ପ୍ରଭାସ ନୁହେଁ ଏହି ବ୍ୟକ୍ତିଙ୍କୁ ଡେଟ୍ କରୁଛନ୍ତି Kriti Sanon, ଲଣ୍ଡନରେ ଏକାଠି ବୁଲୁଥିବାର ଆସିଲେ ନଜର

ମୁମ୍ଵାଇ ୨୪।୦୩: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ରିତି ସାନନ୍। କ୍ରିତି ସାନନ୍ ଇଣ୍ଡଷ୍ଟ୍ରିର ଅନ୍ୟତମ ଦକ୍ଷ ଅଭିନେତ୍ରୀ। ନିକଟରେ ତାଙ୍କର ଫିଲ୍ମ ତେରି ବାତୋ ମେଁ ଏସା ଉଲଝା ଜିୟା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । କ୍ରିତି ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ରର କ୍ରୁ’ ରିଲିଜ୍‌ ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି । ଶୁଣିବାକୁ ମିଳିଥିଲା କି ତାଙ୍କ ନାମ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ଜଡିତ ଥିଲା। ସେମାନଙ୍କ ସମ୍ପର୍କର ଖବର ସବୁଆଡେ ଭାଚର୍ଚ୍ଚା ହେଉଥିଲା କିନ୍ତୁ ପ୍ରଭାସ ଏବଂ କ୍ରିତି ଏହା ଉପରେ କିଛି କହିନଥିଲେ । ହେଲେ ବର୍ତ୍ତମାନ କ୍ରିତି ଲଣ୍ଡନରେ ଛୁଟି କାଟୁଚନ୍ତି । ଏତିକି ହିଁ ନୁହଁ ସେଠାରେ ଜଣେ ମିଷ୍ଟ୍ରିମ୍ୟାନ୍‌ଙ୍କ ହାତ ଧରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରେଡ୍ଡିଟରେ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଯେ କ୍ରିତି ସାନନ୍ ଜଣେ ବ୍ୟକ୍ତିଙ୍କ ସହ ନଜର ଆସିଛନ୍ତି। ଯେଉଁ ବ୍ୟକ୍ତିଙ୍କ ସହ ଅଭିନେତ୍ରୀଙ୍କ ନାମ ଲିଙ୍କ୍ ହେଉଛି ସେହି ବ୍ୟକ୍ତିଙ୍କ ହେଉଛି କବୀର ବାହିଆ । କହିବାକୁ ଗଲେ କବୀର ସାକ୍ଷୀ ଧୋନିଙ୍କ ସମ୍ପର୍କୀୟ। କବୀର ବାହିଆ ବ୍ରିଟେନରେ ରୁହନ୍ତି ଏବଂ ତାଙ୍କ ପିତା ଇଂଲଣ୍ଡରେ ଜଣେ ସଫଳ ବ୍ୟବସାୟୀ । କିଛି ଫଟୋରେ ସେ ମହେନ୍ଦ୍ର ସିଂ ଧୋନି ଏବଂ ସାକ୍ଷୀ ଧୋନିଙ୍କ ସହ ନଜର ଆସିଛନ୍ତି। ନୂଆ ବର୍ଷ ଅବସରରେ ଦୁବାଇରେ ତାଙ୍କ ସହ ନୁପୁର ସାନନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା

ପ୍ରଭାସ ନୁହେଁ ଏହି ବ୍ୟକ୍ତିଙ୍କୁ ଡେଟ୍ କରୁଛନ୍ତି Kriti Sanon, ଲଣ୍ଡନରେ ଏକାଠି ବୁଲୁଥିବାର ଆସିଲେ ନଜର

ମୁମ୍ଵାଇ ୨୪।୦୩: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ରିତି ସାନନ୍। କ୍ରିତି ସାନନ୍ ଇଣ୍ଡଷ୍ଟ୍ରିର ଅନ୍ୟତମ ଦକ୍ଷ ଅଭିନେତ୍ରୀ। ନିକଟରେ ତାଙ୍କର ଫିଲ୍ମ ତେରି ବାତୋ ମେଁ ଏସା ଉଲଝା ଜିୟା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । କ୍ରିତି ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ରର କ୍ରୁ’ ରିଲିଜ୍‌ ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି । ଶୁଣିବାକୁ ମିଳିଥିଲା କି ତାଙ୍କ ନାମ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ଜଡିତ ଥିଲା। ସେମାନଙ୍କ ସମ୍ପର୍କର ଖବର ସବୁଆଡେ ଭାଚର୍ଚ୍ଚା ହେଉଥିଲା କିନ୍ତୁ ପ୍ରଭାସ ଏବଂ କ୍ରିତି ଏହା ଉପରେ କିଛି କହିନଥିଲେ । ହେଲେ ବର୍ତ୍ତମାନ କ୍ରିତି ଲଣ୍ଡନରେ ଛୁଟି କାଟୁଚନ୍ତି । ଏତିକି ହିଁ ନୁହଁ ସେଠାରେ ଜଣେ ମିଷ୍ଟ୍ରିମ୍ୟାନ୍‌ଙ୍କ ହାତ ଧରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 

ରେଡ୍ଡିଟରେ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଯେ କ୍ରିତି ସାନନ୍ ଜଣେ ବ୍ୟକ୍ତିଙ୍କ ସହ ନଜର ଆସିଛନ୍ତି। ଯେଉଁ ବ୍ୟକ୍ତିଙ୍କ ସହ ଅଭିନେତ୍ରୀଙ୍କ ନାମ ଲିଙ୍କ୍ ହେଉଛି ସେହି ବ୍ୟକ୍ତିଙ୍କ ହେଉଛି କବୀର ବାହିଆ । କହିବାକୁ ଗଲେ କବୀର ସାକ୍ଷୀ ଧୋନିଙ୍କ ସମ୍ପର୍କୀୟ। କବୀର ବାହିଆ ବ୍ରିଟେନରେ ରୁହନ୍ତି ଏବଂ ତାଙ୍କ ପିତା ଇଂଲଣ୍ଡରେ ଜଣେ ସଫଳ ବ୍ୟବସାୟୀ । କିଛି ଫଟୋରେ ସେ ମହେନ୍ଦ୍ର ସିଂ ଧୋନି ଏବଂ ସାକ୍ଷୀ ଧୋନିଙ୍କ ସହ ନଜର ଆସିଛନ୍ତି। ନୂଆ ବର୍ଷ ଅବସରରେ ଦୁବାଇରେ ତାଙ୍କ ସହ ନୁପୁର ସାନନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। 

କୁହାଯାଉଛି ଯେ ୨୦୨୨ ଶେଷ ପରଠାରୁ କବୀର ଏବଂ କ୍ରିତି ଏକାଠି ଅଛନ୍ତି। ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏହି ଫଟୋ ଦେଖି ଫ୍ୟାନ୍ସମାନେ ନା ନା କମେଣ୍ଟ କରୁଛନ୍ତି ।  ଜଣେ ଲେଖିଛନ୍ତି କବୀର ବାହିଆ ବହୁତ ଆକର୍ଷଣୀୟ। ଅନ୍ୟ ଜଣେ ଲେଖିଛନ୍ତି: ସେ ଡେଟିଂ କରୁଛନ୍ତି କି? ଅନ୍ୟ ଏକ ସେ ଭଲ ସାଥୀ ପାଇଥିଲେ ।  ହେଲେ ତାଙ୍କ ପ୍ରେମ ଜୀବନ ବିଷୟରେ କାହାର କୌଣସି ଅଫିସିଆଲ ସୂଚନା ନାହିଁ ।