ଚଳିତ ସପ୍ତାହରେ ବଢ଼ିଛି ସୁନା ଓ ରୁପା ମୂଲ୍ୟ; କାହା ଦାମ୍ କେତେ ବଢ଼ିଛି ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟ ବଢ଼ିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ୱେବ୍‌ସାଇଟ୍‌ର ସୂଚନା ଅନୁସାରେ, ସର୍‌ଫା ବଜାରରେ ଚଳିତ ସପ୍ତାହର ଆରମ୍ଭରେ ଅର୍ଥାତ ୨୯ ଜାନୁଆରୀରେ ସୁନା ମୂଲ୍ୟ ୬୨,୪୯୭ ଟଙ୍କା ଥିଲା।  ଯାହା ଏବେ ଫେବ୍ରୁଆରୀ ୩ ତାରିଖ ସୁଦ୍ଧା ୧୦ ଗ୍ରାମ ପ୍ରତି ୬୩,୧୪୨କୁ ବୃଦ୍ଧି ହୋଇଛି। ଅର୍ଥାତ୍‌ ଚଳିତ ସପ୍ତାହରେ ସୁନା ମୂଲ୍ୟରେ ୬୪୫ ଟଙ୍କା ବୃଦ୍ଧି ହୋଇଛି। ସେହିପରି ରୂପା ମୂଲ୍ୟ ବି ୭୨ ହଜାର ଟଙ୍କାର ପାଖାପାଖି ହୋଇଛି। IBJA ୱେବ୍‌ସାଇଟ୍‌ ଅନୁସାରେ, ଚଳିତ ସପ୍ତାହ ଆରମ୍ଭରେ ରୁପା ମୂଲ୍ୟ ୭୧,୩୫୪ ଟଙ୍କା ଥିଲା। ଏବେ ଏହା ବଢ଼ି ୭୧୮୬୪ ଟଙ୍କା ହୋଇଛି। ଅର୍ଥାତ୍ ଚଳିତ ସପ୍ତାହରେ ରୁପା ମୂଲ୍ୟରେ ୫୧୦ ଟଙ୍କାର ବୃଦ୍ଧି ହୋଇଛି।   ବିଶେଷଜ୍ଞଙ୍କ କହିବା ଅନୁସାରେ, ୨୦୨୪ରେ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ହେବ। ଚଳିତ ବର୍ଷ ୧୦ ଗ୍ରାମ ସୁନା ମୂଲ୍ୟ ୭୦ ହଜାର ପାର୍ ହୋଇପାରେ। ସେହିପରି ରୁପା ମୂଲ୍ୟ ମଧ୍ୟ ବଢ଼ି ୮୫ ହଜାର ପାର୍ ହୋଇପାରେ ବିଶେଷଜ୍ଞ ମତ ଦେଇଛନ୍ତି। ପଢ଼ନ୍ତୁ-୬.୭% ହାରରେ ଦୌଡ଼ିବ ଦେଶର ଅର୍ଥନୀତି, ୨୦୩୧ ପର୍ଯ୍ୟନ୍ତ ନାହିଁ କୌଣସି ବାଧା: ରିପୋର୍ଟ ବର୍ତ୍ତମାନ ବିବାହ ସମୟ ଚାଲିଥିବାରୁ ସୁନା ରୂପା କିଣାବିକା ବଢ଼ିଯାଇଛି। ଯଦି ଆପଣ ସୁନା କିଣିବାକୁ ବାହାରିଛନ୍ତି ତେବେ ଆମର ଏହି ଟିପ୍ସ ମନେ ରଖନ୍ତୁ। ସୁନା କିଣିଲା ବେଳେ BIS ହଲ୍‌ମାର୍

ଚଳିତ ସପ୍ତାହରେ ବଢ଼ିଛି ସୁନା ଓ ରୁପା ମୂଲ୍ୟ; କାହା ଦାମ୍ କେତେ ବଢ଼ିଛି ଜାଣନ୍ତୁ

gold-price

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟ ବଢ଼ିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ୱେବ୍‌ସାଇଟ୍‌ର ସୂଚନା ଅନୁସାରେ, ସର୍‌ଫା ବଜାରରେ ଚଳିତ ସପ୍ତାହର ଆରମ୍ଭରେ ଅର୍ଥାତ ୨୯ ଜାନୁଆରୀରେ ସୁନା ମୂଲ୍ୟ ୬୨,୪୯୭ ଟଙ୍କା ଥିଲା।  ଯାହା ଏବେ ଫେବ୍ରୁଆରୀ ୩ ତାରିଖ ସୁଦ୍ଧା ୧୦ ଗ୍ରାମ ପ୍ରତି ୬୩,୧୪୨କୁ ବୃଦ୍ଧି ହୋଇଛି। ଅର୍ଥାତ୍‌ ଚଳିତ ସପ୍ତାହରେ ସୁନା ମୂଲ୍ୟରେ ୬୪୫ ଟଙ୍କା ବୃଦ୍ଧି ହୋଇଛି।

