେ ପ୍ରଦର୍ଶନ କରୁଥିବା ଜୁନିୟର ଡାକ୍ତର ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟାଳୟ ତଥା ସ୍ବାସ୍ଥ୍ୟ ଭବନ ବାହାରେ ୮ଦିନ ହେଲା ଧାରଣାରେ ବସିଛନ୍ତି ।
ଅଗଷ୍ଟ ୮ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ହୋଇଥିଲା । ଏହି ମାମଲାରେ ସିବିଆଇ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଛି । ଏହାଛଡ଼ା ଅର୍ଥ ହେରଫେର ମାମଲାରେ ଜଣେ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଏବଂ ଜଣେ ପୋଲିସ ଅଧିକାରୀଙ୍କୁ ସିବିଆଇ ବାନ୍ଧିଛି । ଅନ୍ୟପଟେ ପୀଡି଼ତାଙ୍କୁ ନ୍ୟାୟ ଏବଂ ସୁରକ୍ଷା ଦାବିରେ ୩୬ ଦିନ ହେଲା ଜୁନିୟର ଡାକ୍ତରମାନେ ଆନ୍ଦୋଳନରେ ବସିଛନ୍ତି । ଏପଟେ ପଶ୍ଚିମବଙ୍ଗ ସରକାର ଆଜି ପୁଣି ଥରେ ଆଲୋଚନା ପାଇଁ ପ୍ରୟାସ କରିଛନ୍ତି । ବୈଠକ ପାଇଁ ଏହା ଅନ୍ତିମ ପ୍ରସ୍ତାବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।....