ପରୀକ୍ଷାରେ ପାସ୍‌ କରାଇବାକୁ ଉତ୍ତରଖାତାରେ ୫୦୦ ଟଙ୍କା ଓ ଅନୁରୋଧ

ବେଙ୍ଗାଲୁରୁ : କର୍ଣ୍ଣାଟକର ମାଧ୍ୟମିକ ସ୍କୁଲ ଲିଭିଂ ସାର୍ଟିଫିକେଟ୍‌ (ଏସ୍‌ଏସ୍‌ଏଲ୍‌ସି) ଅର୍ଥାତ୍‌ ୧୦ମ‌ ଶ୍ରେଣୀ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କ ଉତ୍ତର ଖାତାରୁ ପରୀକ୍ଷାର୍ଥୀମାନଙ୍କ ଅନୁରୋଧଗୁଡ଼ିକୁ ଦେଖି ପରୀକ୍ଷାଖାତା ଦେଖୁଥିବା ଶିକ୍ଷକମାନେ ଆ‌ଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉତ୍ତରଖାତାରେ ପାସ୍‌ କରାଇଦେବା ନିମନ୍ତେ କୌଣସି ଛାତ୍ର ୫ଶହ ଟଙ୍କା ଦେଇଥିବା ବେଳେ କେହି ନିଜର ପ୍ରେମ ସମ୍ପର୍କକୁ ବଞ୍ଚାଇବାକୁ ପାସ୍‌ କରାଇବାକୁ ଅନୁରୋଧ କରିଛନ୍ତି। ସମ୍ପ୍ରତି ଏହି ଉତ୍ତରଖାତାର ଅନୁରୋଧଗୁଡ଼ିକର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ବେଲାଗାଭି ଜିଲ୍ଲାର ଚିକ୍କୋଡିର ପରୀକ୍ଷା […]

ପରୀକ୍ଷାରେ ପାସ୍‌ କରାଇବାକୁ ଉତ୍ତରଖାତାରେ ୫୦୦ ଟଙ୍କା ଓ ଅନୁରୋଧ

ବେଙ୍ଗାଲୁରୁ : କର୍ଣ୍ଣାଟକର ମାଧ୍ୟମିକ ସ୍କୁଲ ଲିଭିଂ ସାର୍ଟିଫିକେଟ୍‌ (ଏସ୍‌ଏସ୍‌ଏଲ୍‌ସି) ଅର୍ଥାତ୍‌ ୧୦ମ‌ ଶ୍ରେଣୀ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କ ଉତ୍ତର ଖାତାରୁ ପରୀକ୍ଷାର୍ଥୀମାନଙ୍କ ଅନୁରୋଧଗୁଡ଼ିକୁ ଦେଖି ପରୀକ୍ଷାଖାତା ଦେଖୁଥିବା ଶିକ୍ଷକମାନେ ଆ‌ଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉତ୍ତରଖାତାରେ ପାସ୍‌ କରାଇଦେବା ନିମନ୍ତେ କୌଣସି ଛାତ୍ର ୫ଶହ ଟଙ୍କା ଦେଇଥିବା ବେଳେ କେହି ନିଜର ପ୍ରେମ ସମ୍ପର୍କକୁ ବଞ୍ଚାଇବାକୁ ପାସ୍‌ କରାଇବାକୁ ଅନୁରୋଧ କରିଛନ୍ତି। ସମ୍ପ୍ରତି ଏହି ଉତ୍ତରଖାତାର ଅନୁରୋଧଗୁଡ଼ିକର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ବେଲାଗାଭି ଜିଲ୍ଲାର ଚିକ୍କୋଡିର ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରକୁ ଆସିଥିବା ଉତ୍ତରଖାତାରେ ଜଣେ ଛାତ୍ର ଅଠାରେ ୫ଶହ ଟଙ୍କା ଯୋଡ଼ିଛି। ଚାହା ଖର୍ଚ୍ଚ ନିମନ୍ତେ ୫ଶହ ଟଙ୍କା ବୋଲି ଲେଖି ପାସ୍‌ କରାଇଦେବାକୁ ଅନୁରୋଧ କରିଛି। ସେହିଭଳି ଅନ୍ୟଏକ ଛାତ୍ର ୫ଶହ ଟଙ୍କା ରଖି, ଅନୁରୋଧ କରିଛି, ‘ଦୟାକରି ପାସ୍‌ କରିଦିଅନ୍ତୁ, ମୋ ପ୍ରେମ ଆପଣଙ୍କ ହାତରେ ରହିଛି।’ ଅନ୍ୟଜଣେ ଛାତ୍ର ଲେଖିଛି‌, ଯଦି ପାସ୍‌ ହୁଏ ତେବେ ସେ ତା’ର ପ୍ରେମ ଆଗକୁ ବଢ଼ିପାରିବ।