ସେହିପରି ରୂପା ମୂଲ୍ୟ ବି ୭୨ ହଜାର ଟଙ୍କାର ପାଖାପାଖି ହୋଇଛି। IBJA ୱେବ୍‌ସାଇଟ୍‌ ଅନୁସାରେ, ଚଳିତ ସପ୍ତାହ ଆରମ୍ଭରେ ରୁପା ମୂଲ୍ୟ ୭୧,୩୫୪ ଟଙ୍କା ଥିଲା। ଏବେ ଏହା ବଢ଼ି ୭୧୮୬୪ ଟଙ୍କା ହୋଇଛି। ଅର୍ଥାତ୍ ଚଳିତ ସପ୍ତାହରେ ରୁପା ମୂଲ୍ୟରେ ୫୧୦ ଟଙ୍କାର ବୃଦ୍ଧି ହୋଇଛି।  

ବିଶେଷଜ୍ଞଙ୍କ କହିବା ଅନୁସାରେ, ୨୦୨୪ରେ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ହେବ। ଚଳିତ ବର୍ଷ ୧୦ ଗ୍ରାମ ସୁନା ମୂଲ୍ୟ ୭୦ ହଜାର ପାର୍ ହୋଇପାରେ। ସେହିପରି ରୁପା ମୂଲ୍ୟ ମଧ୍ୟ ବଢ଼ି ୮୫ ହଜାର ପାର୍ ହୋଇପାରେ ବିଶେଷଜ୍ଞ ମତ ଦେଇଛନ୍ତି।

ପଢ଼ନ୍ତୁ-୬.୭% ହାରରେ ଦୌଡ଼ିବ ଦେଶର ଅର୍ଥନୀତି, ୨୦୩୧ ପର୍ଯ୍ୟନ୍ତ ନାହିଁ କୌଣସି ବାଧା: ରିପୋର୍ଟ

ବର୍ତ୍ତମାନ ବିବାହ ସମୟ ଚାଲିଥିବାରୁ ସୁନା ରୂପା କିଣାବିକା ବଢ଼ିଯାଇଛି। ଯଦି ଆପଣ ସୁନା କିଣିବାକୁ ବାହାରିଛନ୍ତି ତେବେ ଆମର ଏହି ଟିପ୍ସ ମନେ ରଖନ୍ତୁ। ସୁନା କିଣିଲା ବେଳେ BIS ହଲ୍‌ମାର୍କ ସାର୍ଟିଫାଏଡ୍ ଗୋଲ୍ଡ ହିଁ କିଣନ୍ତୁ। ଯେପରି ଆଧାର କାର୍ଡରେ ୧୨ ଅଙ୍କ ବିଶିଷ୍ଟ କୋଡ଼ ରହିଥାଏ ସେହିପରି ସୁନା ଉପରେ ୬ ଅଙ୍କ ବିଶିଷ୍ଟ ହଲ୍‌ମାର୍କ କୋଡ଼ ରହିଥାଏ। ଏହାକୁ ହଲ୍‌ମାର୍କର ୟୁନିକ ଆଇଡିଣ୍ଟିପେକସନ ନମ୍ବର ବା(HUID) ବୋଲି କୁହାଯାଏ। ଏହି ନମ୍ବର ଆଲ୍‌ଫାନ୍ୟୁମେରିକ ଭଳି ଯଥା- AZ4524 ଏହିଭଳି ଆକାରରେ ଲେଖା ହୋଇଥାଏ। ହଲ୍‌ମାର୍କ ଚିହ୍ନରୁ ହିଁ ସୁନାର କେତେ କ୍ୟାରେଟ୍‌ର ଜଣାପଡ଼ିଥାଏ।

The post ଚଳିତ ସପ୍ତାହରେ ବଢ଼ିଛି ସୁନା ଓ ରୁପା ମୂଲ୍ୟ; କାହା ଦାମ୍ କେତେ ବଢ଼ିଛି ଜାଣନ୍ତୁ appeared first on Prameya News7.